ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀ

ଢେ଼ଙ୍କାନାଳ(ମ ସୀ ହା)୨୧/୦୧_ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳକୁ କବାଟ ଓ ଝରକା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି । ୧୦ ଟିକିଆ ହାତୀପଲ ବିଦ୍ୟାଳୟର ପାଚେରୀ, ମୁଖ୍ୟ ଫାଟକ, ଷ୍ଟୋରରୁମ ଲୁହା ଝରକା ଓ ରୋଷେଇ ଘରର ଲୁହା କବାଟ ଭାଙ୍ଗି ଦୁଇ ବସ୍ତା ଚାଉଳ ଉଠାଇ ନେଇ ଖାଇ ଦେଇଥିଲେ । 

ଖବରପାଇ, ବନ ବିଭାଗ କର୍ମଚାରୀ ଓ ହାତୀସ୍କ୍ୱାର୍ଡ ପହଞ୍ଚି ବାଣ ଫୁଟାଇ ହାତୀପଲଙ୍କୁ ଘଉଡାଇବାରୁ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ଅଞ୍ଚଳକୁ ପଳାଇ ଯାଇଥିଲେ । ତେବେ ସନ୍ଧ୍ୟାରେ ହାତୀପଲ ପୁଣି ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭି ଗାଁ ଅଭିମୁଖେ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

Sunil Chandra Nayak

ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ

masiha

Leave a Comment

error: Content is protected !!