ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀ

ଢେ଼ଙ୍କାନାଳ(ମ ସୀ ହା)୨୧/୦୧_ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳକୁ କବାଟ ଓ ଝରକା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି । ୧୦ ଟିକିଆ ହାତୀପଲ ବିଦ୍ୟାଳୟର ପାଚେରୀ, ମୁଖ୍ୟ ଫାଟକ, ଷ୍ଟୋରରୁମ ଲୁହା ଝରକା ଓ ରୋଷେଇ ଘରର ଲୁହା କବାଟ ଭାଙ୍ଗି ଦୁଇ ବସ୍ତା ଚାଉଳ ଉଠାଇ ନେଇ ଖାଇ ଦେଇଥିଲେ । 

ଖବରପାଇ, ବନ ବିଭାଗ କର୍ମଚାରୀ ଓ ହାତୀସ୍କ୍ୱାର୍ଡ ପହଞ୍ଚି ବାଣ ଫୁଟାଇ ହାତୀପଲଙ୍କୁ ଘଉଡାଇବାରୁ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ଅଞ୍ଚଳକୁ ପଳାଇ ଯାଇଥିଲେ । ତେବେ ସନ୍ଧ୍ୟାରେ ହାତୀପଲ ପୁଣି ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭି ଗାଁ ଅଭିମୁଖେ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

୨୦୨୩ ମସିହା ଜାନୁଆରୀ ୧ ତାରିଖ କଳାହାଣ୍ଡି ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ

Sunil Chandra Nayak

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦବେଗ 

masiha

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା 

masiha

Leave a Comment

error: Content is protected !!