ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ରେ ୭୪ ତମ ଵନୋତ୍ସଵ ପାଳିତ; ଜଗନ୍ନାଥ ଉଦ୍ୟାନରେ ବୃକ୍ଷ ରୋପଣ

 ମୟୂରଭଞ୍ଜ – ୧/୭ ( ମସିହା)ଆଜିଠାରୁ ସପ୍ତାହ ବ୍ୟାପୀ ସାରା ଦେଶରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି ।ଏହାର ଉଦେଶ୍ୟ ପରିବେଶ ସୁରକ୍ଷା,ଚିର ସବୁଜ ରଖିବା,ବିଶ୍ବ ତାପାୟନ ନିୟନ୍ତ୍ରଣ, ଜୀବଜନ୍ତୁ,ଜଙ୍ଗଲ ସନ୍ତୁଳନ ରଖିବା,ଛାଇ ଯୋଡିବା,ମରୁଡ଼ିର ରୋକିବା,ଖାଦ୍ୟ ଉତ୍ପାଦନ ବୃଦ୍ଧି ମୃତ୍ତିକା କ୍ଷୟ ରୋକିବା,ବିକଳ୍ପ ଇନ୍ଧନ ଉତ୍ସ ପହଞ୍ଚାଇବା , ଜଙ୍ଗଲ ହ୍ରାସ ରୋକିବା,ଜଙ୍ଗଲ ସୃଷ୍ଟି କରି ଜଙ୍ଗଲ ସନ୍ନିକଟ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ବୃଦ୍ଧି କରିବା,ଜଳ ଉତ୍ସ ବୃଦ୍ଧି କରିବା, ପ୍ରଦୂଷଣ ରୋକିବା।୧୮୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହ ଏହା ପାଳନ କରାଯାଉଛି । ରାଇରଙ୍ଗପୁର ବନଖଣ୍ଡର ବାଦାମପାହାଡ ବନାଞ୍ଚଳ ଅନ୍ତର୍ଗତ ହାଟବାଦଡା ସେକ୍ସନ ର କାହ୍ନୁନଦୀ ସନ୍ନିକଟ ସୋଲାକୁଦର ଠାରେ ୭୪ ତମ ଵନ ମହୋତ୍ସବ ଓ ଫାଶୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଡିଏଫଓ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବାଦାମପାହାଡ ବନ୍ୟାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ରଥ ନିର୍ମାଣରେ ଫାଶୀ କାଠ ଆବଶ୍ୟକତା ଥିବାରୁ ସୋଲାକୁଦରରେ ୮ ଏକର ପରିମିତ ଅଂଚଳରେ ଜଗନ୍ନାଥ ଉଦ୍ୟାନ କରାଯାଇ ସେଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।ଆଗକୁ ରଥ ପାଇଁ କାଠର ଅଭାବୀ ରହିବ ନାହିଁ ।ଏହି ବନସେବା କାର୍ଯ୍ୟରେ ବିଶିଷ୍ଟ ପରିବେଶବିତ୍ ତଥା ଜଗନ୍ନାଥ ଚେତନା ଓ ସଂଘର ସଭାପତି ଶ୍ରୀ ଲଳିତ ମହାନ୍ତ ଯୋଗ ଦେଇ ବୃକ୍ଷ ରୋପଣ ଉପରେ ସଚେତନତା ବାର୍ତା ଦେଇଥିଲେ ।କାର୍ଯ୍ୟକ୍ରମରେ ଗ୍ରାମବାସୀ,ବନ କର୍ମଚାରୀ ପ୍ରଭାତ ରଂଜନ ମହାନ୍ତି,ଶ୍ରାବନ୍ତୀ ମାରାଣ୍ଡି, ସଚ୍ଚିକାନ୍ତ ଦିଗାଲ, ଶୋଭା ଲକ୍ଷ୍ମୀ ପାତ୍ର,ଲଳିତ କାଳନ୍ଦୀ, ସଂଯୋଜକ ଦେଵୀଦତ୍ତ ମହାପାତ୍ର,ରାଜୀବ ଲୋଚନ ପଲେଇ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

masiha

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ଜାତୀୟ ଖାଉଟି ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!