ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷମକଟକ: ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବିକାଶ ମୂଳକ କାର୍ଯ୍ୟ ପରିଦର୍ଶନ  ଭିବି-ଜି-ରାମ-ଜି ପ୍ରତି ବିଶେଷ ଗୁରୁତ୍ୱ ପାଇଁ ସିଡିଓ ଙ୍କ ନିର୍ଦେଶ 

ବିଷମକଟକ: ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବିକାଶ ମୂଳକ କାର୍ଯ୍ୟ ପରିଦର୍ଶନ 

ଭିବି-ଜି-ରାମ-ଜି ପ୍ରତି ବିଶେଷ ଗୁରୁତ୍ୱ ପାଇଁ ସିଡିଓ ଙ୍କ ନିର୍ଦେଶ 

ରାୟଗଡା:ବିଷମକଟକ:୨୧/୦୯ ରାୟଗଡା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ ଖେମୁଣ୍ଡୁ ଆଜି ବିଷମକଟକ ବ୍ଲକ ମଧ୍ୟରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ସମାପ୍ତି ପରେ ସେ ଯୋଜନାଭିତ୍ତିକ ଭାବରେ ବିଭନ୍ନ କାର୍ଯ୍ୟର ପ୍ରଗତି ଓ ରୂପାୟନ ସ୍ଥିତିର ସମୀକ୍ଷା ପାଇଁ ବାହାରି ଥିଲେ। 

ବିଶେଷ କରି (ଭିଭି-ଜି-ରାମ-ଜି) ର କାର୍ଯ୍ୟକାରିତା ଓ ସ୍ଥିତି, ଆଜିର ପ୍ରମୁଖ ବିଷୟ ଥିବା କୁହାଯାଉଛି I (ଭିଭି-ଜି-ରାମ-ଜି) ଯାହା ଗ୍ରାମୀଣ ଉନ୍ନତିର ମୂଳ ଆଧାର ଏବଂ ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଅଭୁତ ପ୍ରୟାସ, ତାହାରି ଉପରେ ସେ ବିଶେଷ ଗୁରୁତ୍ୱ ଦେଉଥିବା ଜଣାପଡିଛି Iଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ), ଏଜିୱାଇ, ବିଜିବିଓ, କେକେବିକେୱାଇ, ସହିତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ପ୍ରଯୋଜିତ ଯୋଜନା ସବୁ ର କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି Iଏହି କ୍ରମରେ ବିଷମକଟକ ଠାରେ ନୂତନ କରି ନିର୍ମିତ ହୋଇଥିବା ଲ୍ୟାମ୍ପସ ର ସ୍ଥିତି, ଚାଞ୍ଚଡାଗୁଡା ସ୍ଥିତ ଜିପି ଲାଇବ୍ରେରୀ, ଜୀଏସଏସକେ ବିଲଡିଂ, ବିଭିନ୍ନ ଟେଣ୍ଡର କାର୍ଯ୍ୟ, ପ୍ରସ୍ତାବିତ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସ୍ଥାନ ଆଦି ବୁଲି କାର୍ଯ୍ୟ ର ସ୍ଥିତି ସବୁ ଦେଖିଥିଲେ I ପ୍ରକାଶ ଥାଉକି ନୂତନ କରି ବିଷମକଟକ ପଞ୍ଚାୟତ ଟି କୁ ରାଜ୍ୟ ସରକାର ଏନଏସି ଘୋଷଣା କରିଛନ୍ତି I ସ୍ଥାୟୀ ଅଧିକାରୀ ନିଯୁକ୍ତି ଏବଂ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନଥିବା ହେତୁ ପାନୀୟ ଜଳ, ଆଲୁଅ, ପରିମଳ ଆଦି ବିଷୟ ର ଉପଲବ୍ଧତା ପ୍ରତି ମଧ୍ୟ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ I ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଏହି ଗସ୍ତ ବେଳେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଦାୟତ୍ୱ ରେ ଥିବା ଝରଣା ତ୍ରିପାଠୀ, ଯନ୍ତ୍ରୀ ଶ୍ରୀନିବାସ ମହାନ୍ତି , ସାଗର ଗୌଡ, ସଞ୍ଜୟ ଜେନାଙ୍କ, ବବଲୁ ହେମ୍ବରମ ସମେତ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୀଳଗିରି ଗଛ କଟାକୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଘଟଣା ପହଞ୍ଚିଲା ଥାନାରେ

masiha

ଆଦି କର୍ମ ଯୋଗୀ ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ଜାମଦା ବ୍ଲକର କଇଁପୁର ଗ୍ରାମର ୭ ବର୍ଷ ହେଲା ସରକାରୀ କୋଠାଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ; ନିଶାଡିଙ୍କୁ ସୁହାଉଛି ଘର;ସରକାରୀ କାମରେ ଲାଗୁନି ଘର

Sunil Chandra Nayak

Leave a Comment

error: Content is protected !!