ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଡମ୍ବ ସମାଜ ପକ୍ଷରୁ 5T ସଚିବ ଭୁବନେଶ୍ୱରଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଡମ୍ବ ସମାଜ ପକ୍ଷରୁ 5T ସଚିବ ଭୁବନେଶ୍ୱରଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

ଭବାନୀପାଟଣା:୧୯/୧୦ – ରାଜ୍ଯ ସରକାରଙ୍କ 5T ଜରୀଆରେ କେତେକ ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ଯ କରାଯାଇଛି ଯାହାଫଳରେ ତାହାର ସ୍ଥାୟୀତ୍ବ ପତ୍ରି ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି। ଏଭଳି ଅନେକ ସ୍ଥାନରେ ଅଭିଯୋଗ କରିଛନ୍ତି। ହେଲେ ଏଠାରେ ସିଧାସଳଖ 5T ସଚିବଙ୍କ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କର୍ରମେଲି ଗ୍ରାମପଞ୍ଚାୟତ ସ୍ଥିତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାପୀଠରେ 5T ଦ୍ବାରା ନୂତନ ଭାବେ ତିଆରି ହୋଇଥିବା ସ୍କୁଲ ଗୃହ ଠିକ୍ ଭାବରେ ନିର୍ମାଣ ନକରାଯାଇ ତାହା ନିମ୍ନମାନର ବୋଲି ବୋଲି କଳାହାଣ୍ଡି ଡମ୍ବ ସମାଜ ପକ୍ଷରୁ  ଅଭିଯୋଗ ହୋଇଛି। ଉକ୍ତ ଗୃହ ତିଆରି ପାଇଁ ୬୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା। ସ୍କୁଲରେ ନୂତନ ଗୃହ ତିଆରି କରିବା ପାଇଁ ଜାଗା ଥିଲେ ମଧ୍ୟ ସେଠାରେ ନୂତନ ଗୃହ ନିର୍ମାଣ ନକରାଇ ସେଠାରେ ପୂର୍ବରୁ ପୁରୁଣା ଶ୍ରେଣୀ ଗୃହ ଉପରେ ହିଁ ନିର୍ମାଣ କରାଯାଇଅଛି ଏବଂ ନିର୍ମାଣ କରାଯାଇଥିବା ଶ୍ରେଣୀ ଗୃହର ସମ୍ଭାବ୍ୟତା ରିପୋର୍ଟ ଫିଜିବିଲିଟି ରିପୋର୍ଟ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ ବୋଲି ଦାବିପତ୍ର ରେ ଦର୍ଶାଇ ଥିବା ଜଣାପଡିଛି। ତେଣୁ ପୁନର୍ବାର ସେମାନେ ଉହ୍ଲେଖ କରିଛନ୍ତି ଯେ ଦଳିତ ଓ ଶ୍ରମିକ ବର୍ଗର ଲୋକମାନେ ଅଧିକାଂଶ ସରକାରୀ ବିଦ୍ୟାଳୟରେ ନିଜ ପିଲାଛୁଆଙ୍କୁ ପାଠପଢାଇବା ନିର୍ଭର କରନ୍ତି ମାତ୍ର ସେମାନଙ୍କ ପିଲାଛୁଆଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଲାଗି ସରକାରଙ୍କ ଦ୍ଵାରା ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସହାୟତା ରାଶି ଆସୁଥିଲେ ମଧ୍ୟ ବିଦ୍ୟାଳୟ କମିଟି ଉକ୍ତ ରାଶିର ସଠିକ ଭାବରେ ବିନିଯୋଗ କରିପାରୁ ନାହାନ୍ତି। ସରକାରଙ୍କ ପ୍ରୟାସ ପରେ ବିଦ୍ୟାଳୟ ମାନଙ୍କରେ କୁନିକୁନି ଛୁଆ ମାନଙ୍କ ଜୀବନ ପ୍ରତି ବିପଦକୁ ଏଡାଇ ଦିଆ ଯାଇନପାରେ। ଏହାକୁ ଗୁରୁତ୍ୱ ଦେଇ କୁନିକୁନି ପୁଅଝିଅ ଙ୍କ ସୁରକ୍ଷା ଦିଗକୁ ଆଖିଆଗରେ ରଖି ତଦନ୍ତ କରାଯାଇ ଉଚିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବିପତ୍ର ରେ ଜଣାଇଛନ୍ତି।

କିଶନ ଶର୍ମା ଙ୍କ ରିପୋର୍ଟ୍ 

 

 

Related posts

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

masiha

ଗଛଲତାକୁ ରାକ୍ଷୀ ବାନ୍ଧିଲେ ବନ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା 

masiha

ମାସମାସ ଧରି ଆରମ୍ଭ ର ନାଁ ଧରୁନି ଵରଡିହ- ବାଲୁଗାଁ ରାସ୍ତା : ପାଲଟିଛି ପଥଚାରୀ ଙ୍କ ମରଣ ଯନ୍ତା !!!

Sunil Chandra Nayak

Leave a Comment

error: Content is protected !!