ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ବାଲିଗୁଡ଼ା, ତା, ୨୧/୦୯:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ ହୋଇଛି। ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହେଉଥିବା ଏହି ଓଷା ଚାରି ପାଳି ପୂଜା କରିବା ପରେ ଉଦଯାପିତ କରିଥିଲେ l ଏହି ଅବସରରେ ଓଷାଧାରୀ ମହିଳା ଓ ଯୁବତୀ ମାନେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳୁ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜା ସାମଗ୍ରୀ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ପାରମ୍ପରିକ ପୂଜାବିଧି ସମ୍ପନ୍ନ ପରେ ମା’ଙ୍କୁ ବିସର୍ଜନ କରାଯାଇଥିଲା। ଢୋଲ, ମହୁରୀ ଓ ବାଦ୍ୟଯନ୍ତ୍ରର ତାଳେ ଶୋଭାଯାତ୍ରା ବାହାରିବା ସହ ଭକ୍ତମାନେ ନାଚଗୀତରେ ମସଗୁଲ ହୋଇଥିଲେ। ପରସ୍ପର ମଧ୍ୟରେ ଭାଇଚାରା ଓ ସାମାଜିକ ସଦ୍‌ଭାବର ବାର୍ତ୍ତା ଦେଇ ଉତ୍ସବର ସମାପନ ହୋଇଥିଲା। ସମଗ୍ର ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଶ୍ରାବଣ ମାସତୃତୀୟ ସୋମବାର ଗଢ ଗ୍ରାମୟ ବାବା ଐଶ୍ବାନେଶ୍ବର ଶୈବପୀଠ ଚଳଚଞ୍ଚଳ 

Sunil Chandra Nayak

ଶିବ ପାର୍ବତୀ ବିବାହ ଉତ୍ସଵ ପାଳନ 

masiha

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!