ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗରଗାବ ଗ୍ରାମରେ ମହାସମାରୋହରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ

ପଲନା:୨୦/୦୬ – (ମନିସ):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ବଡଚେରଗାଁ ପଞ୍ଚାୟତ ଅଧିନରେ ଥିବା ଗରଗାବ ଗ୍ରାମରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରାଙ୍କୁ ପୂଜକ ଶ୍ରୀ ନାମଦାସ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରିଥିବା ବେଳେ ଉପେନ୍ଦ୍ର ଦାସ ଓ ତାଙ୍କ ସହଧର୍ମୀଣୀ ମମତା ଦାସ କର୍ତ୍ତା ଭାବରେ ଉପସ୍ଥିତ ରହି ଆୟୋଜନ କରିଥିଲେ, ପରେ ପରେ ତିନି ଠାକୁରଙ୍କୁ ରଥାରୂଢ କରାଇ ଯଥାବିଧି ମତେ ଭକ୍ତ ଓ ଶ୍ରଧାଳୁଙ୍କ ଗହଳଚହଳ ହୁଳହୁଳି ବିଭିନ୍ନ ବାଦ୍ଯ ଯନ୍ତ୍ର ସହକାରେ ରଥ ଟଣାଯାଇ ମାଉସୀ ମନ୍ଦିର କୁ ପ୍ରଭୂ ଜଗନ୍ନାଥ ଯାଇଥିଲେ। ରଥଯାତ୍ରା ଆୟୋଜକଙ୍କ ମଧ୍ୟରେ ଅକ୍ଷୟ ସାହୁ, ଦଇତାରୀ ସାହୁ, କୈଳାସ ବାଗ, ଭ୍ରମର ବାଗ ସମେତ ଗ୍ରାମବାସୀ ଙ୍କ ପ୍ରଚେଷ୍ଠାରେ ରଥଯାତ୍ରା ଶାନ୍ତିଶୃଙ୍ଖଳାର ଭାବରେ ଶେଷ ହୋଇଥିଲା। କେଗାଁ ପୋଲିସର ସହଯୋଗ କ୍ରମେ ରଥଯାତ୍ରା ଆହୁରି ଶାନ୍ତିପୂର୍ଣ୍ଣ ଭାବରେ ଆୟୋଜିତ ହୋଇଥିବାବେଳେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା।

ପଲନା ରୁ ଡମ୍ବୁରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକରେ ମା ଅଗ୍ନିଗଙ୍ଗାମା ଠାକୁରାଣୀ ଘଟ ଯାତ୍ରା

Sunil Chandra Nayak

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!