ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହା ଆଡମ୍ବରରେ ସରସ୍ୱତୀ ପୂଜା ପାଳନ କଲା ଗୋପବନ୍ଧୁ ପାଠାଗାର

ବାଲେଶ୍ଵର,୨୬/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ବାଉଁଶଗଡିଆ(ଗୁଡାଗଡି) ଗ୍ରାମରେ ଥିବା ଗୋପବନ୍ଧୁ ପାଠାଗାର ଦ୍ବାରା ପବିତ୍ର ସରସ୍ୱତୀ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଗତ ତା ୧୯୭୮ ମସିହାରେ ପ୍ରତିଷ୍ଠାତା ସୁରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ନିଶାକର ବାରିକ, ସଦାନନ୍ଦ ବେହେରା, ନରେନ୍ଦ୍ର ଭୂତିଆ ଓ ନିରଞ୍ଜନ ଭୂତିଆଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ସମ୍ପାଦକ ଅନନ୍ତ ପରିଡ଼ା ଓ ସଭାପତି ନାରାୟଣ ପରିଡାଙ୍କ ତତ୍ତ୍ୱାବଧାନରେ ଖୁବ୍ ସୁରୁଖୁରୁରେ ଚାଲିଛି ପାଠାଗାର । ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ପାଠାଗାରର କର୍ମକର୍ତ୍ତା ଓ ସମସ୍ତ ମେମ୍ବର ମାନଙ୍କ ସାହାଯ୍ୟ ଓ ସହଯୋଗରେ ଖୁବ୍ ଧୁମଧାମରେ ମା ସରସ୍ୱତୀଙ୍କ ପୂଜା ହୋଇଛି । ପୂଜକ ଭାବେ ହୃଷିକେଶ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ମେମ୍ବର ବିଶ୍ବନାଥ ବେହେରା ଓ ପର୍ଶୁରାମ ବେହେରା କଳସ ଆଣି ମା’ଙ୍କ ନିକଟରେ ପୂଜାପାଠରେ ବସିଥିଲେ । ଗ୍ରାମବାସୀମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ । ଏଥିରେ ମେମ୍ବର ସନ୍ତୋଷ ପରିଡା, ସୁଶାନ୍ତ ଭୂତିଆ, ପ୍ରମୋଦ ବାରିକ, ଦୀପକ ଭୂତିଆ, ହରେକୃଷ୍ଣ ଭୂତିଆ, ଗଙ୍ଗାଧର ବେହେରା, ବୁଦ୍ଧଦେବ ବାରିକ, ନିଧିରାମ ବାରିକ, ବାଇଧର ଦେହୁରୀ, ପ୍ରତାପ ବେହେରା, ଜିତେନ୍ଦ୍ର ପରିଡା, ଗୋବିନ୍ଦ ବେହେରା, ଭରତ ଦଳେଇ, ମାନସ ବେହେରା ଓ ମାନସ ଭୂତିଆଙ୍କ ସମେତ ସମସ୍ତ ମେମ୍ବର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ମା’ଙ୍କ ଭୋଗ ବଣ୍ଟନ କରାଯାଇଥିଲା । ସମସ୍ତେ ଭୋଗପାଇ ଖୁସି ମନରେ ଘରକୁ ଫେରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

Sunil Chandra Nayak

ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ ରେ..

Sunil Chandra Nayak

ରାକ୍ଷୀ ପୂର୍ଣ୍ଣିମା

masiha

Leave a Comment

error: Content is protected !!