ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାୟଗଡ ସହରର ସାଇପ୍ରିୟା ନଗର ବାସୀନ୍ଦା ଙ୍କ ନେତୃତ୍ବରେ ମାଁ ମଝିଘରୀଆଣୀଙ୍କ ଘଟଯାତ୍ରା

ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଘଟଯାତ୍ରା ରବିବାର 21 ତାରିଖ ରାତ୍ର ଠାରୁ ଆରମ୍ଭ ହୋଇ ବୁଧବାର ସମାପ୍ତ ହେବାର କମିଟି ସଦସ୍ଯଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡିଛି | 2014 ମସିହାରୁ ମାଙ୍କ ଘଟଯାତ୍ରା ନିୟମିତ ହୋଇଆସୁଥିଲା କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିଲା, ପୁଣି ମାଙ୍କ ଘଟଯାତ୍ରୀ ନିୟମିତ କରାଯିବାକୁ ନିସ୍ପତ୍ତି ହୋଇଛି | ତିନି ଦିନ ଧରି ଘୋଟଯାତ୍ରା ମଧ୍ୟରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା, ପଥମେ ମାଆଙ୍କ ଘୋଟ ମୁଖ୍ୟ ମନ୍ଦିର ମା ମଝିଘରିଆଣି ମନ୍ଦିର ରୁ ଆଣିବା ପାଇଁ ସହ ସହ ଭକ୍ତଙ୍କ ସମାରୋହ ଜମିଥିଲା | କମିଟି ସଦସ୍ଯ ମାନଙ୍କ ମଧ୍ଯରେ ଚିଦାମ୍ବର ସ୍ବାମୀ(ବାବୁଜି), ଭେଙ୍କେଟେଶ ରାବନା, ଚିନ୍ନା ରାଓ, ମନମଦା ରାଓ, ପୂର୍ଣ୍ଣ ଚନ୍ଦ୍ର ନାଲା, ଇଶ୍ବର ରାଓ, ଗୌରୀ ପଟ୍ଟନାୟକ, ରାଜୁ ଏବଂ ଲୋକେଶ୍ବର ରାଓ ଙ୍କ ସମେତ ଅନ୍ଯାନ୍ଯ ସଦସ୍ଯ ସାମିଲ ହୋଇ ମାଁଙ୍କ ଘଟଯାତ୍ରା ସାଫଲ୍ଯ କରିବାକୁ ଉଦ୍ଯମରତ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ

masiha

ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

ଖାତିଗୁଡା ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ

Leave a Comment

error: Content is protected !!