ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧରାକୋଟ ରେ ରାମ ଚରିତ ମାନସ

ଧରାକୋଟ ରେ ରାମ ଚରିତ ମାନସ

ଆସିକା, ୮/୨/୨୫ // ଧରାକୋଟ ସ୍ଥିତ ରାମ ବନବାସ ମଠ ପରିସରରେ ସୀତା ସ୍ବାମୀ ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ନଅ ଦିନ ଧରି ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସତସଙ୍ଗ କେନ୍ଦ୍ର ର ଊନବିଂଶ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟହ ଶ୍ରୀ ମହା ବିଷ୍ଣୁ ଙ୍କର ଘୃତ ଯଜ୍ଞ,ଦୀପ ଯଜ୍ଞ ଓ ଆର ଯଜ୍ଞ ଅନୁଷ୍ଠିତ ହେଉଛି। ଏହା ମଧ୍ୟରେ ପଣ୍ଡିତ ସନ୍ତୋଷ କୁମାର ଷଡଙ୍ଗୀ ଓ ସେଥି ବଂଶୀଧର ଦାସ ଙ୍କ ଦ୍ଵାରା 108 ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ରହିଥିବା ବେଳେ ଏରେଣ୍ଡରା ର ଶ୍ରୀ ସୁଧୀର ମହାରାଜଜି,ଭୁବନେଶ୍ୱର ର ଶ୍ରୀ ନବୀନ ମହାରାଜଜୀ, ଶ୍ରୀପାଦ ଶ୍ରୀ ରାଜେନ୍ଦ୍ର ଦାସ ବ୍ରହ୍ମଚାରୀ,ବଡଗଡ ର ଶ୍ରୀମତୀ ସ୍ୱର୍ଣଲତା ମିଶ୍ର ବିଭିନ୍ନ ଦିନ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ପଦ୍ମ ଚରଣ ବାରିକ,ଯୋଗେନ୍ଦ୍ର ଘୋଷ,ଗୋଲକ ବିହାରୀ ସାହୁ ଙ୍କ ସମେତ ଧରାକୋଟ ଗଡର ବହୁ ବ୍ୟକ୍ତି ଏଥିରେ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ           

Sunil Chandra Nayak

ମେଦନାରେ ମା ଠାକୁରାଣୀ ଙ୍କ ନବଦିନ ଯାତ୍ରା ଶୁଭାରମ୍ଭ

Sunil Chandra Nayak

ପରମ୍ପରା ଅନୁଯାୟୀ ବାପଘରେ ତୋରଣୀ ପିଇଲେ ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା ଭଗବତୀ !!!

Sunil Chandra Nayak

Leave a Comment

error: Content is protected !!