ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଟୋକିମରା ପରବ ସହ ଶେଷ ହେଲା ଧାଙ୍ଗଡି ଦୋଳା ପରବ 

କୋକସରା,୦୩/୦୧- ଟୋକିମରା ପରବ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଆଦିବାସୀ ଜନଜାତିଙ୍କ ମଧ୍ୟରେ ଭାଇଚାରା ମିଲନ ଓ ଭାବର ଆଦାନ ପ୍ରଦାନକୁ ଉଜ୍ଜୀବିତ କରି ରଖିଛି। ରବିବାର ଓ ସୋମବାର ଦୁଇଦିନ ଧରି କୋକସରା ବ୍ଲକର ଗମ୍ଭାରୀଗୁଡା ପଂଚାୟତ ଓଲମା ଗ୍ରାମରେ ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଟୋକିମରା ପରବ ପାଳନ ହୋଇଥିବା ବେଳେ ଧାଙ୍ଗଡି ଦୋଳା ପରବ ସହ ଆଜି ଉଦଯାପିତ ହୋଇଯାଇଛି। ଟୋକିମରା ପରବ ପାଇଁ ବିଗତ ସପ୍ତାହେ ଧରି ଓଲମା ଗ୍ରାମ ଚଳଚଞ୍ଚଳ ହୋଇ ପଡିଥିବା ବେଳେ କେବଳ ଆଦିବାସୀ ସମ୍ପ୍ରଦାୟ ନୁହଁନ୍ତି ଗ୍ରାମରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଯାତ୍ରାରେ ସାମିଳ ହୋଇ ଭାଇଚାରାର ନିଦର୍ଶନ ଦେଖାଇଛନ୍ତି। ରବିବାର ଟୋକିମରା ପରବ ସରିଥିବା ବେଳେ ସୋମବାର ଧାଙ୍ଗଡିଦୋଳା ଉତ୍ସଵରେ ଆଖପାଖ ଅଞ୍ଚଳ ଓ ଗ୍ରାମର ଶତାଧିକ ସଂଖ୍ୟାରେ ଯୁବକ ଯୁବତୀ ମାନେ ସାମିଲ ହୋଇ ଯାନୀ, ପୁଝାରି, ଗୌନ୍ତିଆଙ୍କ ସହ ପାରମ୍ପାରିକ ବାଜାର ତାଳେ ତାଳେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନାଚଗୀତରେ ଦାଣ୍ଡ ଦୁଲୁକାଇ ମତୁଆଲା ହୋଇ ନାଚିବା ଦୃଶ୍ୟ ଏହି ଧାଙ୍ଗଡିଦୋଳା ଉଦଯାପନି ଉତ୍ସଵକୁ ମତୁଆଲା କରିଥିଲା। ଧାଙ୍ଗଡିଦୋଳା ପରବରେ ପୁର୍ବରୁ ମାନ୍ୟତା ଅଛି ଯେ ଯେଉଁ ଆଦିବାସୀ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ସେମାନେ ନିଜ ନିଜର ଜୀବନସାଥୀଙ୍କୁ ଆଜିର ଏହି ଦିନରେ ସମସ୍ତଙ୍କ ଆଗରେ ଖୋଲାଖୋଲି ବାଛିବା ପାଇଁ ସାମାଜିକ ସ୍ୱୀକୃତି ରହିଛି। ଧାଙ୍ଗରିଦୋଳା ପରବ ଶେଷ ହେବା ସହ ଏହି ମହାନ ଆଦିବାସୀ ପରମ୍ପରାର ଯବନିକା ପଡିଛି। ଏହି କାର୍ଯ୍ୟକ୍ରମକୁ ଓଲମା ଗ୍ରାମ୍ୟ କମିଟିର ସଭାପତି ଗୌନ୍ତିଆ ତଥା ସଭାପତି ବିଭୁତି ଭୂଷଣ ପଣ୍ଡା, ଉପ ସଭାପତି ହିମାଦ୍ରୀ ବଗର୍ତ୍ତି, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, ସହ ସମ୍ପାଦକ ବଳରାମ ସାଗର, କୋଷାଧ୍ୟକ୍ଷ ଅଚ୍ୟୁତ କୁମାର ସାହୁ, ତ୍ରିନାଥ ଶବର, ଗାଁ ପୁଝାରି ଧନେଶ୍ୱର ମାଝୀ, ପୁଝାରି ବଳଦେବ ମାଝୀ, ମୁଖ୍ୟ ପୂଜକ ଭୁପେନ୍ଦ୍ର ମାଝୀ, ପ୍ରମୋଦ ପଣ୍ଡା, ଧନଞ୍ଜୟ ସାହୁ, ଦିଲ୍ଲୀପ ବାଗ, ସଞ୍ଜୀବ ପଣ୍ଡା, ବଲ୍ଲଭ ସାହୁ, ଭାଗବତ କଟା, ପବିତ୍ର ମାଝୀ, ଆଶିଷ କୁମାର ପଣ୍ଡା, ଫୁଲଚନ ଶବର, ଶେଷ ରଞ୍ଜନ ପଣ୍ଡା, ଅର୍ଜୁନ ମାଝୀ, ଡମୁ ବେମାଲ ଓ ଓଲମା ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିବା ବେଳେ ୨୦ ଖଣ୍ଡ ଗ୍ରାମର କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ଟୋକିମରା ଓ ଧାଙ୍ଗରିଦୋଳା ପରବରେ ଅଂଶଗ୍ରହଣ କରିଥିଲେ ।

ମସିହା ନୀୟୂଜ ସର୍ଭିସ୍ 

Related posts

ଜୁନାଗଡ଼ ଗାୟତ୍ରୀଶକ୍ତି ପିଠରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଧୂମଧାମରେ ସରସ୍ଵତୀ ପୂଜା ପାଳନ କରାଗଲା 

masiha

କାଙ୍କେରୀ ଗ୍ରାମରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଦଶରା ଯାତ୍ରା

Sunil Chandra Nayak

Leave a Comment

error: Content is protected !!