ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ପାଳିତ

ଟେମରୀ(ମ ନି ସ):- ୦୪/୦୪ : ଓଡ଼ିଶା ର ପୁରପଲ୍ଲୀରେ ଚୈତ୍ର ପର୍ବରେ ଦେବାଦେବୀ ପୂଜା ହେଉଛି ଅତ୍ୟନ୍ତ ପ୍ରାଚୀନ ଓ ନିଆରା ପରମ୍ପରା। ଏହି ପରମ୍ପରା କାହିଁ କେତେ ଅନାଦି କାଳରୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଆସୁଅଛି ତାହା ଆକଳନ କରିବା ଦୁଃସାଧ୍ୟ । ଓଡ଼ିଶାରେ ବିଭିନ୍ନ ଭାଷା ଭାଷୀ ଲୋକ ବସ ବାସ କରୁଥିବା ବେଳେ ନିଜ ପରମ୍ପରାନୁଯାଇ ବିଭିନ୍ନ ଦେବାଦେବୀଙ୍କୁ ପୂଜା ବିଧି ରହିଛି । ଏହି ଚୈତ୍ର ପର୍ବରେ କେତେକ ଗ୍ରାମରେ କିଛି ଦେବାଦେବୀ ଭାବରେ ଅଭିନୟ କରୁଥିବା ପୁରୁଷ ବା ମହିଳା ମୁଣ୍ଡରେ କଳସୀ ବୁହିବା, ଲୁହା କଣ୍ଟା ଦୋଳି ଝୋଲିବା ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ଦିନରେ ଗ୍ରାମର ଲୋକମାନେ ଗ୍ରାମର ମଙ୍ଗଳ ଓ ନିଜ ପରିବାର ମଙ୍ଗଳ ସକାଶେ ନିଜ ନିଜ ଦେବା ଦେବୀଙ୍କୁ ପୂଜା କରି ଗାଁ ଠାକୁରାଣୀଙ୍କ ପୀଠ ସ୍ଥଳୀରେ ଏକତ୍ରିତ ହୋଇ ଛେଲି, ମେଣ୍ଢା, କୁକୁଡ଼ା, ପାରା, ନଡ଼ିଆ, ଧୂପଦୀପ ଦେଇ ପୂଜା କରି ଥାନ୍ତି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡକୁଲ , ଟେମରୀ ,ଚିଚିଆ, ଲିମସେର, ଫରଙ୍ଗ, ଫୁଣ୍ଡା, ଗୋଲାମୁଣ୍ଡା, ବୃନ୍ଦାବାହାଲ, ଦଶପୁର, ରେଙ୍ଗାସାପାଲି, ବନ୍ଦାଗାଁ ସମେତ ବିଭିନ୍ନ ଗ୍ରାମରେ ଚୈତ୍ର ପର୍ବ ପାଳିତ ହୋଇ ଥିବା ବେଳେ କୁମ୍ଭାରି ଗ୍ରାମ ମାଆ ଠାକୁରାଣୀ ଗୁଡ଼ିରେ ମହାଆଡମ୍ବର ଭାବରେ ପାଳିତ ହୋଇଯାଇଛି । ମାଆ ଠାକୁରାଣୀ ମୁଣ୍ଡରେ କଳସୀ ବୁହି ଝାଙ୍କର ଘରୁ ବାହାରି ପ୍ରଥମେ ଗହନ୍ତିଆ ଘରକୁ ପୂଜା ପାଇବା ପାଇଁ ଯାଇଥାଏ ଓ ପରେ ଘର ଘର ବୁଲି ଗ୍ରାମ ର ମାଆ ଭୁଆସୁଣୀ ଙ୍କ ବନ୍ଧାପଣା ସାରି ମାଆ ଠାକୁରାଣୀ ଗୁଡି କୁ ଯାଇଥାଏ । ସେଠାରେ ପ୍ରାଚୀନ ପରମ୍ପରା ଅନୁଯାୟୀ ଛେଲି ମେଣ୍ଢା, କୁକୁଡା, ପାରା ବଳି ଦେଇ ନଡ଼ିଆ ଧୂପକାଠି ପୂଜା ବିଧି କରାଯାଇଥାଏ । 

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ମା’ ବିଲେଇସୁଣୀଙ୍କ ଶକ୍ତିପୀଠ

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀପ୍ରସାଦ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

masiha

ଜୟପାଟଣା ରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

Sunil Chandra Nayak

Leave a Comment

error: Content is protected !!