ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

ନର୍ଲା/ମସିହା/05/04/23 //କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାଯ୍ୟlଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦାନ କରି ଶୁଭ ଉଦ୍ଘାଟନ କରିଥିଲେ lତହସିଲଦାର ଶଙ୍କର ବାଗଙ୍କ ସଭାପତିତ୍ବ ରେ ସମ୍ମାନିତ ଅତିଥି ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲିଲି ଦୀପ, ହରିଶଙ୍କର ମାଝୀ, ନମିତା ସାହୁ, ବିଜେଡି ଯୁବ ସଭାପତି ବଂ ବିଜୟ ଧଙ୍ଗଡ଼ାମାଝୀ,ନର୍ଲା ସରପଞ୍ଚ ସଙ୍ଘ ର ସଭାପତି ଅନ୍ତରାମ ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଳ, ସର୍ଗିଗୁଡ଼ା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ସର୍ଗିଗୁଡ଼ା ସମିତି ସଭ୍ୟ ଚିରଞ୍ଜାବୀ ଗୌଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ l ନର୍ଲାବାସୀଙ୍କ ଦାବୀ ଓ ବିଧାୟକ ଭୂପିନ୍ଦର ସିଂ ଙ୍କ ଉଦ୍ୟମ ଫଳରେ ସବ ରେଜିଷ୍ଟେସନ କାଯ୍ୟlଳୟ ଖୋଲିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି l ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ନର୍ଲା ଓକିଲ ସଙ୍ଘ ର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀ, ବିଜେଡି କର୍ମୀ ସମେତ ଅଂଚଳ ବାସୀ ଉପସ୍ଥିତ ଥିଲେ l

ଦୀପକ ଠାକୁର, ନର୍ଲା

Related posts

ବ୍ରହ୍ମାକୁମାରୀଜ୍ ବଡ଼ବିଲ ଶାଖା ଦ୍ୱାରା ଧୂମଧାମରେ ପାଳିତ ହେଲା ପବିତ୍ର ରାକ୍ଷୀବନ୍ଧନ ପର୍ବ: ବିଭିନ୍ନ ଅନୁଷ୍ଠାନ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ବନ୍ଧାଗଲା ରାକ୍ଷୀ

Sunil Chandra Nayak

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

ଛାତ୍ରଛାତ୍ରୀ ହନ୍ତସନ୍ତ ତଥାପି ଆଡ଼ ଆଖିରେ ଚାହୁନି ପ୍ରଶାସନ ?   

Sunil Chandra Nayak

Leave a Comment

error: Content is protected !!