ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ ଖାଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଥୁଆମୂଳ ରାମପୁର:୦୪/୪ – (ମନିସ):- ବିଷ ଖାଇ ଯୁବତୀ ଜଣଙ୍କର ମୃତ୍ୟୁବରଣ କରିଥିବା ଏକ ଅଭାବନୀୟ ଘଟଣା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା କାଠକୁରା ଗ୍ରାମର ଜନୈକ କେଶବ ମାଝୀ ଙ୍କ ଝିଅ ବେଳମତୀ ମାଝୀ (୧୯) ବର୍ଷ କୌଣସି କାରଣ ବଶତଃ ବିଷ ଖାଇ ଗୁରୁତର ହୋଇ ପଡିଥିଲେ। ଝିଅର ଗୁରୁତର ଅବସ୍ଥା ଦେଖି ଆକୁଳର ସହ ପରିବାରର ଲୋକେ ସଙ୍ଗେ ସଙ୍ଗେ ଥୁଆମୂଳ ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ଯୁବତୀର ମୃତ୍ୟୁ ହୋଇଯାଇଥିଲା। ଏହି ବିଷୟକୁ ନେଇ ସ୍ଥାନୀୟ ଥାନାକୁ ଜଣାଇବାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ଯବଛେଦ ପାଇଁ ପଠାଇଥିଲେ। ବ୍ଯବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଏନେଇ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରିରଖି ଥିବା ଜଣାପଡିଛି, ତେବେ ଯୁବତୀ ଜଣକ କେଉଁ କାରଣରୁ ବିଷ ଖାଇ ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

masiha

Leave a Comment

error: Content is protected !!