ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ 

ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ 

ଭୁବନେଶ୍ୱର : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ ୨୦୨୪ , ବିଶ୍ଵ ମହିଳା ଦିବସ ପାଳନ ଏବଂ ଦଶ ହଜାର ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ରେଡକ୍ରସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ସାହିତ୍ୟ ମହିଳା ମାନଙ୍କର ସାମଗ୍ରିକ ବିକାଶ ପାଇଁ ମୁଖ୍ୟ ଆୟୁଧ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟସ୍ତରୀୟ ଲୋକ ମାଆ ଓ ମାଟିକୁ ପ୍ରଣାମ ଶୀର୍ଷକ କବିତା ପଠନ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ।କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । 

 ଡଃ ସ୍ନେହାଶ୍ରୀ ସ୍ବାଇଁ ସମାରୋହକୁ ଉଦ୍ଘାଟନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଉପସ୍ଥିତ ସାହିତ୍ୟ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ମେୟର ସଂଘମିତ୍ରା ଦଳେଇ , ସୁ ସାହିତ୍ୟିକା ଯୋଗଦେଇ ସାହିତ୍ୟର ବିକାଶ ପାଇଁ ମହିଳା ମାନେ ଅଧିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ପ୍ରେରଣାଦାୟୀ ବକ୍ତା ସରୋଜିନୀ ରଥ , ଅଧ୍ୟକ୍ଷା ରଥ ସରୋଜିନୀ ଫାଉଣ୍ଡେସନ , ପ୍ରଧ୍ୟାପିକା ସୁଲେଖା ସାମନ୍ତରାୟ, ଡ଼କ୍ଟର ବିଜୟା ଲକ୍ଷ୍ମୀ ଦାସ, ସହକାରୀ ପ୍ରଫେସର ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟ, ଜ୍ୟୋତିର୍ମୟୀ ଉଦ ଗାତା , ସହଯୋଗୀ ପ୍ରଧ୍ୟାପିକା ରମାଦେବୀ ବିଶ୍ଵ ବିଦ୍ୟାଳୟ ଯୋଗଦେଇ ସାହିତ୍ୟ ମହିଳା ମାନଙ୍କର ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଚେତନା ବୃଦ୍ଧିରେ ସହାୟକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ କବୟିତ୍ରୀ ସୁଚେତା ନନ୍ଦ, କବୟିତ୍ରୀ ପ୍ରବାସିନୀ ମିଶ୍ର, କବୟିତ୍ରୀ ରଶ୍ମୀ ସାମଲ ଏବଂ ବିଜୁଳି ଲୋହାର ( ଜଗନ୍ନାଥ ସଂସ୍କୃତି ପ୍ରେମୀ, ଆସାମ) ଯୋଗଦେଇ ମାଟି ଏବଂ ମାଆ ସମ୍ପର୍କରେ ଜାତୀୟତାବାଦର ସୁନ୍ଦର କଥା କହିଥିଲେ । ସାହିତ୍ୟ ସମୃଦ୍ଧ ପାଇଁ ନାରୀ ଲେଖିକା ଏବଂ କବୟତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଉକ୍ତ ଅବସରରେ ଚାଳିଶି ଜଣ କବି ଓ କବୟିତ୍ରୀ ମାଆ ଓ ମାଟିକୁ ପ୍ରଣାମ ଶୀର୍ଷକ କବିତା ପାଠ କରିଥିଲେ । ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ରାଜ୍ୟସ୍ତରୀୟ ମୋ ମାଟି ଗୌରବ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । କବୟିତ୍ରୀ ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଓ ସାହିତ୍ୟିକା ବିଜୟ ଲକ୍ଷ୍ମୀ ନାୟକ ଙ୍କୁ lରାଜ୍ୟସ୍ତରୀୟ ନାରୀ ଗୌରବ ସମ୍ମାନ ୨୦୨୪ ପ୍ରଦାନ କରା ଯାଇଥିଲା । ବରିଷ୍ଠ ସାହିତ୍ୟିକା ଏବଂ ସମାଜସେବୀ ମାନଙ୍କୁ ରାଜ୍ୟସ୍ତରୀୟ ନାରୀ ଗୌରବ ସମ୍ମାନ ଏବଂ ନାରୀ ଲକ୍ଷ୍ମୀ ସମ୍ମାନ ପ୍ରଦାନ କରାଯାଇଥିଲା । ପୁରୁଷମାନଙ୍କୁ ରାଜ୍ୟସ୍ତରୀୟ ମୋ ମାଟି ଗୌରବ ସମ୍ମାନ ଏବଂ ମାଆ ମାଟି ସାରସ୍ବତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଦୁଇଟି ଅଧିବେଶନରେ ଦୁଇଶହ ରୁ ଉର୍ଦ୍ଧ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟିକା ଜୟଶ୍ରୀ ପଟ୍ଟନାୟକ ପ୍ରଥମ ଅଧିବେଶନରେ କବିତା ସଂଯୋଜନା କରିଥିଲେ । କବୟିତ୍ରୀ ସ୍ୱାଗତିକା ସାହୁ ଏବଂ କବି ସୁଭବ୍ରତ ମହାପାତ୍ର ଦ୍ଵିତୀୟ ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ । ଉପଦେଷ୍ଟା ବିଶ୍ୱଜିତ୍ ସୂର୍ଯ୍ୟବଂଶୀ , ବିଜୟ ଦାସ ଏବଂ ବିପିନ ବିହାରୀ ବାରିକ ଉପସ୍ଥିତ ଥିଲେ । ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଅନିରୁଦ୍ଧ କୁରକୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ବିଭିନ୍ନ ଦାଵିନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

Sunil Chandra Nayak

Leave a Comment

error: Content is protected !!