ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

 ମୟୂରଭଞ୍ଜ – ୩୧/୦୧ ( ମସିହା) ଓଡ଼ିଆ ଭାଷା ସାହିତ୍ୟକୁ ଏକ ନୂତନ ରୂପରେ ସଂସ୍ଥାପନ କରିବାର ପ୍ରୟାସ ନେଇଛନ୍ତି ରାଜ୍ୟ ସରକାର ଏଥିପାଇଁ ସମଗ୍ର ଓଡ଼ିଶାରେ ଶିକ୍ଷା ଅନୁଷ୍ଠାନ ସମେତ ବିଭିନ୍ନ ସରକାରୀ ସ୍ତରରେ ଓଡ଼ିଆ ସାହିତ୍ୟ ପ୍ରଚାର, ପ୍ରସାର କରିବାରେ ଅହମ ଭୂମିକା ନିଭାଉଛନ୍ତି ।ସବୁଆଡେ ଓଡ଼ିଆ ଭାଷାର ଅତୀତ, ସମୃଦ୍ଧିର ବୈଭବ,ସ୍ଵତନ୍ତ୍ରତା ସହ ବିଭିନ୍ନ ଦିଗ ଉପରେ କାର୍ଯ୍ୟକ୍ରମ ଜାରି ରହିଛି ।ଓଡ଼ିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ବ୍ଳକ ସ୍ତରୀୟ ମିଶନ ଶକ୍ତି କବି ସମ୍ମିଳନୀ ବ୍ଳକ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନମିତା ସେଠୀ,ଅନ୍ୟତମ ଅତିଥି ରାଇରଙ୍ଗପୁର ବ୍ଳକ ବିଭାଗୀୟ ଅଧିକାରୀ ରମାକାନ୍ତ ପଣ୍ଡା,ସିଡିପିଓ କୋଇଲିମଣି ଟୁଡୁ,ବିପିଓ ଶ୍ରୀମତୀ ସ୍ଵର୍ଣପ୍ରୀୟା ସାହୁ,ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ,ସମ୍ପାଦିକା ଶାନ୍ତି ଲତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିମାନେ ଓଡ଼ିଆ ସଂସ୍କୃତି,ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ପ୍ରଚାର ଓ ପ୍ରସାର ଦିଗରେ ମତବ୍ୟକ୍ତ ରଖିଥିଲେ । ଏହି ସୃଜନଶୀଳ କାର୍ଯ୍ୟକ୍ରମରେ ବ୍ଳକର ୯ ଟି ପଞ୍ଚାୟତର ମିଶନ ଶକ୍ତି ସଦସ୍ଯାଵୃନ୍ଦ,ଏମିବିକେ ,ସିଆରପି, ବ୍ୟାଙ୍କ ମିତ୍ର,ଜିପିଏଲଏଫ ଇସି,ବିଏଲଏଫ ଆସି ପ୍ରମୁଖ ଯୋଗ ଦେଇଥିଲେ । ତନ୍ମଧ୍ୟରୁ ୧୮ ଜଣ ମିଶନ ଶକ୍ତି ମହିଳା ନିଜର ସ୍ବରଚିତ କବିତା ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।ପରେ ବିଚାରକ ବୃନ୍ଦ କବି ସମ୍ମିଳନୀ ପ୍ରତିଯୋଗିତାରେ ପ୍ରଥମ ସୁତପ୍ତା ମଣ୍ଡଳ -ସୁଦର୍ଶନପୁର ଏମବିକେକେ, ଦିତୀୟରେ ବ୍ଳକ ଫେଡେରେସନ ସଂପାଦିକା ଶାନ୍ତିଲତା ପାତ୍ର, ଏବଂ ତୃତୀୟ ନଦିଆପୋଷୀର ମାଳତୀ ମାର୍ଣ୍ଡୀ୍ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ତଦସହ କବି ସମ୍ମିଳନୀ ରେ ପାଠ କରିଥିବା ସମସ୍ତ କବୟତ୍ରୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଭାଷା ପ୍ରଚାର , ପ୍ରସାର ପାଇଁ ମିଶନ ଶକ୍ତି ବିଭାଗ ବଳିଷ୍ଠ ପଦକ୍ଷେପ ନେଇଥିବାରୁ ସମସ୍ତ ସଦସ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ସଚିବ ଭି କେ କାର୍ତ୍ତିକେୟନ ଏବଂ ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରାଇଥିବାରୁ ସମସ୍ତଙ୍କୁ ଵିପିଓ ଶ୍ରୀମତୀ ସ୍ବର୍ଣ୍ଣପ୍ରୀୟା ସାହୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

Sunil Chandra Nayak

ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସ୍ଥାପନ ଦାବି କଲେ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!