ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ବିଧାୟକଙ୍କ ମାତୃ ବିୟୋଗ 

ନବରଙ୍ଗପୁର ବିଧାୟକଙ୍କ ମାତୃ ବିୟୋଗ 

ନବରଙ୍ଗପୁର(୩୧|୧) ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ସ୍ୱର୍ଗତ ଗୋପିନାଥ ପ୍ରଧାନୀଙ୍କ ସହଧର୍ମିଣୀ ତଥା ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ମାତା ଚଞ୍ଚଳା ପ୍ରଧାନୀଙ୍କ ବିୟୋଗ ଘଟିଛି। ୮୪ ବର୍ଷ ବୟସରେ କୋରାପୁଟ ଲକ୍ଷଣନାୟକ ମେଡିକାଲ୍ କଲେଜ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ରାତି ସାଢେ଼ ଗୋଟେରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମପରାୟଣ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ସମୟରେ ପୁଅ,ବୋହୂ, ଝିଅ ଓ ନାତି ନାତୁଣୀ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ଅନେଷ୍ଟି କ୍ରିୟା ପାତ୍ରପୁଟ ଶ୍ମଶାନ ଠାରେ ସମ୍ପନ୍ନ ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡ଼ାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲା ସମ୍ପାଦକ ଆଶିଷ ପଟ୍ଟନାୟକ, ନଗର ସଭାପତି ପ୍ରମୋଦ ରଥ, ସରକାରୀ ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ନେତୃମଣ୍ଡଳୀ ମାନେ ସାମିଲ୍ ହୋଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର। ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

Sunil Chandra Nayak

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

masiha

ପେଟରେ ବଢୁଛି ଟ୍ୟୁମର, ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ବାଳିକା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Leave a Comment

error: Content is protected !!