ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ କର୍ମଶାଳା ଅନୁଷ୍ଠିତ

ନୂଆପଡାରେ ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ କର୍ମଶାଳା ଅନୁଷ୍ଠିତ

ନୂଆପଡା, ତାରିଖ: ୦୬.୦୫(ସୁଜିତ କୁମାର ପ୍ରଧାନ ) ନୂଆପଡାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ “ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି।

“ବେଟି ବଚାଓ ବେଟି ପଢ଼ାଓ” ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଧୁସୁଦନ ଦାଶ ଉଦଘାଟନ କରିଥିଲେ। ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସାଇବର ଠକେଇରୁ ସଚେତନ ରହିବା ଓ ଏହାର ପ୍ରତିକାର ଉପାୟ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହାସହ, ସେ ସଡ଼କ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବାର ଗୁରୁତ୍ୱ ଉପରେ ଜୋର ଦେଇ “ହେଲମେଟ ହବ୍” ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍‌. ଗୀତା ଅତିଥି ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ମହିଳା ଓ କିଶୋରୀମାନଙ୍କୁ ଅନଲାଇନ ଜଗତରେ ସୁରକ୍ଷିତ ରହିବା, ସାଇବର ଅପରାଧର ପ୍ରକାର, ତାହାର ପ୍ରଭାବ ଓ ପ୍ରତିରୋଧ ଉପାୟ ବିଷୟରେ ସଚେତନ କରାଇବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ।

କର୍ମଶାଳାରେ ଡିଏଲଏସଏ ସଚିବ ନବନୀତା ଦାସ, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ବିନୟ ତିୱାରୀ ଓ ସାଇବର ଥାନା ଆଇଆଇସି ମହେଶ୍ୱର ପାଣିଗ୍ରାହୀ ବକ୍ତା ଭାବେ ଯୋଗଦେଇ ସାଇବର ଅପରାଧର ବିଭିନ୍ନ ରୂପ—ଯଥା ଫିସିଙ୍ଗ, ଅନଲାଇନ ଠକେଇ, ସୋସିଆଲ ମିଡିଆର ଦୁରୁପଯୋଗ ଓ ଡିଜିଟାଲ ବୁଲିଂ—ସମ୍ପର୍କରେ ଆଇନଗତ ବ୍ୟବସ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମୋବାଇଲ ଓ ସୋସିଆଲ ମିଡିଆ ବ୍ୟବହାର ସମୟରେ ଗୋପନୀୟତା ରକ୍ଷା, ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର ଓ ଅଜଣା ଲିଙ୍କ ଓ ସନ୍ଦେଶକୁ ଏଡ଼ାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ଏହା ସହ ସାଇବର ଅପରାଧ ଘଟିଲେ କିପରି ଅଭିଯୋଗ କରିବେ, ଜାତୀୟ ସାଇବର କ୍ରାଇମ ପୋର୍ଟାଲ ଓ ହେଲ୍ପଲାଇନ୍‌ ନମ୍ବର ୧୯୩୦ ବିଷୟରେ ମଧ୍ୟ ଅଂଶଗ୍ରହୀମାନଙ୍କୁ ଜଣାଇ ଦିଆଯାଇଥିଲା। ଡିଜିଟାଲ ବୁଲିଂର ପ୍ରଭାବ ଓ ତାହାର ପ୍ରତିରୋଧ ପାଇଁ ମନୋସାମାଜିକ ସହାୟତାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ, ସମସ୍ତ ବିଡିଓ, ବିଇଓ, ସିଡିପିଓ, ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ବିଭାଗର ପ୍ରତିନିଧି, ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

“ବେଟି ବଚାଓ ବେଟି ପଢ଼ାଓ” ଯୋଜନା ଅଧୀନରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ଅର୍ଜନ କରିଥିବା ଛାତ୍ରୀ କୁମାରୀ ପୁନମ ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହ ସାଇବର ସୁରକ୍ଷା ସଚେତନତା ପ୍ରଚାର ପାଇଁ ତିନିଜଣ ବ୍ରାଣ୍ଡ ଆମ୍ବାସଡରଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ଦ୍ୱାରା ମାନପତ୍ର ଓ ନଗଦ ପୁରସ୍କାର ସହ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀଙ୍କ ସହ ନାରଦ ଛତର, ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ, ରାକେଶ ନାଗ, ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳା ଧନ୍ୟବାଦ ଜ୍ଞାପନ କରିଥିଲେ।

Related posts

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

Sunil Chandra Nayak

ହୋ ଗାଲାଙ୍ଗ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ସ୍ମୃତିରେଖା ପ୍ରଥମ

Sunil Chandra Nayak

ନିମ୍ନ ମାନର ରାସ୍ତା କାମ ନିର୍ମାଣ ଅଭିଯୋଗ ରାସ୍ତା କାମ କୁ ନେଇ ତାତିଲେ ଅଂଚଳବାସୀ କିଛି ସମୟ ଯାଏ ଏସଡ଼ିଓ ଙ୍କୁ ଅଟକ ରଖିଲେ ଆନ୍ଦୋଳନ କାରି ପଦା ରେ ପଡିଲା ବିଭାଗୀୟ ଅଧିକାରୀ ଏବି ଠିକାଦାର ଙ୍କ ମଧୁଚନ୍ଦ୍ରିକା  

Sunil Chandra Nayak

Leave a Comment

error: Content is protected !!