ଡାବୁଗାଁ ରେ “ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ରୋପଣ
ଡାବୁଗାଁ, ୧୭/୯ (ମ.ନି.ସ.)- ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗତ ବର୍ଷ ଠୁ ଆରମ୍ଭ ହୋଇଥିବା ” ଏକ ପେଡ ମା କେ ନାମ” ଅଭିଯାନର ଦ୍ଵିତୀୟ ସଂସ୍କରଣରେ ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସମସ୍ତ ଶିକ୍ଷାନୁଷ୍ଠାନ,ଗ୍ରାମ ପଞ୍ଚାୟତ, ବ୍ଲକ, ବିଭିନ୍ନ ସରକାରୀ କାର୍ଯ୍ୟ|ଳୟ ଗୁଡିକରେ ବୃକ୍ଷ ରୋପଣ
କରାଯାଇଛି | ଏହି ଅବସରରେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଅତିରିକ୍ତ ତହସିଲଦାର ବିଜୟ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଯୋଗ ଦେଇ
ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ | ଏଥିରେ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ସହ ରାଜସ୍ୱ ପରିଦର୍ଶକ ଗଣେଶ ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ବନରକ୍ଷୀ ଅନିତା ହିଆଲ ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ | ସେହିପରି ଡାବୁଗାଁ ଥାନା ପରିସରରେ ମଧ୍ୟ ବୃକ୍ଷ ରୋପଣ କରାଯାଇଛି | ଏଥିରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର, ସବଇନିସ୍ପେକ୍ଟର ଚନ୍ଦନ ସାହୁ ଓ ବିକ୍ରମ କିଶୋର ସାହୁ, ଏଏସଆଇ ଗୋପାଳ କୃଷ୍ଣ ହାଲୱା ଓ ଶଶ୍ମିତା ଦାଶ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

