ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

  ରାୟଗଡା :- ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୧୨୯୦ ତା ୧୫/୯/୨୦୨୫ କୁ ଭିତ୍ତି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର ୨୦୨୫” ସଚେତନତା ଶିବିରର ଶୁଭ ଉଦଘାଟନ ସମାରୋହ ରାୟଗଡ଼ ପୌର ପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସଫଳତା ର ସହ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉପକୃତ ହୋଇଥିବା ହିତାଧୀକାରୀ ତଥା ନୂତନ ଭାବେ ଆବାସ ଯୋଜନା ରେ ପକ୍କା ଘର ପାଇଁ ଆବେଦନ କରିଥିବା ହିତାଧୀକାରୀ ମାନଙ୍କୁ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ପି.ଏମ – ସ୍ୱନିଧି, ପି.ଏମ-ବିଶ୍ଵକର୍ମା, ଗୋପୋବନ୍ଧୁ ଜନ ଆରୋଗ୍ୟ ଯୋଜନା,ପି.ଏମ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଗାଣ ଯୋଜନା ବିଷୟରେ ଅବଗତ କରାଇବା ତଥା ସେହି ଯୋଜନା ଗୁଡ଼ିକର ଲାଭ ଉଠାଇବା ପାଇଁ କାର୍ଯ୍ୟରତ ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ରେ ପଞ୍ଜୀକୃତ କରାଗଲା। ଏହି ସଚେତନତା ଶିବିର ସେପ୍ଟେମ୍ବର ୧୭ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅଙ୍ଗୀକାର ୨୦୨୫ ଶିବିରର ସଠିକ ପରିଚାଳନା ତଥା ତଦାରଖ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଳା ସ୍ତରୀୟ କମିଟି ଗଠନ କରାଯାଇଅଛି। ଆଜିର ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ପୌର ପରିଷଦ ଅଧକ୍ଷ ଶ୍ରୀ ପି ମହେଶ ପଟନାୟକ ଯୋଗଦାନ କରିଥିଲେ । ଏଥିସହିତ ରାୟଗଡ଼ ବ୍ୟାଙ୍କ୍ ଗୁଡ଼ିକର ପ୍ରମୁଖ ଜିଲ୍ଲା ପରିଚାଳକ ଏବଂ ବିଭିନ୍ନ ସରକାରୀ ତଥା ପ୍ରାଇଭେଟ୍ ବ୍ୟାଙ୍କ ଅଧିକାରୀ , ଟାଟା ପାୱାର ସାଉଥର୍ନ ଡିଭିଜନ ଇଲେକ୍ଟ୍ରିକାଲ ଇଞ୍ଜିନିୟର , ଟିମ୍ ଲିଡ ଡୁଡା , ସି.ଏଲ. ଟି. ସି , ଗୁଣୁପୁର ଏବଂ ଗୁଡ଼ାରୀ ପୌର ପରିଷଦର କର୍ମକର୍ତ୍ତା, ଗୋଷ୍ଠୀ ସଂଗଠିକା, ଏମ୍.ଆଇ.ଏସ. ସି.ପି , ପରିଷଦର ସମସ୍ତ କର୍ମକର୍ତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରୀ ଏବଂ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଏହି ସଭାକୁ ପରିଚାଳନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଲଵ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ 

Sunil Chandra Nayak

କନିଷ୍ଠ ଗଣିତ ଅଲମ୍ପିଆଡ୍ ରେ ୧୨ ଜଣ ଯୋଗ୍ୟ ବାଳିକା ଛାତ୍ରୀଙ୍କ ମଧ୍ୟରୁ ୫ ଜଣ ରାଉରକେଲାର.. .

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

masiha

Leave a Comment

error: Content is protected !!