ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

  ରାୟଗଡା :- ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୧୨୯୦ ତା ୧୫/୯/୨୦୨୫ କୁ ଭିତ୍ତି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର ୨୦୨୫” ସଚେତନତା ଶିବିରର ଶୁଭ ଉଦଘାଟନ ସମାରୋହ ରାୟଗଡ଼ ପୌର ପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସଫଳତା ର ସହ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉପକୃତ ହୋଇଥିବା ହିତାଧୀକାରୀ ତଥା ନୂତନ ଭାବେ ଆବାସ ଯୋଜନା ରେ ପକ୍କା ଘର ପାଇଁ ଆବେଦନ କରିଥିବା ହିତାଧୀକାରୀ ମାନଙ୍କୁ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ପି.ଏମ – ସ୍ୱନିଧି, ପି.ଏମ-ବିଶ୍ଵକର୍ମା, ଗୋପୋବନ୍ଧୁ ଜନ ଆରୋଗ୍ୟ ଯୋଜନା,ପି.ଏମ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଗାଣ ଯୋଜନା ବିଷୟରେ ଅବଗତ କରାଇବା ତଥା ସେହି ଯୋଜନା ଗୁଡ଼ିକର ଲାଭ ଉଠାଇବା ପାଇଁ କାର୍ଯ୍ୟରତ ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ରେ ପଞ୍ଜୀକୃତ କରାଗଲା। ଏହି ସଚେତନତା ଶିବିର ସେପ୍ଟେମ୍ବର ୧୭ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅଙ୍ଗୀକାର ୨୦୨୫ ଶିବିରର ସଠିକ ପରିଚାଳନା ତଥା ତଦାରଖ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଳା ସ୍ତରୀୟ କମିଟି ଗଠନ କରାଯାଇଅଛି। ଆଜିର ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ପୌର ପରିଷଦ ଅଧକ୍ଷ ଶ୍ରୀ ପି ମହେଶ ପଟନାୟକ ଯୋଗଦାନ କରିଥିଲେ । ଏଥିସହିତ ରାୟଗଡ଼ ବ୍ୟାଙ୍କ୍ ଗୁଡ଼ିକର ପ୍ରମୁଖ ଜିଲ୍ଲା ପରିଚାଳକ ଏବଂ ବିଭିନ୍ନ ସରକାରୀ ତଥା ପ୍ରାଇଭେଟ୍ ବ୍ୟାଙ୍କ ଅଧିକାରୀ , ଟାଟା ପାୱାର ସାଉଥର୍ନ ଡିଭିଜନ ଇଲେକ୍ଟ୍ରିକାଲ ଇଞ୍ଜିନିୟର , ଟିମ୍ ଲିଡ ଡୁଡା , ସି.ଏଲ. ଟି. ସି , ଗୁଣୁପୁର ଏବଂ ଗୁଡ଼ାରୀ ପୌର ପରିଷଦର କର୍ମକର୍ତ୍ତା, ଗୋଷ୍ଠୀ ସଂଗଠିକା, ଏମ୍.ଆଇ.ଏସ. ସି.ପି , ପରିଷଦର ସମସ୍ତ କର୍ମକର୍ତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରୀ ଏବଂ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଏହି ସଭାକୁ ପରିଚାଳନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

masiha

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଚାଲିଥିବା ଆମରଣ ଅନସନ, ଜିଲ୍ଲା ପ୍ରଶାସନ ଦାବୀ ପୂରଣ ପ୍ରତିଶ୍ରୁତି ପରେ ଭଙ୍ଗହେଲା

Sunil Chandra Nayak

Leave a Comment

error: Content is protected !!