ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଅମ୍ବିକା ବିଶ୍ବ କଲ୍ଯାଣ ସାହିତ୍ୟ ସଂସଦର ସାଧାରଣ ବୈଠକ ଅନୁଷ୍ଠିତ

ମା’ ଅମ୍ବିକା ବିଶ୍ବ କଲ୍ଯାଣ ସାହିତ୍ୟ ସଂସଦର ସାଧାରଣ ବୈଠକ ଅନୁଷ୍ଠିତ

ଖଇରା,୦୮/୩/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରି ସ୍ଥିତ ମା’ ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ମା’ ଅମ୍ବିକା ବିଶ୍ବ କଲ୍ୟାଣ ସାହିତ୍ୟ ସଂସଦର ମାସିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଶରତ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂସଦର ଭରତ ଚନ୍ଦ୍ର ଦାସ, ଲକ୍ଷ୍ମୀକାନ୍ତ ବିଶ୍ବାଳ, ସୁଦର୍ଶନ ସାହୁ, ହଳଧର ଦାସ, ସନ୍ଧ୍ୟାରାଣୀ ପଟ୍ଟନାୟକ, ନିରଞ୍ଜନ ଦାସ, ଶତ୍ରୁଘ୍ନ ଦାସ, ଚିନ୍ତାମଣି ସେଠୀ, ଅନନ୍ତ କିଶୋର ଉପାଧ୍ୟାୟ, ହରିହର ବେହେରା, ବସନ୍ତ କୁମାର ଦାସ, ମାୟାଧର ନାୟକ, ହରେକୃଷ୍ଣ ପଣ୍ଡା, ପ୍ରସନ୍ନ ମତ୍ତଗଜ, ଜଗନ୍ନାଥ ମହାପାତ୍ର, ସୁରେନ୍ଦ୍ର ନାଥ ବଳବନ୍ତରାୟ, ରତ୍ନାକର ସେଣ୍ଢ, ପ୍ରଫୁଲ୍ଲ କୁମାର ଦାଶ, ପରେଶ ପ୍ରସାଦ ଦକ୍ଷିଣରାୟ, ବିଜୟ କୃଷ୍ଣ ମହାପାତ୍ର, ବାସୁଦେବ ପଣ୍ଡା, ଇନ୍ଦ୍ରମଣି ରାଉତ, ମଧୁସୂଦନ ମହାପାତ୍ର, ରତ୍ନାକର ପଣ୍ଡା, ଅର୍ଜନ ଚରଣ ମହାରଣା, ପୁରସ୍ତମ ନାୟକ ଓ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ସଭାସଭ୍ୟା ଉପସ୍ଥିତ ଥିଲେ । ପ୍ରଥମେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଂସଦର ଉପସଭାପତି ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତି(କୁପାରି), ଗୋଲକ ଚନ୍ଦ୍ର ସାମଲ (ମୁହଁଚୁଆଁ),ଚକ୍ରଧର ଶତପଥୀ(ଚୁନନଟି) ଓ ସିନେତାରକା ତଥା କଳାକାର ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ପରେ ବୈଠକ ଆରମ୍ଭ ହୋଇଥିଲା । ପୂର୍ବ ଅଧିବେଶନର ବିବରଣୀ ପାଠ ଭରତ ଚନ୍ଦ୍ର ଦାସ । ପରେ ପରେ ସଂସଦର ବାର୍ଷିକ ମୁଖପତ୍ର ” କଲ୍ୟାଣ “, ଆୟବ୍ଯୟ, ପୂର୍ବତନ ସମ୍ପାଦକ ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା, ସ୍ମୃତି ଅର୍ଘ୍ଯ ପ୍ରକାଶନ, ଆର୍ଥିକ ସହଯୋଗ ସଂଗ୍ରହ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପରବର୍ତ୍ତୀ ବୈଠକରେ ସମସ୍ତ ମେମ୍ବରଙ୍କ ଉପସ୍ଥିତରେ ନୂତନ ସମ୍ପାଦକ ଚୟନ ବିଷୟରେ ଆଲୋଚନା ହୋଇ ନାମ ଘୋଷଣା ହେବ ବୋଲି ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା । ଉପସ୍ଥିତ ସମସ୍ତ ମେମ୍ବର ଏହାକୁ ସ୍ବାଗତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜଗନ୍ନାଥ ମହାପାତ୍ର ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

masiha

ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

masiha

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

masiha

Leave a Comment

error: Content is protected !!