ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ର ବାର୍ତାବହ ସାଜିଛନ୍ତି ବିଜ୍ଞାନୀ

ବିଶ୍ଵ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ର ବାର୍ତାବହ ସାଜିଛନ୍ତି ବିଜ୍ଞାନୀ

ଆସିକା ,୮/୩/୨୫ // ପୁରୁଷ କୈନ୍ଦ୍ରିକ ସମାଜରେ ସେ ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ନାରୀ ସଶକ୍ତିକରଣ ର ବାର୍ତାବହ ସାଜି ସେ ଆଜି ସମସ୍ତ ନାରୀ ଜାତି ପାଇଁ ଉଦାହରଣ ସାଜିଛନ୍ତି। ପରିବାର ପ୍ରତିପୋଷଣ ରେ ବାପାଙ୍କୁ ସାହାଯ୍ୟ କରିବା ସହ ନିଜ ପାଠ ପଢା କାର୍ଯ୍ୟକୁ ସମତୁଲ ଓ ସଠିକ ଭାବରେ ତୁଲାଇ ସେ ଆଜି ସବୁଠି ନିଜ ପାଇଁ ପ୍ରଶଂସା ସାଉଁଟିଛନ୍ତି ।ଧରାକୋଟ ବ୍ଲକର ନିପଟ ମଫସଲ ଓଳମ୍ବା ଗାଁର ଝିଅ ବିଜ୍ଞାନୀ ଗୌଡ଼ । ବାପା ଦେବରାଜ ଗୌଡ଼ ଓ ମାଆ ନମିତା ଗୋଡ଼ ଙ୍କ ଚାରି ଝିଅ ଓ ଦୁଇ ପୁଅ ଙ୍କ ମଧ୍ୟରେ ବିଜ୍ଞାନୀ ତୃତୀୟ ସନ୍ତାନ । ଗାଁ ଚାଟଶାଳୀ ରେ ପଢା ଶେଷ ପରେ ନିଜ ଗାଁ ଓଳମ୍ୱା ବାଲୁଙ୍କେଶ୍ବର ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଯୁକ୍ତ ଦୁଇ ପାଠ ପଢା ସାରି ସେ ବର୍ତ୍ତମାନ ଧରାକୋଟ ସ୍ଥିତ ସରକାରୀ ଡିଗ୍ରୀ କଲେଜ ର ଯୁକ୍ତ ତିନି ଶ୍ରେଣୀର ଛାତ୍ରୀ। କୃଷକ ପରିବାରର ଜନ୍ମିତ ବିଜ୍ଞାନୀ ବାପା ମା ଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରି ଆସୁଥିଲେ ମଧ୍ୟ ପରିବାରର ଅଭାବ ଅନଟନ କୁ ଅନୁଭବ କରି ନିଜକୁ ନିଜେ ସ୍ବାବଲମ୍ବୀ ହେବା ପାଇଁ ମନ ବଳାଇଥିଲେ । ଠିକ ଏହି ସମୟରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ସେବା ଯାହାକି ଆଜି ଓ ଏସ ଆର ଟି ସି ବସ ସେବାରେ ପରିଣତ ହୋଇଛି। ପୁରୁଷ ବହୁଳ ସମାଜର ଟାହି ଟାପରା କୁ ଖାତିର ନକରି ଏହି ବସ ସେବାର କଣ୍ଡକ୍ଟର ପାଇଁ ଦୃଢ଼ ମନୋବଳ ନେଇ ଆବେଦନ କରନ୍ତି ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା କଣ୍ଡକ୍ଟର ଭାବରେ ନିଯୁକ୍ତି ପାଇବା ପରେ ଶୃଙ୍ଖଳିତ ଭାବେ ଏହି ସେବାକୁ ଆଦରି ନିଅନ୍ତି । ଧରାକୋଟ ବ୍ଲକରେ ଏହି ବସ ସେବା ରେ ପାଞ୍ଚ ଗୋଟି ବସ ପ୍ରଚଳନ କରୁଥିବା ବେଳେ ଏଥିରେ ଦୁଇଜଣ ସୁପରଭାଇଯର , ଛଅ ଜଣ ଡ୍ରାଇଭର,ତେର ଜଣ କଣ୍ଡକ୍ଟର ଓ ଦୁଇଜଣ କ୍ଲିନର ନିୟୋଜିତ ହୋଇଛନ୍ତି। ସମସ୍ତେ ପୁରୁଷ ଥିବା ବେଳେ କେବଳ ବିଜ୍ଞାନୀ ସେମାନଙ୍କ ମଧ୍ୟରେ ଜଣେ ମାତ୍ର ମହିଳା । ପ୍ରତିଦିନ ଧରାକୋଟ ରୁ ଦଶ କିମି ଦୂର ନିଜ ଗାଁ ଓଳମ୍ବା ରୁ ସକାଳ ପାଞ୍ଚଟା ସମୟରେ ଘରୁ ବାହାରି ଛଅ ଟା ସମୟରେ କାର୍ଯ୍ୟରେ ଯୋଗ ଦିଅନ୍ତି । ଆଠ ଘଣ୍ଟା ବିଭିନ୍ନ ବସରେ ବିଭିନ୍ନ ରୁଟ ରେ କଣ୍ଡକ୍ଟର ଭାବରେ ସୁଚାରୁ ଭାବରେ ଦାୟିତ୍ଵ ତୁଲାଇ ଦୁଇ ଘଣ୍ଟ ସମୟରେ ସେବାରୁ ଅବ୍ୟାହତି ନିଅନ୍ତି । କେଉଁ ଦିନ ସକାଳ ସିଫ୍ଟ ତ କେଉଁ ଦିନ ଅପରାହ୍ନ ସିଫଟ ଦୈନିକ ଆଠ ଘଣ୍ଟା ପରିଶ୍ରମ କରି ଏହାର ପ୍ରତି ବଦଳରେ ମାସିକ ବାର ହଜାର ଟଙ୍କା ରୋଜଗାର କରୁଥିଲେ ମଧ୍ୟ ଏଥିରେ ଆତ୍ମ ସନ୍ତୋଷ ପାଉଥିବା ପ୍ରକାଶ କରିଛନ୍ତି ବିଜ୍ଞାନୀ । ନିଜେ ସ୍ବାବଲମ୍ବୀ ହେବା ସହ ପରିବାରର ଆର୍ଥିକ ବୋଝକୁ ଦୂରେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିଜର ଛଅ ଜଣ ସନ୍ତାନ ଙ୍କ ମଧ୍ୟରୁ ବିଜ୍ଞାନୀ ଜଣେ ମାତ୍ର ରୋଜଗାର କ୍ଷମ ହୋଇଥିବାରୁ ବାପା ମାଆ ମଧ୍ୟ ଏଥିପାଇଁ ଗର୍ବିତ । ନିତିଦିନିଆ ବସ ସେବାରେ ନିଜର ସହକର୍ମୀ ପୁରୁଷ ବନ୍ଧୁ ମାନେ ମଧ୍ୟ ତାଙ୍କୁ ଅନାୟସରେ ସହଯୋଗ କରି ଆସୁଛନ୍ତି । ଏତେ ସଂଖ୍ୟକ ପୁରୁଷ କର୍ମଚାରୀ ମଧ୍ୟରେ ସୁଜ୍ଞାନି ଜଣେ ମାତ୍ର ଝିଅ ହୋଇମଧ୍ୟ ନିଜର ଆମାଇକ ବ୍ୟବହାର ପାଇଁ ବସରେ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ମଧ୍ୟରେ ସେ ବେସ ଆଦୃତ ଓ ପ୍ରିୟ ପାତ୍ର ମଧ୍ୟ । ନିଜେ ସ୍ବାବଲମ୍ବୀ ହେବାସହ ସମାଜ ପାଇଁ ଭିନ୍ନ ଏକ ବାର୍ତ୍ତା ପ୍ରଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ବିଜ୍ଞାନୀ । ତାଙ୍କ ସହ ଆଳାପ ବେଳେ ପୁରୁଷ ପ୍ରଧାନ ସମାଜରେ ମୋ ଭଳି ଝିଅ ମାନେ ଆଗକୁ ଆସନ୍ତୁ,କାରଣ ସରକାର ନାରୀ ଶିକ୍ଷା,ନାରୀ ସୁରକ୍ଷା ,ନାରୀ ମାନଙ୍କ ବିକାଶ ପାଇଁ ପୂର୍ଣ୍ଣ ସହାୟତା ଯୋଗାଇ ଦେଉଛନ୍ତି ,ଯାହାକୁ ପାଥେୟ କରି ମହିଳା ମାନଙ୍କୁ ଆଗକୁ ବଢ଼ିବାକୁ ହେବ,ତାହେଲେ ଯାଇ ପୁରୁଷ ଓ ମହିଳା ମାନଙ୍କ ଅନୁପାତ ସମାନ ହେବା ସହ ଆମ ମାନଙ୍କ ପ୍ରାଧାନ୍ୟ ବଢିବ ବୋଲି ପ୍ରକାଶ କରିଛନ୍ତି। ବାସ୍ତବିକ ଆଜିର ସମାଜ ପାଇଁ ବିଜ୍ଞାନୀ ସ୍ବତନ୍ତ୍ର ଉଦାହରଣ ପାଲଟି ଯାଇଛନ୍ତି।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

 

Related posts

ମାଁ କଙ୍କାଳୁଣୀଙ୍କ ବାର୍ଷିକ ଉତ୍ସବ “ଦଶହରା ” ଧୂମଧାମରେ ପାଳିତ 

masiha

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!