ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ: ତା.୨୭.୧୦.୨୦୨୫ ରିଖ:  ସ୍ଥାନୀୟ ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ସମ୍ମିଳନୀ କକ୍ଷରେ ପ୍ରାତଃ ୯ ଘଟିକାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଅଷ୍ଟମ,ଦଶମ,ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀ,ଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କୁ ନେଇ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଳା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଓ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଆନୁକୁଲ୍ୟରେ ପ୍ରିନ୍ସିପାଲ୍ ଶୁଭ୍ରମାନ୍ୟ ଶ୍ରୀପାଦ ବଳିଷ୍ଠ ସଂଯୋଜନାରେ ପରିଚାଳିତ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର ନିଆରା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଢେଙ୍କାନାଳ ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ନିମନ୍ତେ ଏକ ବିଶେଷ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ମନୋବିଜ୍ଞାନୀ ଡଃ ଅଟଳ ବିହାରୀ ମଲ୍ଲିକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ମରଣଶକ୍ତି ବୃଦ୍ଧି ଓ ମନସ୍ଥାତ୍ୱିକ ସମତା ରଖିବା ପାଇଁ ଏକାଧିକ ସରଳ କୌଶଳ ଶିଖାଇବା ସଙ୍ଗେ ସଙ୍ଗେ ବିଭିନ୍ନ ବୋର୍ଡ଼ ପରୀକ୍ଷା ତଥା ଇଞ୍ଜିନିୟରିଙ୍ଗ୍,ମେଡ଼ିକାଲ ପ୍ରବେଶିକା ତଥା ସମସ୍ତ ପ୍ରବେଶିକା ଓ ଚାକିରୀ ପାଇଁ ହେଉଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାର ସମସ୍ତ ବିଷୟରେ ଶତ ପ୍ରତିଶତ ମାର୍କ ରଖି ରେକର୍ଡ଼ କରିବାକୁ ସମର୍ଥ ହେବାପାଇଁ କିଭଳି ପ୍ରସ୍ତୁତି କରି ସଫଳତା ହାସଲ କରାଯାଇ ପାରିବ ସେଥିପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ମାର୍ଗଦର୍ଶନ ଓ ଭବିଷ୍ୟତ କର୍ମପନ୍ଥା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।ଉକ୍ତ ଅବସରରେ ଡୁନ୍ ଇଣ୍ଟରନେସନାଲ ସ୍କୁଲ,ଭୁବନେଶ୍ୱରର ଅଧ୍ୟକ୍ଷ ଏବଂ ବିଶିଷ୍ଟ ଅଲମ୍ପିୟାଡ ପ୍ରଶିକ୍ଷକ ଅରୁଣ କୁମାର ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କର ଗଣିତ ଭୟ ଦୂର କରି ଏହି ବିଷୟକୁ ଭୟଶୂନ୍ୟ,ରୁଚିକର,ସ୍ପଷ୍ଟ,ସରଳ ଓ ବୋଧଗମ୍ୟ କିପରି କରାଯାଇପାରେ,ସେ ସମ୍ପର୍କରେ ଛାତ୍ରୀ,ଛାତ୍ର ଓ ଶିକ୍ଷୟିତ୍ରୀମାନଙ୍କ ସହ ଭାବ ବିନିମୟ ପୂର୍ବକ ଆଲୋଚନା କରି ଉଚିତ୍ ମାର୍ଗଦର୍ଶନ କରିଥିଲେ।ସେହିପରି ଡୁନ୍ ଇଣ୍ଟର୍ ନେସନାଲ୍ ସ୍କୁଲ୍,ଭୁବନେଶ୍ୱରର ଶିକ୍ଷା ଉପଦେଷ୍ଟା ତଥା ବରିଷ୍ଠ ପଦାର୍ଥ ବିଜ୍ଞାନ ଶିକ୍ଷକ ଇଂ.ପ୍ରତାପ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ସ୍କୁଲ ସମୟରୁ ଜେଇଇ ଓ ଏନ୍ ଇଇଟି ଭଳି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ କିପରି ପ୍ରସ୍ତୁତ କରାଯାଏ,ସେ ସମ୍ପର୍କରେ ଦିଗନିର୍ଦ୍ଦେଶ ଦେଇଥିଲେ।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଳା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଶିକ୍ଷାଦାନ ଓ ଶିକ୍ଷାଗ୍ରହଣକୁ ଆନନ୍ଦ ଦାୟକ କରିବା ସଙ୍ଗେ ସଙ୍ଗେ ଶତ ପ୍ରତିଶତ ଫଳପ୍ରଦ କରିବା ପାଇଁ ସମୟର ସୁପରିଚାଳନା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଅଭିନବ ପ୍ରୟାସ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧାର ସାଜିବାକୁ ଶିକ୍ଷାୟତନ,ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକ,ମାତା,ପିତା, ଅଭିଭାବିକା,ଅଭିଭାବକ ମାନଙ୍କର ସମ୍ମିଳିତ ପ୍ରଚେଷ୍ଠା ଆବଶ୍ୟକ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ପ୍ରିନ୍ସିପାଲ୍ ଶୁଭ୍ରମାନ୍ୟ ଶ୍ରୀପାଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟ କାଉନସେ ଲର ସୁଶ୍ରୀ ଶର୍ମିଷ୍ଠା ଘୋଷ,ନିତ୍ୟାନନ୍ଦ ବେହେରା,ଅନିଲ ପଟ୍ଟନାୟକ,ସୁଶ୍ରୀ ପୂଜା ଖେତାନ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମର ସଫଳ ରୂପାୟନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।ପରିଶେଷରେ ସ୍କୁଲର ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀବୃନ୍ଦଙ୍କ ପକ୍ଷରୁ ପ୍ରଧାନାଚାର୍ଯ୍ୟ ଶୁଭ୍ରମାନ୍ୟ କୁମାର ଶ୍ରୀପାଦ ସମସ୍ତ ଅତିଥିଙ୍କୁ ତାଙ୍କର ମୂଲ୍ୟବାନ ସମୟ ଓ ଦିଗନିର୍ଦ୍ଦେଶ ପାଇଁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ଉଡ଼ା ଯାତ୍ରାରେ ଦହି ସର୍ବତ ବଣ୍ଟନ 

Sunil Chandra Nayak

ଚନ୍ଦ୍ରପୁର ରାସ୍ତା କାମରେ ହୋଇଥିବା ମହା ଘୋଟାଲାର ତଦନ୍ତ କଲେ ଲୋକାୟୁକ୍ତ

masiha

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

Sunil Chandra Nayak

Leave a Comment

error: Content is protected !!