ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଫେଲ ମାରିଛି ଟ୍ରାଫିକ ବ୍ୟବସ୍ଥା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ସିଟିଜେନ ଫୋରମ

ଜୁନାଗଡ଼ରେ ଫେଲ ମାରିଛି ଟ୍ରାଫିକ ବ୍ୟବସ୍ଥା

ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ସିଟିଜେନ ଫୋରମ

ଜୁନାଗଡ଼,୨୭/୧୦(ମନୀ ସ)ଜୁନାଗଡ଼ ହେଉଛି କଳାହାଣ୍ଡି ଜିଲ୍ଲାର ପୁରୁଣା ରାଜଧାନୀ ଅଟେ । ଜୁନାଗଡ଼ ୧୨ ଟି ୱାର୍ଡକୁ ନେଇ ସର୍ବ ପୁରାତନ ଏନଏସି ହୋଇଥିବା ବେଳେ ବ୍ଲକ ମୁଖ୍ୟାଲୟ ମଧ୍ୟ ଅଟେ । ସେହିଭଳି ଏଠାରେ ଥାନା, ଡାକ୍ତରଖାନା, ତଥା ବିଭିନ୍ନ କାର୍ଯ୍ୟାଳୟ ଥିବା ଯୋଗୁଁ ପ୍ରତିଦିନ ଲୋକ ସଂକ୍ଷ୍ୟା ବୃଦ୍ଧି ପାଉଛି । ଜୁନାଗଡ଼ ଜିଲ୍ଲାର ମଧ୍ୟ ସ୍ଥଳୀ ହୋଇଥିବା ବେଳେ ବ୍ୟବସାୟିକ କ୍ଷେତ୍ରରେ ମୁଖ୍ୟ ପ୍ରାଣକେନ୍ଦ୍ର ଅଟେ । ସହରରେ ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ବୃଦ୍ଧି ପାଉଛି । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଦିନକୁ ଦିନ ଟ୍ରଫିକ ସମସ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ରୋଡ଼ ରୋମିଓ ଓ ଅନ୍ୟ ପଟେ କିଛି ବ୍ୟବସାୟୀ ମଧ୍ୟ ରାସ୍ତାକଡ଼କୁ ମାଡି ବସିଥିବା ବେଳେ ଏବଂ ଅହେତୁକ ଯାନ ବାହନ ଚଳାଚଳ ଯୋଗୁଁ ଟ୍ରଫିକ ଜାମ ହେବା ସହିତ ଅନେକ ଦୁର୍ଘଟଣା ହୋଇ ଧନ ଜୀଵନ ନଷ୍ଟ ହେବାରେ ଲାଗିଛି । ଏଠାରେ ସ୍ଥାୟୀ ଟ୍ରଫିକ ପୁଲିସ ନ ଥିବା ବେଳେ ଅନିଭିଜ୍ଞ ହୋମଗାର୍ଡ ମାନେ ହିଁ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା, କଲମପୁର, ଥୁଆମୂଳ ରାମପୁର,ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ପ୍ରମୁଖ ବ୍ଲକର ମଧ୍ୟସ୍ଥଳି ଅଟେ । ଅନ୍ୟ ପକ୍ଷରେ ଜୁନାଗଡ଼କୁ ରେଳ ସଂଯୋଗ ହେବା ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାର ନବରଙ୍ଗପୁର,ଜୟପୁର ତଥା ଛତିଶଗଡ଼ର ଲୋକେ ମଧ୍ୟ ଜୁନାଗଡ଼ ଉପରେ ନିର୍ଭର କରୁଛନ୍ତି । ବ୍ୟବସାୟିକ କ୍ଷେତ୍ରରେ ପ୍ରତିଦିନ ହଜାର ହଜାର ଲୋକ ଜୁନାଗଡ଼କୁ ଆସିଥାନ୍ତି । ଦିନକୁ ଦିନ ଲୋକ ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ଅଣାୟତ ହୋଇପଡିଛି । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଅଣ ଓସାରିଆ ହେବା ଓ ସେହି ରାସ୍ତା ରେ କିଛି ଦୋକାନୀମାନେ ରାସ୍ତାକଡ଼କୁ ମାଡି ବସିବା, ବୁଲା ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ ଏବଂ ରୋଡ଼ ରୋମିଓଙ୍କ ଯୋଗୁଁ ଟ୍ରଫିକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜୁନାଗଡ଼ ରେ ଟ୍ରାଫିକ ସମସ୍ୟା ଓ ଏହାର ସମାଧାନ ନେଇ ଆଜି ଜୁନାଗଡ଼ ସିଟିଜେନ ଫୋରମ ପକ୍ଷରୁ ଆଜି ଜୁନାଗଡ଼ ବ୍ଲକରେ ଚାଲିଥିବା ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଲିଖିତ ଦାବୀ କରିଥିଲେ । ଏହି ଦାବୀରେ ଜୁନାଗଡ଼ ସହରରେ ଯାତାୟତ ଓ ରାତିରେ ପେଟ୍ରୋଲିଂ ଉପରେ ଯଥା ପ୍ରକାର ନିୟନ୍ତ୍ରଣ ହେଉ, ଅବିବେକିୟ ଚାଳନା ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଉପରେ ନିୟମିତ ଯାଞ୍ଚ ହେଉ ଯାହା ଦ୍ୱାରା ଦୁର୍ଘଟଣା ରୋକାଯିବ ଜୁନାଗଡ଼ ସହରାଞ୍ଚଳରେ ମୋଟର ସାଇକେଲରେ ଟ୍ରିପଲ୍ ରାଇଡିଂ ଉପରେ ନିୟମିତ ଯାଞ୍ଚ ହେଉ, ୨୬ ନଂ ଜାତୀୟ ରାଜପଥ ଉପରେ ଭାରୀ ଗାଡ଼ି, କାର, ବସ୍ ଆଦିର ଅବୈଧ ପାର୍କିଂ ଓ ଟାଉନ ଅଂଚଳରେ ରାସ୍ତା ପାଖରେ ଫୋର୍ ହୁଇଲର୍ସ ପାର୍କିଂ ନିଷେଧ ହେଉ, ନୂଆଁ ବସଷ୍ଟାଣ୍ଡ ଛକ ,ପୁରୁଣା ବସଷ୍ଟାଣ୍ଡ ଓ କଲମପୁର ରୋଡରେ ଯାତାୟାତ ନିୟତ୍ରଣ ପାଇଁ ପ୍ରତୋକ ସ୍ଥାନରେ ଗୋଟିଏ ଘୋଡା କନେଷ୍ଟବଳ ନିଯୁକ୍ତି କରାଯାଉ, ଅପରାଧ ନିୟନ୍ତ୍ରଣ ପାଇଁ ଜୁନାଗଡ଼ ଏନଏସି ଅଂଚଳରେ ଅତିଶୀଘ୍ର ସି ସି ଟିଭି ସ୍ଥାପନ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ସିଟିଜେନ ଫୋରମର ସଭାପତି ଅଶୋକ କୁମାର ପାତ୍ର, ଉପସଭାପତି ସନ୍ତୋଷ କୁମାର ସିଂହଦେଓ, ସମ୍ପାଦକ ବିଜୟ କୁମାର ବେହେରା, ସହ ସମ୍ପାଦକ ମଳୟ କୁମାର ମୁଣ୍ଡ, ମିଡ଼ିଆସେଲ ଅଧ୍ୟକ୍ଷ ଯୁଗଳ କିଶୋର ନାଏକ, କୋଷାଧ୍ୟକ୍ଷ କୁବଲେଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବନ୍ଧକନା ରେ ଖୋଲିଲା ଧାନ ମଣ୍ଡି

masiha

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

masiha

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ବିକାଶ ମେଳା ବିଭିନ୍ନ ବିଭାଗର ଆଇ ଇ ସି ସହିତ ପାରମ୍ପରିକ ଖାଦ୍ୟ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଲା

masiha

Leave a Comment

error: Content is protected !!