ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ପାଳିତ

ନବରଙ୍ଗପୁର, ୨୧/୦୬(ମସିହା) ଆଜି ଜିଲ୍ଲା କୋର୍ଟ ପରିସରରେ ଅନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ନବରଙ୍ଗପୁର ନୂତନ ଜିଲ୍ଲା କୋର୍ଟ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନ୍ୟତମ ବିଚାର ବିଭାଗୀୟ ଅଧିକାରୀ ଭାବେ ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନ ରାନୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀମତୀ ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା, ଜିଲ୍ଲା ଆଇନଜୀବି ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ତପନ ସିଂହ, ବହୁ ଆଇନଜୀବି ଓ କୋର୍ଟ କର୍ମଚାରୀ ମାନେ ଯୋଗ ଦେଇ ଯୋଗାଭ୍ୟ।ସ କରିଥିଲେ । ଏହି ଯୋଗ ଶିବିରରେ ଶ୍ରୀଯୁକ୍ତ.ସାନ୍ତୁନୁ କୁମାର ପାତ୍ର ଓ ଶ୍ରୀଯୁକ୍ତ ରଶ୍ମୀ କାନ୍ତ ନାୟକ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଲନାରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ନୂତନ ସଡିପିଓ ଯୋଗଦାନ

Sunil Chandra Nayak

ନୂଆପଡାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

Leave a Comment

error: Content is protected !!