ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ଯୋଗ, ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଆମ ବ୍ୟକ୍ତିଗତ ଜୀବନ ସୁଖ, ଶାନ୍ତି, ସୁସ୍ଥ ସବଳ ଓ ନିରୋଗ ରହିବାରେ ଈଶ୍ୱରଙ୍କ ବରଦାନ ହୋଇଥାଏ l ଯୋଗ ଆସନ ପ୍ରାଣାୟାମ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଅନେକ ଗୁଡିଏ ରୋଗ ରୁ ମୁକ୍ତି ମିଳିଥାଏ ବୋଲି ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ଶ୍ରୀ ସନତ କୁମାର ସାହୁ ଲୋକ ମାନଙ୍କୁ ବୁଝାଇ କହିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ତେରେସିଂହା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଫାର୍ମାସିଷ୍ଟ ଶ୍ରୀଯୁକ୍ତ ସୁନୀଲ କୁମାର ବାଗ, ଏ.ଏନ.ଏମ ସୁଷମା ରଣା, ମହିଳା ସ୍ୱାସ୍ଥ୍ୟକର୍ମୀ ଆନନ୍ଦିନୀ କୁମାର, ସମାଜସେବୀ ଶ୍ରୀଯୁକ୍ତ ଅରବିନ୍ଦ ବେହେରାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ l ସେହିପରି ଯୋରାଡବରା ପଞ୍ଚାୟତ ଅନ୍ତର୍ଗତ କୁସୁର୍ଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କୁସୁର୍ଲା ପ୍ରାଙ୍ଗଣ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

masiha

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!