ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

ମୟୂରଭଂଜ – ୧୫/୦୮ — ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୌରାଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ମିଳିତ ଜାତୀୟ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।ଆଜିର ସ୍ଵାଧୀନତା ଦିବସ ଉପଲକ୍ଷେ ବାମନଘାଟୀ ଉପଖଣ୍ଡବାସୀଙ୍କୁ ଉଦବୋଧନ ଦେଇ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସମଗ୍ର ବାମନଘାଟୀ ଉପଖଣ୍ଡର ବିକାଶ ରଥରେ ସମସ୍ତେ ସାମିଲ ହେବାପାଇଁ ସହଯୋଗ କାମନା କରିଥିଲେ । ଵାମନଘାଟୀ ଉପଖଣ୍ଡ ଏକ ସଂସ୍କୃତି ସମ୍ପନ୍ନ ଅଂଚଳ‌। ସମସ୍ତଙ୍କର ଭାଇଚାରା,ସହଯୋଗ ଓ ସହଭାଗିତା ଦ୍ବାରା ଏହି ଅଂଚଳର ସାମଗ୍ରିକ ବିକାଶ ହୋଇପାରିବ ଵୋଲି କହିଥିଲେ।ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସ୍ଵାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ତଦସହ ୨୦୨୪-୨୫ ଶିକ୍ଷାବର୍ଷରୁ ଇଂରିଜୀ ମାଧ୍ୟମ ଏବଂ ହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଵିଦ୍ଯାର୍ଥୀମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।ପ୍ୟାରେଡ଼ରେ ଶ୍ରେଷ୍ଠ ବିବେଚିତ ଦଳ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।ପରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ରୋଗୀମାନଙ୍କୁ ଏବଂ ଉପଖଣ୍ଡ କାରାଗାରର‌ଅନ୍ତେଵାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ରାଇରଙ୍ଗପୁର ଭାରାପ୍ରାପ୍ତ ତହସିଲଦାର ସୁଧାକର ‌ସେଠୀ, ରାଇରଙ୍ଗପୁର ଟାଉନ ଥାନା ପୋଲିସ, ବିଭିନ୍ନ ସ୍କୁଲର ଦାୟିତ୍ଵରେ ଆସିଥିବା ଶିକ୍ଷକ,ଶିକ୍ଷୟତ୍ରୀ ,ସୂଚନା ଓ ଉପଖଣ୍ଡ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଉଦଯାପିତ ହେଲା ବ୍ଲକ ସ୍ତରୀୟ କ୍ରୀଡା 

masiha

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

masiha

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର , ୪୬୫ ହିତାଧୀକାରୀ ଙ୍କୁ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!