ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଡ୍ରାଇଭର୍ ମହାସଂଘ ତରଫରୁ ସହାୟତା ରାଶି ଓ ରେସନ ସମାଗ୍ରୀ ମୃତକ ଡ୍ରାଇଭରଙ୍କ ପରିବାରକୁ ପ୍ରଦାନ 

ଓଡିଶା ଡ୍ରାଇଭର୍ ମହାସଂଘ ତରଫରୁ ସହାୟତା ରାଶି ଓ ରେସନ ସମାଗ୍ରୀ ମୃତକ ଡ୍ରାଇଭରଙ୍କ ପରିବାରକୁ ପ୍ରଦାନ 

ଡାବୁଗାଁ,୨୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଶାଖା ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁର ମୃତ ଡ୍ରାଇଭର ନାଡୁ ଗୌଡଙ୍କ ଦଶାହ କାର୍ଯ୍ୟରେ ସହାୟତା ରାଶି, ରେସନ୍ ସମାଗ୍ରୀ, ଲୁଗା, ପିଲା ଙ୍କ ପାଇଁ ଡ୍ରେସ ଇତ୍ୟାଦି ଶନିବାର ପ୍ରଦାନ କରି ସହଯୋଗର ହାତ ବଢ଼ାଇଛନ୍ତି l ପ୍ରଥମେ ତାଙ୍କ ଘରକୁ ଯାଇ ସ୍ଵର୍ଗତ ନାଡୁ ଗୌଡଙ୍କ ଫଟୋରେ ପୁଷ୍ପ ଦେଇ ଧୂପ ଲଗାଇ ତାଙ୍କର ଅମର ଆତ୍ମାର ସଦଗତୀ କାମନା କରିଥିଲେ l ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଂଘର ସଭାପତି ସନ୍ତୋଷ ଭତ୍ରl, ଉପ ସଭାପତି ପି. ଭୈରବ ରାଓ, ସମ୍ପାଦକ ଅକ୍ଷୟ କୁମାର ପାଢ଼ୀ, ସହସମ୍ପାଦକ ତ୍ରିନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ଡମ୍ବୁରୁଧର ନାୟକ, ମିତୁ ପଣ୍ଡା, ଉପଦେଷ୍ଟା ଉତ୍ତମ ପ୍ରଧାନ, ମୋହନ ଖିଲ, ଧନୀରାମ ବିଶୋୟୀ, ରାଜୁ ସାନ୍ତା, ଶୁକ ଭତ୍ରl, କମଳ ବିଶୋୟୀ, ଜଗା ବିଶୋୟୀ, ଗଣେଶ ବିଶୋୟୀ, ଧନୀ ରାମ ବିଶୋୟୀ ଓ ବୁଡୁ ବିଶୋୟୀ ପ୍ରମୁଖ ଅନ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ପ୍ରଦାନ କରିବାରେ ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଳକ, ଡାବୁଗାଁ ବ୍ଳକର ୧୨ ଗୋଟି ଗ୍ରାମ ପଞ୍ଚାୟତର ଡ୍ରାଇଭର ଭାଇ ମାନଙ୍କ ସହାୟତା ରାଶି ପ୍ରଦାନ କରି ମୋଟ ୧୬ ହଜାର ୬୦୦ ଟଙ୍କା, ଲୁଗାପଟା, ପିଲା ମାନଙ୍କ ପାଇଁ ଡ୍ରେସ, ରେସନ୍ ସମାଗ୍ରୀ ଯଥା ;- ଚାଉଳ ୫୦ କେଜି, ପନିପରିବା ଓ ଅନ୍ୟନ୍ୟ ସ୍ଵର୍ଗତ ନାଡୁ ଗୌଡଙ୍କ ସହଧର୍ମିଣୀ ଙ୍କୁ ପ୍ରଦାନ କରିଥିଲେ l ସଭାପତି, ଉପ ସଭାପତି ଓ ସମ୍ପାଦକ ସମସ୍ତ ଡ୍ରାଇଭର୍ ଭାଇ ମାନଙ୍କୁ ବାର୍ଷିକ ୫୧୦ ଟଙ୍କା ବାନ୍ଧି ବୀମା କରାଇ ବାକୁ ଅନୁରୋଧ କରିଥିଲେ l ବୀମା ଭୁକ୍ତ ହୋଇ ବୀମା ପାଇବାକୁ ସମସ୍ତେ ଚେଷ୍ଟା କଲେ ପରିବାର କୁ କିଛି ସହାୟତା ମିଳିପାରିବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

masiha

ଏସଆଇ ବି.କେ. ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ

masiha

ଅନୁଷ୍ଠିତ ହେଲା ୯ମ ପଞ୍ଚାୟତ ସମିତି ଅଧିବେଶନ, ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପାଇଁ ନିର୍ଦ୍ଦେଶ

masiha

Leave a Comment

error: Content is protected !!