ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ: ତାଲୁକ ଆଇନ ସେବା ସମିତି ଧର୍ମଗଡ ପକ୍ଷରୁ ସ୍ଥାନୀୟ ମହିଳା ଡିଗ୍ରୀ କଲେଜ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ଗୁଣ୍ଡିଚା ସମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନ ଜ୍ଞାନର ଗୁରୁତ୍ୱ ବିଷୟରେ ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ରିଟେନର ସଂଯୁକ୍ତା ପଣ୍ଡା, କଲେଜର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା,ପ୍ରଶାନ୍ତ କୁମାର ଯୋଶୀ ମଞ୍ଚାସୀନ ଥିଲେ। ଏହି ଅବସରରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷପତି ନାଏକ, ଅଧ୍ୟାପିକା ଜୟନ୍ତୀ ମୁଦୁଲି, କୁମୁଦିନୀ ନାଏକ, ଅର୍ଚନା ଗୁଛି, ପଦ୍ମାଳୟା ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟସ୍ଥଳୀ ମାନଙ୍କରେ ଯୌନ ନିର୍ଯ୍ୟାତନା ର ଶିକାର ହେଉଥିବା ମହିଳା ଙ୍କ ଉପରେ ଅଧିଷ୍ଠିତ ପୋସ୍କ ଆଇନ ଉପରେ ଧାରଣା ଦିଆଯାଇଥିଲା। ସେହିପରି ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ ଉପରେ ମଧ୍ୟ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଥିଲ।ସଭାକୁ ଅଧ୍ୟାପିକା କୁମୁଦିନୀ ନାଏକ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଲକ୍ଷପତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ଦଶମ ବୋର୍ଡ ପରୀକ୍ଷା ଆରମ୍ଭ

masiha

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

ଅନୁଗୁଳୁ – ସୁକିନ୍ଦା ନୂଆ ରେଳପଥ ଇଞ୍ଜିନ୍ ରୋଲିଂଙ୍ଗ ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!