ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ବନ୍ଦ ୮ ଅକ୍ଟୋବର ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ 

ଓଡିଶା ବନ୍ଦ ୮ ଅକ୍ଟୋବର ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ 

ରାଇରଙ୍ଗପୁର: ୫\୧୦\୨୬ ଇଣ୍ଡିଆ ମେଣ୍ଟ ତରଫରୁ ଆସନ୍ତା ୮ ଅକ୍ଟୋବର ଗୁରୁବାର ୧୨ ଘଣ୍ଟିଆ ସକାଳ ୬ ଟାରୁ ସଂନ୍ଧ୍ଯା ୬ଟା ପର୍ଯ୍ଯନ୍ତ ବନ୍ଦ ଡାକରା bଐଦିଆଯାଇଛି l ଏଥିରେ ସମସ୍ତ ସରକାରୀବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହିତ ଗାଡିମଟର ଚଳାଚଳ ବନ୍ଦ ରହିବ l କିନ୍ତୁ ଜରୁରୀକାଳୀନ ସେବା ଅବ୍ଯାହତ ରହିବ l ଏହି ବନ୍ଦ ଡାକରାର ୪ଟି ପ୍ରମୁଖ ଦାବୀ ଗୁଡିକ ହେଲା- ଏମଏମଡିଆର ଆଇନ ରଦ୍ଦ କରାଯାଉ, ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ, ନିତ୍ଯାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ଓ ବନ୍ଯା ବିପନ୍ନ ଙ୍କୁ ତୁରନ୍ତ ସହାୟତା ଦିଆଯାଉ l ଏ ନେଇ ସାମ୍ବାଦିକ ସମ୍ମିଳନୀ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହୁଲଡିହା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଭୂବନବିହାରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ମାନିତ ଅତିଥି ଓପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରି, ଓପିସିସି ସମ୍ପାଦକ ଅନିମା ମିଂଜ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ବିଧାୟକ ଶ୍ଯାମଚରଣ ହାଁସଦାଃ, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ଓପିସିସି ମହିଳା କଂଗ୍ରେସ ଉପସଭାପତି ଜୋବାମଣୀ ଟୁଡୁ, ଏସସି ସେଲ ଓପିସିସି ଉପସଭାପତି କ୍ଷୀରୋଧ ଚନ୍ଦ୍ର ପାତ୍ର , ଏସସି ସେଲ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ବେହେରା , ଅକ୍ଷୟ ମହାନ୍ତି ,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ସମ୍ପାଦକ ରୂପକ କୁମାର ମହାନ୍ତି,ତିରିଂ ବ୍ଳକ ସଭାପତି ଭାଗୀରଥି ପାତ୍ର,ଆଡଭୋକେଟ ହରି ସାହୁ l ଅତିଥିବୁନ୍ଦ ଉପରୋକ୍ତ ଦାବୀ ଗୁଡିକ ସଂପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀର ସମସ୍ତ ବ୍ଲକ ଓ ପଞ୍ଚାୟତ ସଭାପତି , ରାଇରଙ୍ଗପୁର ମ୍ଯୁନିସିପାଲିଟିର ସଭାପତି , କର୍ମକର୍ତ୍ତା ଓ ସଂଗଠକ ତଥା ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ସିପିଆଇ ନେତା ଜଗବନ୍ଧୁ ମିଶ୍ର ମଧ୍ଯ ଉପସ୍ଥିତ ଥିଲେ।ସମସ୍ତେ ମିଳିତ ହୋଇ ବନ୍ଦକୁ ସଂପୁର୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

Sunil Chandra Nayak

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

masiha

ଗ୍ରାମ ପଞ୍ଚାୟତ ର ଅଜବ ନୀତି, ମୂଳ ବାସିନ୍ଦା ଙ୍କୁ ମିଳୁନି ଷ୍ଟଲ ଅନ୍ୟ କୁ ମିଳୁଛି

masiha

Leave a Comment

error: Content is protected !!