ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାଇକ ଉପରକୁ ଚଢ଼ିଗଲା କାର ଯୁବକ ଗୁରୁତର , ୨-ପୋଖରୀରିରୁ ବୃଦ୍ଧଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର

ବାଇକ ଉପରକୁ ଚଢ଼ିଗଲା କାର ଯୁବକ ଗୁରୁତର

ରାଇରଙ୍ଗପୁର – ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ମେଡିକାଲ ଛକ ତାରିଣି ମେଡିସିନ ଷ୍ଟୋର ସମ୍ମୁଖରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବାଇକ ଉପରକୁ କାର ଚଢ଼ିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ୭ ନମ୍ବର ୱାର୍ଡ ଗଢ ଗ୍ରାମର ସୁମନ ସାହୁ ବୋଲି ଜଣାପଡ଼ିଛି।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। 

ପୋଖରୀରିରୁ ବୃଦ୍ଧଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର

ରାଇରଙ୍ଗପୁର : ୫/୧୦/  ରାଇରଙ୍ଗପୁର‌ପୋଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅଞ୍ଚଳର କୁଲଗି ଗ୍ରାମର ଗିରିଧାରି ସେଠୀ(୬୫) ରବିବାର ଦିନ ଗାଁ ଯେ ପାଖ ପୋଖରିକୁ ଶୌଚ ପାଇଁ ଯାଇ ପୋଖରୀ ଭିତରକୁ ଖସିଯାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।ଗତକାଲି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇଁ ନଥିଲେ ।ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟସ୍ଥ ପୋଖରୀ ପାଣିରେ ବୁଡ଼ି ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୁଲଗି ଗ୍ରାମର ଗିରିଧାରୀ ସେଠୀ (୬୦) ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣ ସମୟରେ ଗିରିଧାରୀ ଘର ନିକଟସ୍ଥ ବିଲରେ ଥିବା ଏକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ଚାଲିଯାଇ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇଁ ନ ଥିଲେ।ଆଜି ସକାଳେ ଗ୍ରାମବାସୀ ଏକ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗ୍ବହଳଦା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ବହଳଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୬ ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ରାଉରକେଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯିବ: କମିଶନର ସିଭିଲ୍ ଟାଉନସିପ୍‌ରେ ଡ୍ରେନ୍ ଉପରେ ଥିବା ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଗଲା

Sunil Chandra Nayak

ଜଙ୍ଗଲ ବିଭାଗର ବନ୍ୟ ପ୍ରାଣୀ ସୁରକ୍ଷା କେତେ ଫଳପ୍ରଦ, ପାଣି ନପାଇ ଘରେ ପଶିଲା ହରିଣ 

ବିଦ୍ୟୁତ ବାଣିଜ୍ୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!