ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ଆସନ୍ତା ୧୮ ରେ…..

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ଆସନ୍ତା ୧୮ ରେ…..

ରାଉରକେଲା: କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରଥମ ଥର ପାଇଁ ଶିବ ବିବାହ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଦିନ କରାଯିବା ପାଇଁ ସ୍ଥିର କରାଯାଇଛି। ଏନେଇ ମନ୍ଦିର ଟ୍ରଷ୍ଟ, ପୁଷ୍ପାଞ୍ଜଳି ଅନୁଷ୍ଠାନ, ପୁଲିସ ପ୍ରଶାସନ ଓ କିଛି ଉତ୍ସାହୀ ଜନସାଧାରଣ ଏକ ବୈଠକରେ ମିଳିତ ହୋଇ ଏହି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୮ ତାରିଖ ଦିନ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କନ୍ୟା ପିତା ମାତା ଭାବେ ସନ୍ତୋଷ ପାଣିଗ୍ରାହୀ ଓ ଲକ୍ଷ୍ମୀ ପାଣିଗ୍ରାହୀ ତଥା ବର ପିତା ମାତା ଭାବେ ବିଷ୍ଣୁଚରଣ ପଣ୍ଡା ଓ ରୁକ୍ମିଣୀ ପଣ୍ଡା, ସର୍ବୋପରି ପୂଜକ ଭାବେ ମାନସ ରଞ୍ଜନ ପଣ୍ଡା ଓ ପରମେଶ୍ବର ପତି ଦାୟିତ୍ଵ ନିର୍ବାହ କରିବେ। କାର୍ଯ୍ୟକ୍ରମରେ ରୁଦ୍ରାଭିଷେକ, ଚଣ୍ଡିପାଠ, ବରଯାତ୍ରୀ ପ୍ରୋସେସନ,ବାଜା, ବାଣ,ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନ ର ବ୍ୟବସ୍ଥା ରହିବ। ସେହିପରି ଝିରିପାଣି ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା, ପ୍ରଚାର ପ୍ରସାର ପାଇଁ କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ ଦାୟିତ୍ଵରେ ରହିବେ। ସେହିଦିନ ସନ୍ଧ୍ୟା ୭ ଟା ରେ ବରାନୁଗମନ ପରେ କୋଏଲ ନଗର ର ଡି ବ୍ଲକ,ଇ ବ୍ଲକ,ଏ ବି ଛକ ହୋଇ ପୁନର୍ବାର ମନ୍ଦିରକୁ ଫେରିବ ଓ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସମ୍ପୂର୍ଣ୍ଣ ଧାର୍ମିକ ବାତାବରଣରେ କରାଯିବ ଏଥିରେ ସ୍ଥାନୀୟ ଜନସାଧାରଣ ସହଯୋଗ କରିବେ ବୋଲି ଅନୁରୋଧ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଂଜନ ମଲ୍ଲିକ,ଡ ସନାତନ ପ୍ରଧାନ, ବ୍ରଜେନ୍ଦ୍ର ଦାଶ, ପ୍ରଦୀପ ପଣ୍ଡା, ମନୋଜ କୁମାର ପଣ୍ଡା, ଅମୂଲ୍ୟ ମିଶ୍ର, ପୁଷ୍ପାଞ୍ଜଳି ଅନୁଷ୍ଠାନର ସର୍ବଶ୍ରୀ ଦିଗନ୍ତ ପାଣି, ସୁଶାନ୍ତ ଲେଙ୍କା,ବନ ମହାରଣା , ଦଇତାପତି ସର୍ବଶ୍ରୀ ତୁଷାର ସାହୁ, ବିବେକାନନ୍ଦ ପଣ୍ଡା, ରବିନାରାୟଣ ହୋତା, ରାଜେଶ ମହାନ୍ତି,ବରଦା ମହାନ୍ତି,ଝିରିପାଣି ଥାନା ପ୍ରଭାରୀ ପ୍ରଦୀପ କୁମାର ନାୟକ, ଏଏସଆଇ ଲଲନ ସେଠୀ, ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ ଙ୍କ ସହ ବହୁ ଉତ୍ସାହୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅତଡ଼ା ମାଟି ଚାପା ରେ ଯୁବକ ର ମୃତ୍ୟୁ 

masiha

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ 

masiha

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!