ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୈନିକ ମଙ୍ଗଳ ସଂଗଠନ ତରଫରୁ ରାଇରଙ୍ଗପୁର ମହତାବ ଭବନ ପରିସରରେ ନିଯୁକ୍ତି ମେଳା

ସୈନିକ ମଙ୍ଗଳ ସଂଗଠନ ତରଫରୁ ରାଇରଙ୍ଗପୁର ମହତାବ ଭବନ ପରିସରରେ ନିଯୁକ୍ତି ମେଳା

ରାଇରଙ୍ଗପୁର – ୩୦/୧୦ ଆର୍ମି ଓ୍ବେଲଫେୟାର ପ୍ଲେସ ମେଣ୍ଟ ଅର୍ଗାନାଇଜେସନ ତରଫରୁ ରାଇରଙ୍ଗପୁରସ୍ଥ ମହତାବ ଭବନ ପରିସରରେ ଏକ ବିଶାଳ ନିଯୁକ୍ତି ମେଳା ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ମି ଓ୍ବେଲଫେୟାର ଅର୍ଗାନାଇଜେସନ ପ୍ଲେସମେଣ୍ଟର ,କୋଲକାତା ର ଡାଇରେକ୍ଟର କଲୋନେଲ ଗୌତମ କୁମାର ଯୋଗ ଦେଇ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଦେଶର ସୈନିକ ପରିବାରର ସଦସ୍ୟଙ୍କ ମଙ୍ଗଳାର୍ଥେ, ଆତ୍ମ ନିର୍ଭରଶୀଳ, ସାମାଜିକ ସୁରକ୍ଷା, ନିଯୁକ୍ତି ନେଇ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମ ଥର ପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲା ତଥା ଆଖପାଖ ଦୁର୍ଗମ ଅଞ୍ଚଳରେ ରହୁଥିବା ସୈନିକ ପରିବାର ଲୋକେ ଏହି ନିଯୁକ୍ତି ମେଳାର ସୁଯୋଗ ନେଇପାରିବେ ବୋଲି କହିଥିଲେ ‌।ଆଜିର ନିଯୁକ୍ତି ମେଳାରେ ୧୩ ଟି ବହୁ ବଡ଼ ବଡ଼ କର୍ପୋରେଟ ସେକ୍ଟର, ବିଭିନ୍ନ ନାମିଦାମୀ କମ୍ପାନୀ, ବ୍ୟାଙ୍କ ସେକ୍ଟର, ଔଷଧ କମ୍ପାନୀ, ଶିଳ୍ପ ବିଭାଗ , ଫାଇନାନ୍ସ କମ୍ପାନୀ, ବୀମା କମ୍ପାନୀ ଭାଗ ନେଇଥିଲେ ।୧୧୩ ଜଣ ସୈନିକ ପରିବାରର ଯୁବକ,ଯୁବତୀ,ଅବସର ସେ ନାନୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ସେମାନଙ୍କୁ ୨/୩ ସପ୍ତାହ ମଧ୍ୟରେ ନିଯୁକ୍ତି ଉପରେ ସୂଚନା ଦିଆଯିବ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ଅବସର ସୈନିକ ସଂଘର ସଭାପତି କେପଟେନ ଗୁରୁଚରଣ ହେମ୍ବ୍ରମ , ଅବସରପ୍ରାପ୍ତ ମେଜର ଦେଵେନ୍ଦ୍ର ଦାସ ଏବଂ ତାଙ୍କ ଟିମ୍ ପରିଚାଳନାରେ ସହଯୋଗ କରିଥିଲେ ।ଗୁରୁଚରଣ ହେମ୍ବ୍ରମ ଙ୍କ ବଳିଷ୍ଠ ଉଦ୍ଯମ ଯୋଗୁଁ ସୈନିକ ମାନଙ୍କ ପାଇଁ ବହୁବିଧ ଜନକଲ୍ଯାଣ ଆୟୋଜନ କରାଯାଉଥିବାରୁ ସୈନିକ ମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।ସୁଵେଦାର ଶୁଶିଲ କୁମାର ସ୍ବାଇଁ ମଂଚ ପରିଚାଳନା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ଟ୍ରକ ର ସିରିଜ ଦୁର୍ଘଟଣାରେ ପୃଥକ ପୃଥକ ସ୍ଥାନରେ ୪ ମୃତ ଓ ୩ ଗୁରୁତର! ଯାଇଥିଲେ ରୋଗୀ ହୋଇ ଫେରିଲେ ଶବ ହୋଇ !

masiha

ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଫି’ ଛାଡ ପାଇଁ ଦାବି  ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଜୁନାଗଡ ର ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!