ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ର ସିରିଜ ଦୁର୍ଘଟଣାରେ ପୃଥକ ପୃଥକ ସ୍ଥାନରେ ୪ ମୃତ ଓ ୩ ଗୁରୁତର! ଯାଇଥିଲେ ରୋଗୀ ହୋଇ ଫେରିଲେ ଶବ ହୋଇ !

ଟ୍ରକ ର ସିରିଜ ଦୁର୍ଘଟଣାରେ ପୃଥକ ପୃଥକ ସ୍ଥାନରେ ୪ ମୃତ ଓ ୩ ଗୁରୁତର! ଯାଇଥିଲେ ରୋଗୀ ହୋଇ ଫେରିଲେ ଶବ ହୋଇ !
 ତିରିଂ ଥାନା; ବଡଡାଳିମାରେ ଜଣେ ମୃତ ହୋଇଥିବାବେଳେ ଵହଳଦା ଥାନା ଅନ୍ତର୍ଗତ ବାଗଡେଗାରେ ୩ ମୃତ ଜଣେ ଗୁରୁତର 

 ମୟୂରଭଞ୍ଜ -୩୦/୧୧ (ମସିହା)ବିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର  ରାଇରଙ୍ଗପୁର – ତିରିଂ ରାସ୍ତାରେ ରେ ଟାଟା ଆଡୁ ଫେରନ୍ତା ଟ୍ରକର ସିରିଜ ଦୁର୍ଘଟଣା ୪ ଜଣ ମୃତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଆଜି ଭୋର ୬ ଟା ପାଖାପାଖି ସମୟରେ ଟାଟା ଆଡୁ ଏକ ଟ୍ରକ ଦୃତ ଗତିରେ ଆସୁଥିବା ସମୟରେ ତିରିଂଥାନା ଅନ୍ତର୍ଗତ ବଡଡାଳିମା ଛକରେ ଜନୈକ ପଥଚାରୀକୁ ଧକ୍କା ଦେଇ ଭୟରେ ଦୃତ ଗତିରେ ଖସି ପଳାଉଥିବା ସମୟରେ ଵହଳଦା ଥାନା ଅନ୍ତର୍ଗତ ବାଗଡେଗାରେ ଏକ ଅଟୋ ସହିତ ସାମନା ସାମନି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା ର ଶିକାର ହୋଇଥିଲେ ।ଅଟୋ ଡ୍ରାଇଭରର ସହିତ ଆରୋହୀ ଦମ୍ପତି ଙ୍କ ମୃତ୍ୟୁ ହୋଇଛି ।   ବଡଡାଳିମାର ପଥଚାରୀ ହେଉଛନ୍ତି ‌ସେହି ଗ୍ରାମର ଧର୍ମପଦ ପାଟବନ୍ଧା ।ସେ ଦୈନିକ ସକାଳୁ ମର୍ଣିଂଓ୍ବାକ୍ କରନ୍ତି । 

    ସେହିଭଳି ତିରିଂ ଥାନା ଅନ୍ତର୍ଗତ ଭଗାଵନ୍ଦି ଗ୍ରାମର ଲଖନ ସୋରେନ(୪୭) ତାଙ୍କ ସ୍ତ୍ରୀ ଙ୍କ ପାନ ସୋରେ(୩୨)ନ ଙ୍କ ସହ କଟକରୁ ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ଭୋରୁ ବସ୍ ଯୋଗେ ଵହଳଦାରେ ପହଞ୍ଚି ଥିଲେ । ତାଙ୍କ ସାନଭାଇ ମାଝ ସୋରେନ ଗାଁର ଅଟୋବାଲା ଧନରାମ ମାରାଣ୍ଡି କୁ ନେଇ ଵହଳଦାରୁ ନିଜ ଗାଁ କୁ ଫେରୁଥିବା ବେଳେ ଵାଗଡେଗା ଛକରେ ସାମ୍ନା ପଟୁ ଟ୍ରକ ଧକ୍କା ଦେଇଥିଲା ।ସତେ ଯେମିତି ଯମ ରାସ୍ତାର ଛକକୁ ଛକ ଜଗିଥିଲା ‌ଘଟଣାସ୍ଥଳରେ ଅଟୋ ଡ୍ରାଇଭର ଧନରାମ ମାରାଣ୍ଡି ସମେତ ରୋଗୀ ଦମ୍ପତି ଲଖନ ଓ ପାନ ସୋରେନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ‌।ମାଝ ଅଟୋରୁ ଛିଟିକି ପଡ଼ି ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ।ପରେ ସ୍ଥାନୀୟ ବାସୀଙ୍କ ସହାୟତାରେ ଵହଳଦା ଡାକ୍ତରଖାନାକୁ ନିଆ ଯାଇଥିଲା ।ଡାକ୍ତର ଲଖନ ଓ ପାନ ସୋରେନ,ଧନରାମ ମାରାଣ୍ଡି କୁ ମୃତ ଘୋଷଣା କରିଥିଲେ । ଟ୍ରକ ର ଖଲାସୀ( ଅଜଣା) ଏବଂ ମାଝ ସୋରେନ କୁ ଅଧିକ ଚିକିତ୍ସା । ପାଇଁ ବାରିପଦା କୁ ସ୍ଥାନାନ୍ତରିତ କରାଯାଇଛି ।ଘଟଣାସ୍ଥଳରେ ତିରିଂପୋଲିସ,ଵହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖବର ପାଇ ଵାଗଡେଗାରେ ସାଧାରଣ ଲୋକେ ଉତେଜିତ ହୋଇ ହୋ ହାଲ୍ଲା କରିବା ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବି କରୁଥିଲେ । ରାଇରଙ୍ଗପୁର ମେଡିକାଲରେ ପାନ ସୋରେନ ଏବଂ ଧର୍ମପଦ ପାଟବନ୍ଧା ମୃତଦେହ ଥିବାବେଳେ ଵହଳଦା ଡାକ୍ତରଖାନାରେ ଧନରାମ ମାରାଣ୍ଡି ଏବଂ ଲଖନ ସୋରେନ ଙ୍କ ମୃତଦେହ ଅଛି ।ସଂନ୍ଧ୍ଯା ସୁଦ୍ଧା ମୃତକଙ୍କ ପରିବାର କ୍ଷତିପୂରଣ ଦାବି ପାଇଁ ଅଡି ବସିଛନ୍ତି ।ଵହଳଦା ଡାକ୍ତରଖାନା ବାରଣ୍ଡାରେ ଶବ ଦୁଇଟି ପଡ଼ି ରହିଛି । ଧର୍ମପଦ ପାଟବନ୍ଧାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ‌ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ,ଏସଡିପିଓ ଗୋକୁଳାନନ୍ଦ ସାହୁ ,ତିରିଂ ଥାନାଧିକାରୀ ,ଵହଳଦା ଥାନାଧିକାରୀ ଏବଂ ଅନ୍ୟ ପୋଲିସ ମୃତକ ପରିବାର ଵର୍ଗ ଏବଂ ଗ୍ରାମବାସୀଙ୍କ ସମାଧାନ ପାଇଁ ଆଲୋଚନା ଜାରି ରଖିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସମାଜସେବୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

masiha

ଧର୍ମପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!