ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଗେଟ ଖରାପ ଥିବା ଯୋଗୁଁ ଗ୍ରାମବାସୀ ଚାରି ଦିନ ପରେ ପାଇଲେ ଶୁଦ୍ଧ ପାନୀୟ ଜଳ 

ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଗେଟ ଖରାପ ଥିବା ଯୋଗୁଁ ଗ୍ରାମବାସୀ ଚାରି ଦିନ ପରେ ପାଇଲେ ଶୁଦ୍ଧ ପାନୀୟ ଜଳ 

ନବରଙ୍ଗପୁର:(୭|୬)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଜଟାବାଲ ବ୍ରେକ ଡାଉନ ଫିଡର ରେ ସଂଯୋଗ ଥିବା ବିଦ୍ୟୁତ୍ ଯୋଗାଣ ଲାଇନ୍ ବହୁ ସମୟ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଉଥିବା ଯୋଗୁଁ ଜନସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଥିଲା l ସମ୍ପୃକ୍ତ ଗ୍ରାମବାସୀ ପଞ୍ଚାୟତ, ଜିଲ୍ଳା ପ୍ରଶାସନ ଠାରେ ଗୁହାରି ଜଣାଇବା ସହିତ ବିଧାୟକ, ଜିଲ୍ଳା ପରିଷଦ ଅଧ୍ୟକ୍ଷଙ୍କୁ ଜଣାଇବା ପରେ ସମାଧାନ ହୋଇ ପାରି ନ ଥିଲା lତେବେ ଡାବୁଗାଁ ବିଦ୍ୟୁତ୍ ବିଭାଗକୁ ମଧ୍ୟ ଜଣାଇଥିଲେ l ସେଠାରେ କାର୍ଯ୍ୟରତ ବିଦ୍ୟୁତ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ଜନସାଧାରଣଙ୍କ ଉକ୍ତ ସମସ୍ୟାକୁ ଗୁରୁତର ଭାବେ ଗ୍ରହଣ କରି ତା୨|୬|୨୦୨୬ରିଖରେ ନିଜେ କର୍ମଚାରୀ ମାନଙ୍କୁ ନେଇ ଜଟାବାଲ ବ୍ରେକ ଡାଉନ ଫିଡର ଲାଇନ୍ ସଂଯୋଗ ବିଚ୍ଛିନ୍ନ କରାଇ ଡାବୁଗାଁ ୧୧ କେଭି ଲାଇନ ଟାଉନ ଲାଇନ୍ ସହ ସଂଯୋଗ କରି ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ସବୁରି ମୁହଁରୁ ପ୍ରଶଂସନୀୟ ହୋଇଥିଲେ l କିନ୍ତୁ ଦୁଃଖର କଥା ଲୋକେ ଖୁସି ହୋଇଥିଲେ ହେଁ ସକାଳରେ ପାଣି ଛାଡିବା ବେଳକୁ ଗେଟ ଖରାପ ଥିବାରୁ ଜନସାଧାରଣ ଚାରିଦିନ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ l ଉକ୍ତ ଖବର ଆମ ଜିଲ୍ଳା ପ୍ରତିନିଧି ରବି ନାରାୟଣ ମହାନ୍ତି ଜାଣିବା ପରେ ପ୍ରଥମେ ଡାବୁଗାଁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ର ମହୋଦୟଙ୍କୁ ଫୋନ ଯୋଗେ ଜଣାଇବା ପରେ ଡାବୁଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନରେଶ ଜାଲ ମହୋଦୟଙ୍କୁ ଜଣାଇବା ସହ ଡାବୁଗାଁ ସରପଞ୍ଚ ବିନୋଦ ସୌରା ମହୋଦୟଙ୍କୁ ଅବଗତ କରାଇଥିଲେ l ଏହି ସମସ୍ୟାକୁ ଗୁରୁତର ଭାବେ ବିଚାରକୁ ନେଇ ଫୋନ ଯୋଗେ ଯୋଗାଯୋଗ କରାଇବା ଦ୍ଵାରା ବିଡିଓ, ପି ଇ ଓ ଏବଂ ସରପଞ୍ଚଙ୍କ ସହୟତାରେ ଗେଟ ମରାମତି ଚାରି ଦିନ ମଧ୍ୟରେ କରାଇ ପାଣି ଛାଡିବା ବ୍ୟକ୍ତି ଗଙ୍ଗା ଗୌଡଙ୍କୁ ଗତକାଲି ସନ୍ଧ୍ୟାରେ ଡ଼ାକି ପଞ୍ଚାୟତରେ ଗେଟ ହସ୍ତାନ୍ତର କରାଇଥିଲେ ll ଗଙ୍ଗା ଗୌଡ ଗତକାଲି ମରାମତି ହୋଇଥିବା ଗେଟକୁ ବସାଇଥିଲେ ଓ ରାତିରେ ପାଣି ମୋଟର ସଙ୍ଗେ ଉଠାଇ ଆଜି ସକାଳ ୬ ଘଣ୍ଟା ସମୟରେ ଘର ଘରକୁ ପାଣି ଯୋଗାଇ ଜନସାଧାରଣଙ୍କ ଜଳ କଷ୍ଟ ଦୂର କରିଥିଲେ l ସେଥିନେଇ ସମସ୍ତଙ୍କୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା, ମୋ ସ୍କୁଲ ଅଭିଯାନରେ 1ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା

Sunil Chandra Nayak

୨୬ ପଞ୍ଚାୟତକୁ ୪ ଜଣ କନିଷ୍ଠ ଯନ୍ତ୍ରୀ : ଉନ୍ନୟନ କାର୍ଯ୍ୟ ଠପ ଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି ସମୁହ

masiha

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ମ,ରାମପୁର ର ବିଇଓ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା

masiha

Leave a Comment

error: Content is protected !!