ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧନଞ୍ଜୟ ମହାନ୍ତି ଜୟନ୍ତୀ ସମାରୋହ 

ଧନଞ୍ଜୟ ମହାନ୍ତି ଜୟନ୍ତୀ ସମାରୋହ 

ରାଉରକେଲା: ଧନଞ୍ଜୟ ମହାନ୍ତି ମେମୋରିଆଲ ଟ୍ରଷ୍ଟ ରାଉରକେଲା ଆନୁକୂଲ୍ୟରେ ପ୍ରାକ୍ତନ ସାଂସଦ ତଥା ସମାଜସେବୀ ଧନଞ୍ଜୟ ମହାନ୍ତି ଙ୍କ ୧୧୨ ତମ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ତରଫରୁ ସିଭିଲ ଟାଉନସିପ୍ ସ୍ଥିତ ଧନଞ୍ଜୟ ସ୍ମୃତି ଉଦ୍ୟାନ ଠାରେ ଧନଞୟଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ‌ସହ ତାଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନ ଉପରେ ଆଲୋଚନା କରାଯାଇଥିଲା। ସେହିପରି ସନ୍ଧ୍ୟାରେ ହୋଟେଲ ସୋଲାସ ଠାରେ ମ୍ୟୁଜିକ ଥେରାପି ପକ୍ଷରୁ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହର ସେବା ସମିତି ର ମ୍ୟାନେଜିଂ ଟ୍ରଷ୍ଟି ତଥା କାର୍ଯ୍ୟକ୍ରମର ଆବାହକ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ବ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ମହାପାତ୍ର, ଡାକ୍ତର ପି କେ ମହାନ୍ତି, ସମାଜସେବୀ ଦିଗମ୍ବର ମହାନ୍ତି ଓ ଗଣେଶ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ମ୍ୟୁଜିକ ଥେରାପି ପକ୍ଷରୁ ସର୍ବଶ୍ରୀ ସୁଜିତ କୁମାର ପଣ୍ଡା, ଲୀନା ସେନାପତି, ପ୍ରମୋଦ ମହାପାତ୍ର, ସ୍ମିତା ମିଶ୍ର, ହିମାଂଶୁ ମହାନ୍ତି,ମିନର୍ଭା ମିଶ୍ର,ଅନୀମା ସେଠୀ, ଜୀବନ ସମାସୀ, ଖୁର୍ଦିଆ ଲାକ୍ରା,ଶୈଳେନ୍ଦ୍ର ମହାନ୍ତି,ସୁମି ଜେନା, ଗଣେଶ ସେଠୀ,ପୂର୍ଣ୍ଣ ନିଆଳୀ, ବିଭୁଦତ୍ତ, ତରୁଣ କୁମାର, କିଶୋର ସିଂ ପ୍ରମୁଖ ସଂଗୀତ ପରିବେଷଣ କରିଥିଲାବେଳେ ବାଦ୍ୟଯନ୍ତ୍ର ରେ ସରୋଜ ପଣ୍ଡା,ତୀର୍ଥ ଲୋହା,ରଜନୀ ସିଂ, ଇନ୍ଦ୍ରଜିତ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୁଞ୍ଜବିହାରୀ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଫୁଲ୍ଲ ନାୟକ, ପ୍ରମୋଦ ସାହୁ, ଚନ୍ଦ୍ରଶେଖର ପାଢ଼ୀ, ଫିରୋଜ ଅହମ୍ମଦ,ପ୍ରଭୁ ସାହୁ, ସମ୍ପାଦକ ପୁଷ୍ପା ଲେଙ୍କା,ବାନାମ୍ବର ମହାନ୍ତି, ନନ୍ଦନ ମୁଖାର୍ଜୀ,ମରୁମାୟା ମହାନ୍ତି, ଚେତନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ସଂଗୀତପ୍ରେମୀ, ସମାଜସେବୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ 

Sunil Chandra Nayak

କୁଲାଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ରଥ ତିଆରି 

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!