ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଡେଙ୍ଗୁ ଦିବସରେ ମ୍ୟlଲେରିଆ ଓ ଜଳବାହିତ ରୋଗ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ 

ଜାତୀୟ ଡେଙ୍ଗୁ ଦିବସରେ ମ୍ୟlଲେରିଆ ଓ ଜଳବାହିତ ରୋଗ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ 

ରାୟଗଡ:-ତା. ୧୬/୦୫- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ବାରିଝୋଲା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜାତୀୟ ଡେଙ୍ଗୁ ଦିବସରେ ମ୍ୟlଲେରିଆ ଓ ଜଳବାହିତ ରୋଗ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଡରି ନବୀନ ଚନ୍ଦ୍ର ନlୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ପିଏ ଆଇଟିଡିଏ, ରାୟଗଡ଼, ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ମ୍ୟାଲେରିଆ ଅଧିକାରୀ ଡା ପ୍ରଦୀପ କୁମାର ସୁବୁଦ୍ଧି ଆଦି ଯୋଗଦାନ କରି ଡେଙ୍ଗୁ ଦିବସରେ ମ୍ୟାଲେରିଆ ଓ ଜଳବାହିତ ରୋଗ ନିରାକରଣ ଉପରେ ଉପସ୍ଥାପନା କରିଥିଲେ l ନ୍ୟାକେରିଆ ଓ ଡେଙ୍ଗୁର ଭୟବାହ ଓ ଏହାର ନିରlକରଣ ଉପରେ ବିଶେଷ ଆଲୋଚନା କରିଥିଲେ l ସଚେତନତା ଓ ସତର୍କତା ହି ଅଧିକାଂଶ ପରିମାଣରେ ଭଲ କରିଦେବ ବୋଲି କହିଥିଲେ l ବିଶେଷ କରି ଓଷଧ ଦିଆ ମଶାରୀ ବ୍ୟବହାର କଲେ ବହୁତ ପରିମାଣ ରେ କମିଯିବ ବୋଲି କହିଥିଲେ l ଜିଲ୍ଲାରେ ଏସମ୍ବନ୍ଧରେ ଆଶା ଗାଁ କଲ୍ୟାଣ ସମିତି ଦ୍ୱାରା ବହୁଳ ପ୍ରଚାର କରି ସଚେତନତା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଡେଙ୍ଗୁ ନିରାକରଣ ନିମନ୍ତେ ସର୍ବ ପ୍ରଥମେ ନିଜ ନିଜ ଘର ଚାରପଟେ ଜମା ରହୁଥିବା ଅଳିଆ ଆବର୍ଜନା, ଯମlରହୁଥିବା ପାଣିଟାଙ୍କି ସଫା କରିବା ଉପରେ ଆଲୋଚନା କରାଯାଇଥିଲା l

   ଏହି ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଏଏନଏମ ଛାତ୍ରୀ, ସ୍ଵାସ୍ତ୍ୟ ବିଭାଗ କର୍ମଚାରୀ ଆଦି ଯୋଗଦାନ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋଲନରା ବ୍ଲକ ର ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ ମନମୁଖୀ ଶାସନ କୁ ରାୟଗଡା ଜିଲ୍ଲା ପ୍ରଶାସନ ଆଖିରେ କଳା ପଟି ବାନ୍ଧି ଚୁପ ରହିଛି 

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର 

Sunil Chandra Nayak

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!