ଶବ ରଖି ରାସ୍ତା ରୋକ
ନର୍ଲା 29/06(ଫଟୋ ଅଛି) :କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ପଂଚାୟତ ବଲଵସପୁର ଭାଟି ପଡା ଛକରେ ଆଦି ସନ୍ଧ୍ୟା ସମୟରେ ସ୍ଥାନୀୟ ବଲବସପୁର ଲୋକେ ଏକ ଶବ ରଖି ନର୍ଲା କେସିଙ୍ଗା ଭାୟା ରୁପ୍ରାରୋଡ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଗାଡି ମୋଟର ଉଭୟ ପଟରେ ଅଟକି ରହିଥିଲା। ପରେ ନର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମାଧାନ କରିଥିବା ରୁ ସନ୍ଧ୍ୟା 7.30 ଟାରେ ରାସ୍ତା ଅବରୋଧ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ଲାଖପଦର ରେଳ ଫାଟକ ନିକଟରେ ଏକ ସଡକ ଦୁର୍ଘଟଣାରେ ବଲସପୁର ଗ୍ରାମର ଜୟପ୍ରକାଶ ମାଝି(ଉଆସୁ)35 ର ମୂର୍ତ୍ତତୁ ହୋଇଥିବା ବେଳେ ଦୁର୍ଘଟଣା ଘଟ୍ଆଇଥିବା ଲୋକ ଙ୍କ ମଧ୍ୟରେ ଆପସରି ବୁଝାମଣା ହୋଇ ଥିବା ବେଳେ ଆଜି ଭବାନିପାଟଣା ରେ ପୋଷ୍ଟମଟମ ହୋଇ ଥିଲା ।ପରେ ଆପସରି ବୁଝାମଣା ରୁ ଦୁର୍ଘଟଣା ଘଟାଇଥିବା ଲୋକ ଓହରିବାରୁ ଲୋକେ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ପରିଶେଷରେ ପୋଲିସ ଉପସ୍ଥିତିରେ ପୁଣି ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଥିବା ରୁ ରାସ୍ତା ଅବରୋଧ ହଟିଥିଲା।
31 ଜୁଲାଇ ପର୍ଯ୍ୟନ୍ତ ଟ୍ରେନ ନ ରହିଲେ 01 ଅଗଷ୍ଟ ରୁ ରେଳରୋକ ଆନ୍ଦୋଳନ
ନର୍ଲା , 29/06:କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଏକ ବାଣିଜ୍ୟ ବ୍ୟବସାୟ ପେଣ୍ଠସ୍ଥଳୀ ରୁପେ ପରିଚିତ ଥିବା ବେଳେ ରୁପ୍ରାରୋଡ ରୁ ଅନେକ ବ୍ୟବସାୟୀ କଣ୍ଟା ବାଞି , ରାୟପୁର , ଖରିଆରରୋଡ,ନାଗପୁର, ଦିଲ୍ଲୀ, କଲିକତା, ଆଗ୍ରା, ମଥୁରା, ସୁରତ ଦୁର୍ଗ, କୋଟା ଗୁଜରାଟ, ଟାଟା, ବଲାଙ୍ଗୀର ଯାଇ ବ୍ୟବସାୟ କରିଥାନ୍ତି ଏହା ଛଡା ରୁପ୍ରାରୋଡ କୁ ଲାଗି ରହିଥିବା 26 ଟି ପଞ୍ଚାୟତ ର ଜନସାଧାରଣ ସହିତ କଲାହଖଣ୍ଡି ଓ କନ୍ଧମାଳ ଜିଲ୍ଲା ର ହଜାର ହଜାର ଲୋକ ରେଳଯାତ୍ରା ପାଇଁ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରନ୍ତି। ଏଥିପାଇଁ ଅନେକ ଏକ୍ସପ୍ରେସ୍ ଟ୍ରେନ ରୁପ୍ରାରୋଡ ଷ୍ଟେସନ ରେ ଅଟକୁ ଥିଲା ହେଲେ କୋଭିଡ ମହାମାରୀ ସମୟରରୁ ଅଟକୁ ଥିବା ଏକ୍ସପ୍ରେସ ଟ୍ରେନ ଆଉ ଅଟକୂ ନାହିଁ ଫଳରେ ବ୍ୟବସାୟୀ, ରୋଗି, ଛାତ୍ରଛାତ୍ରୀ, ଟୃରିଷ୍ଟ, ଶ୍ରଦ୍ଧାଳୁ,ସହିତ ଗରିବ ଖଟିଖିଆ ଲୋକମାନେ ଖର୍ଚାନ୍ତ କରି ନାହି ନ ଥିବା ଅସୁବିଧା ର ପ୍ରାୟ 06 ବର୍ଷ ରୁ ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା କୁ ନେଇ ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ଓ ଅନେକ ସଂସ୍ଥା ରେଳ ବିଭାଗ ସହିତ ଅନେକ ନେତା ମନ୍ତ୍ରୀ ଙ୍କୁ ଜଣାଇ ଥିଲେ ହେଲେ କୋଣସି ସୁଫଳ ମିଳୁନାହିଁ କେବଳ ଆଶ୍ୱାସନା ଦେଇ ରେଳ ବୋଡ କୁ ପଠାଇ ବାର ଦର୍ଶଶାଉଛନ୍ତି ଯହାକି ଏଡିଶନାଲ ଜେନରାଲ ମେନେଜର ଭୁବନେଶ୍ବର ଏକ ପତ୍ର ତାରିଖ 06/11/2025 ଦିନ ଟ୍ରେନ୍ ନମ୍ବର -18189/18190(ଟାଟା ଏରନାକୁଲମ) ଓ ସମତା ଏକ୍ସପ୍ରେସ ନମ୍ବର -12807/12808 ରୁପ୍ରାରୋଡ ରହଣୀ ପାଇ ପଠାଯାଇଛି ବୋଲି ସୂଚନା ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଏହି ସବୁ ସମସ୍ୟା ସହିତ ଟ୍ରେନ୍ ନମ୍ବର -12807/12808,17481/17482,13352/13351,18189/18190,12843/12844,20809/20808 ଓ 12872/12871 ଟ୍ରେନ 31 ଜୁଲାଇ 2026 ପର୍ଯ୍ୟନ୍ତ ରୁପ୍ରାରୋଡ ରେଳ ଷ୍ଟେସନ ରେ ରହିବା ପାଇଁ ବ୍ୟବସ୍ଥା କରା ନ ଗଲେ ଆଗାମୀ ଅଗଷ୍ଟ 01 ତାରିଖରୁ ହଜାର ହଜାର ଲୋକ ଙ୍କ ଉପସ୍ଥିତି ରେ ରେଳରୋକ ଆନ୍ଦୋଳନ କରାଯିବ ବୋଲି ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ତରଫରୁ ଜେନରାଲ ମେନେଜର କୁ ରୁପ୍ରାରୋଡ ରେଳ ସୁପରିନଟେନଡେଣ୍ଟ ଜରିଆରେ ଲିଖିତ ପତ୍ର ପ୍ରଦାନ କରିଛନ୍ତି ଏହି ପତ୍ରରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ରେଳ ଫାଟକ ରେ ଏକ ଓଭର ବ୍ରିଜ୍ ନିର୍ମାଣ ନ ପାଇ ମଧ୍ୟ ଦାବି କରିଛନ୍ତି।
ଦୀପକ ଠାକୁର ଙ୍କ ରିପୋର୍ଟ୍

