ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ସରସ୍ବତୀ ଶିଶୁମନ୍ଦିର ରଜତ ଜୟନ୍ତୀ ଉଦଯାପିତ: ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ରିଷିଡା ସରସ୍ବତୀ ଶିଶୁମନ୍ଦିର ରଜତ ଜୟନ୍ତୀ ଉଦଯାପିତ: ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କର୍ଲାମୁଣ୍ଡା, ୧୬/୧୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରିଷିଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗତ ତିନିଦିନ ଧରି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି ବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ। ଶିକ୍ଷା, ସଂସ୍କୃତି, ପରମ୍ପରା ଓ ପ୍ରତିଭାର ଏହି ଅପୂର୍ବ ସମାଗମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନର ୨୫ ବର୍ଷର ସଫଳତାକୁ ପ୍ରଶଂସା କରିଛନ୍ତି।ଉତ୍ସବର ପ୍ରାରମ୍ଭରେ ପୁରାତନ ଛାତ୍ର ସଭାପତି ରେଶବ କେଡ଼ିଆ ଓ ସମ୍ପାଦକ ସଲିମ ଶେଖର ରଣାଙ୍କ ନେତୃତ୍ୱରେ ଏକ ବିରାଟ ମୋଟରସାଇକେଲ ରେଲି ସମଗ୍ର ଅଞ୍ଚଳ ପରିକ୍ରମା କରି ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲା। ପ୍ରଥମ ଦିନରେ ମାତୃମଣ୍ଡଳୀଙ୍କ ଦ୍ୱାରା କଳସ ଯାତ୍ରା, ମଶାଲ ଶୋଭାଯାତ୍ରା ଏବଂ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯୋଗଦାନଦ୍ୱିତୀୟ ଦିବସ: ପ୍ରଥମ ଅଧିବେଶନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଓ ବ୍ଲକ ଅଧ୍ୟକ୍ଷା କୁନି ସାହୁ ଯୋଗଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଗଜପତି ଫାଲ୍ଗୁନୀ କୁମାର ମାଝୀ ଏବଂ ମୁଖ୍ୟ ବକ୍ତା ଭାବେ ଡ. ହେମନ୍ତ କୁମାର ଦାସ ଯୋଗଦେଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ତୃତୀୟ ଦିନ: ପ୍ରଥମ ଅଧିବେଶନରେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂହ, ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା ଏବଂ ମୁଖ୍ୟବକ୍ତା ଡ. ଅଜିତ କୁମାର ବେହେରା ଉପସ୍ଥିତ ଥିଲେ। ଉଦଯାପନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏହି ରଜତ ଜୟନ୍ତୀ କେବଳ ଏକ ଉତ୍ସବ ନୁହେଁ, ବରଂ ଅତୀତର ସ୍ମୃତିକୁ ମନେ ପକାଇ ଭବିଷ୍ୟତର ନୂତନ ସ୍ୱପ୍ନ ଦେଖିବାର ଏକ ସୁବର୍ଣ୍ଣ ଅବସର। ଏଥିରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ, କଳାହାଣ୍ଡି ବିଭାଗ ପ୍ରମୁଖ ମନ୍ମଥ କୁମାର ମିଶ୍ର ଏବଂ ମୁଖ୍ୟ ବକ୍ତା ଡମ୍ବରୁଧର କର୍ମୀ ଯୋଗଦେଇ ଶିଶୁମନ୍ଦିରର ଶିକ୍ଷାଦାନ ଓ ସଂସ୍କାରକୁ ଭୂୟସୀ ପ୍ରଶଂସା କରିଥିଲେ। ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ହିରୋଜ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଜୁବଲୀ କମିଟି ସମ୍ପାଦକ ନରୋତ୍ତମ ସେଲମା ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରାତନ ଛାତ୍ର ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା ମଞ୍ଚ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରଙ୍ଗାଦ୍ୱାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ଏହି ସମାରୋହକୁ ସଫଳ କରିବାରେ ଜୁବଲୀ କମିଟି ସଭାପତି ନୈମି ଚାନ୍ଦ ଜୈନ, ପ୍ରଧାନ ଆଚାର୍ଯ୍ୟ ବାସୁଦେବ ସେଲମା, କୋଷାଧ୍ୟକ୍ଷ ସୁନୀଲ କେଡ଼ିଆଙ୍କ ସମେତ ସମସ୍ତ ସଭ୍ୟସଭ୍ୟା, ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଏବଂ ଗୁରୁଜୀ-ଗୁରୁମାମାନେ ସକ୍ରିୟ ସହଯୋଗ କରିଥିଲେ।

Related posts

ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଙ୍କୁ ମିଳିଲା ରାଜ୍ୟ କୃତୀ ଶିକ୍ଷକ ସମ୍ମାନ

Sunil Chandra Nayak

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

ସିନାମାଳ ଗାଁ ର ଆମ୍ବ ବଗିଚା ରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

masiha

Leave a Comment

error: Content is protected !!