ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ପ୍ରସ୍ତୁତି

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ପ୍ରସ୍ତୁତି

କର୍ଲାମୁଣ୍ଡା, ୧୬/୧୦ (ସୁଶାନ୍ତ ରଣା): ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ-୨୦୨୬ରେ ଆୟୋଜିତ ହେବାକୁ ଥ‌ିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପଶ୍ଚିମ ଓଡ଼ିଶାର ସୁପରିଚିତ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ।

ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ଏହି ମହୋତ୍ସବରେ ଭାଗ ନେବା ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଶିଳ୍ପୀ ନିଜର ତିନୋଟି ଶ୍ରେଷ୍ଠ ବାଲୁକା କଳାର ଫଟୋ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥାନ୍ତି। ପରବର୍ତ୍ତୀ ସମୟରେ ଚୟନ କମିଟି ଦ୍ବାରା ମନୋନୀତ ଶିଳ୍ପୀମାନଙ୍କୁ ଉତ୍ସବରେ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଥାଏ। ଶ୍ରୀ ସାହୁ ୨୦୧୭ ମସିହାଠାରୁ ପ୍ରତିବର୍ଷ ଏହି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ଗୌରବମୟ ଉତ୍ସବରେ ଭାଗ ନେବାକୁ ସେ ଆଶାବାଦୀ ଅଛନ୍ତି।ଏଥିପାଇଁ ସେ ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଆଧାର କରି ନୂତନ ବାଲୁକା କଳା ସୃଷ୍ଟି କରିବା ନିମନ୍ତେ ନିରନ୍ତର ଅଭ୍ୟାସ ଜାରି ରଖୁଛନ୍ତି। “କଳା ମାଧ୍ୟମରେ ଓଡ଼ିଶାର ଗୌରବ ଓ ଐତିହ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ହିଁ ତାଙ୍କର ଲକ୍ଷ୍ୟ”।

Related posts

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜିଲା ଜନସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଦୋକାନରେ ଚଢାଉ

ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!