ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଠାରେ ଜାତୀୟ ପ୍ରେସ୍ ଦିବସ -୨୦୨୬ ପାଳିତ

ରାଇରଙ୍ଗପୁର ଠାରେ ଜାତୀୟ ପ୍ରେସ୍ ଦିବସ -୨୦୨୬ ପାଳିତ

ରାଇରଙ୍ଗପୁର – ୧୬-୧୧- ରାଇରଙ୍ଗପୁର ଉପଖଣ୍ଡରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ପକ୍ଷରୁ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗୃହ ଠାରେ ଜାତୀୟ ପ୍ରେସ୍ ଦିବସ -୨୦୨୬ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟ ଅତୀତରେ ମୃତ୍ୟୁବରଣ କରିଥିବା ପ୍ରାକ୍ତନ ସାମ୍ବାଦିକ ସ୍ବର୍ଗତଃ ରତିକାନ୍ତ ପରୀକ୍ଷାଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ସାମ୍ବାଦିକ ବନ୍ଧୁ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଜାତୀୟ ପ୍ରେସ ଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ ଦିବସ ପାଳନର ଆଭିମୁଖ୍ୟ ଓ ଚଳିତ ବର୍ଷର ଆଲୋଚ୍ୟ ବିଷୟବସ୍ତୁ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି କହିଥିଲେଯେ ବାସ୍ତବରେ ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ,ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଦାୟିତ୍ୱ। ସମ୍ବାଦଟି ଯେତେ ଲୋକପ୍ରିୟତା ହେଉ ନା କାହିଁକି ଯଦି ଏହାର ସତ୍ୟତା ନାହିଁ ତେବେ ତାହା ସାମ୍ବାଦିକତାର ମୂଳ ଉଦେଶ୍ୟକୁ ପୂରଣ କରି ପାରିବ ନାହିଁ। ସତ୍ୟନିଷ୍ଠା, ନିରପେକ୍ଷତା ଓ କର୍ତ୍ତବ୍ୟପରାଣୟତା ହିଁ ସାମ୍ବାଦିକଙ୍କୁ ଦୀର୍ଘସ୍ଥାୟୀ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ କରିଥାଏ ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତି ଯୋଗ ଦେଇ ବର୍ତ୍ତମାନ ଡିଜିଟାଲ ଯୁଗରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ଲୋକପ୍ରିୟତା ସମ୍ବାଦ ଅପେକ୍ଷା ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରଚାର ପ୍ରସାରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ସେହିପରି ଆଲୋଚ୍ୟ ପ୍ରସଙ୍ଗ ଉପରେ ମତବ୍ୟକ୍ତ ରଖି ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଲୋକପ୍ରିୟତା ଅପେକ୍ଷା ସତ୍ୟ ନିଷ୍ଟ, ପ୍ରତିଯୋଗିତା ଅପେକ୍ଷା ନୈତିକତା ଓ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଜନସ୍ୱାର୍ଥ ପ୍ରାଧାନ୍ୟ ଯୁକ୍ତ ସାମ୍ୱାଦିକତାର ପରିକଳ୍ପନା ଉପରେ ଗୁରୁତ୍ୱାରୋପ କରିଥିଲେ

ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି, ସୁବ୍ରତ ମହାନ୍ତି, ସୁଜିତ ପଟ୍ଟନାୟକ, ଅକ୍ଷୟ ବିଶ୍ୱାଳ,ସଞ୍ଜୟ ପରିଡା,ମେଘନାଦ ହେମ୍ବ୍ରମ,ଜିତେନ୍ଦ୍ର ଅଗ୍ରୱାଲ, ପରେଶ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ୟାମଳେନ୍ଦୁ ପରିଡା ,ସେକ୍ ନାସିର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ ଦାବିରେ ଶୋଭାଯାତ୍ରା ଓ ବିକ୍ଷୋଭ 

Sunil Chandra Nayak

ପାଠାଗାର ରେ ଭାଗବତ ଚର୍ଚ୍ଚା 

masiha

ଉତ୍କଳ ପରିଷଦ ର ସପ୍ତଦଶ ସ୍ଵ ନକ୍ଷତ୍ର ଦିବସ ପାଳନ 

Leave a Comment

error: Content is protected !!