ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦ ର ସପ୍ତଦଶ ସ୍ଵ ନକ୍ଷତ୍ର ଦିବସ ପାଳନ 

ନବରଙ୍ଗପୁର–(ମସିହା)ନବରଙ୍ଗପୁରର ଏକ ପୁରାତନ ସାହିତ୍ୟ ସାମାଜିକ ଅନଷ୍ଠାନ ଉତ୍କଳ ପରିଷଦ ର ସପ୍ତଦଶ ସ୍ଵ ନକ୍ଷତ୍ର ଦିବସ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ପାଳନ ହୋଇଯାଇଅଛି lଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ନବରଙ୍ଗପୁର ଜିଲ୍ଲା ଓ ଦୌରାଜଜ ଶ୍ରୀ ସଂଜୀବ ଦୁବେ ମୁଖ୍ୟ ଅତିଥିଭାବର ଯୋଗ ଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ ଚନ୍ଦ୍ର ଶେଖର ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ନବରଙ୍ଗପୁରର ବରିଷ୍ଠ ଅଧିବକ୍ତା ଶ୍ରୀ ଉମା ଶଙ୍କର ତ୍ରିପାଠୀ, ବରିଷ୍ଠ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର, ଶିକ୍ଷାବିତ ଡ ଓଁକାର ପଟ୍ଟନାୟକ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନର ଉପସଭାପତି ଶ୍ରୀମତୀ ପ୍ରଭାସିନୀ ମହାନ୍ତି କାର୍ଯ୍ୟ କ୍ରମ ରେ ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ତପନ ବିଷୋୟୀ ପୂର୍ବବର୍ଷର ବିବରଣୀ ପାଠ କରିଥିଲେ l ସଭ୍ୟ ଶ୍ରୀ ଗୋପାଳ କୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁରେଶ ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେl ଟେଲି ନିର୍ଦ୍ଦେଶକ ଶ୍ରୀ ମନୋଜ ପଟ୍ଟନାୟକ କlର୍ଯ୍ୟକର୍ମ ସଂଯୋଜନ କରିଥିବା ବେଳେ ଶେଷରେ ଅଧ୍ୟାପକ ଶ୍ରୀ ଅଖିଳ କୁମାର ଭଟ୍ଟ ଧନ୍ୟବାଦ୍ ଅର୍ପଣ କରିଥିଲେ lଉତ୍କଳୀୟ ପରମ୍ପରା ଭାଷା ସାହିତ୍ୟର ସୁରକ୍ଷା ଦିଗରେ କlର୍ଯ୍ୟ କରିଆସୁଥିବା ଉତ୍କଳ ପରିଷଦ ଷୋହଳ ବର୍ଷ ପୂରଣ କରି ସତର ବର୍ଷରେ ପଦାର୍ପଣକରି ନବରଙ୍ଗପୁର ସହରରେ ଶିକ୍ଷା ସାହିତ୍ୟ ଓ ସଂସ୍କୃତିରର ବିକାଶ ର ଏକ ଅନୁଷ୍ଠାନ ହୋଇଥିବାରୁ ଅତିଥି ମାନେ ପ୍ରଶଂସା କରିବା ସହିତ ମାତୃଭାଷାର ସୁରକ୍ଷା ଓ ସୁଦୃଢ଼ ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ ବୋଲି ମତ ପ୍ରଦାନ କରିଥିଲେ l ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଚୌଧୁରୀ, ଦେବେନ୍ଦ୍ର ପ୍ରଧାନ, ରାମ ପ୍ରସାଦ ପାତ୍ର, ଡ ବିଜୟ ମିଶ୍ର, ରବିକାନ୍ତ ରଘୁରାମ, ସି ଏଚ୍ ଉଷା ରାଣୀ, ସ୍ୱର୍ଣଲତା ପଟନାୟକ, ପୂର୍ଣ୍ଣଚନ୍ଦ୍ର ବlଘ, ମନୋରମା ମାଝୀ, ନିରଞ୍ଜନ ମିଶ୍ର, ଗଣେଶ୍ୱର ଦାସ, ରାଜେନ୍ଦ୍ର ବିଷୋୟୀ, ପ୍ରଭାତୀ ବିଷୋୟୀ, ଡ ସାଇ ରମେଶ ରାଓ, ଉମା ଶଙ୍କର ତ୍ରିପାଠୀ ଝରଣା ପଟ୍ଟନାୟକ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ତ୍ରିବିକ୍ରମ ନନ୍ଦ, ସୁବ୍ରତ ବେହେରା, ପ୍ରଦୀପ ନନ୍ଦ, ସିଦ୍ଧାର୍ଥ ଶଙ୍କର ବେହେରା ପ୍ରମୁଖ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତର

masiha

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ,ଘୁମୁରା ୨୦୨୫। କଳା, କଳାକାର ଓ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ

masiha

The 15th Bharat Muni Samman Samaroh will have a triveni of entertainment, artists from outside the state will participate

masiha

Leave a Comment

error: Content is protected !!