ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ୩୦ ବର୍ଷ ପରେ ପଂଚାୟତକୁ ଜମି ହାତେଇବା ପାଇଁ ମିଳିଲା ନ୍ୟାୟ 

କଳାହାଣ୍ଡି ତା ୨୧.୦୫.୨୦୨୩ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଗ୍ରାମ ପଂଚାୟତ ଅଫିସ ପାଇଁ ମିଳିଥିବା ଜମି ର ମାଲିକାନା ହାସଲ କରିବା ପାଇଁ ଦୀର୍ଘ ୩୦ ବର୍ଷ ସଂଘର୍ଷ କରାଯାଇଥିବା ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛି । ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଚଳା ଗ୍ରାମପଞ୍ଚାୟତ ରୁ ସ୍ବତନ୍ତ୍ର ଭାବେ ୧୯୯୨ ମସିହାରେ କାଲୋପଲା ଗ୍ରାମପଞ୍ଚାୟତ ଗଠିତ ହୋଇଥିଲା । ଦତ୍ତ ପତ୍ର ସଂଖ୍ୟା ୧୪୮୪ ତା ୨୨.୦୭.୧୯୯୨ ରେ ଶକୁନ୍ତଳ ଗୌଡ ଖାତା ନମ୍ବର ୯୩ ପ୍ଲଟ ନମ୍ବର ୫୧୦ ରୁ ୮ ଡିସମିଲ ଜମି ଉପଖଣ୍ଡ ପଂଚାୟତ ଅଧିକାରୀ ଙ୍କ ନାମରେ ହସ୍ତାନ୍ତର କରିଥିଲେ ହେଁ ମ୍ୟୁଟେସନ ହୋଇ ପାରି ନ ଥିଲା କିମ୍ବା ପଂଚାୟତ ଖାତାକୁ ଆସି ପାରି ନ ଥିଲା । 

       ଅନ୍ୟ ପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ରେ ପ୍ଲଟ ନମ୍ବର ୫୧୦ ପରିବର୍ତ୍ତେ ୫୦୯ ଉପରେ ପଂଚାୟତ ଅଫିସ ଗୃହ ନିର୍ମାଣ ହୋଇଯାଇଥିଲା । ଏ ସମ୍ପର୍କରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୩୬୦ ତା୨୭.୦୧.୨୦୦୨ ଅନୁସାରେ ଉକ୍ତ ଜମି ସଙ୍କ୍ରାନ୍ତୀୟ ସଂଶୋଧନ ଡିଡ ନଂ ୧୭୩/୨୦୦୨ ରେ ସଂଶୋଧନ କରାଯାଇଥିଲା କିନ୍ତୁ ପ୍ଲଟ ନମ୍ବର ୫୦୯ ରେ ଥିବା ୧୦ ଡିସମିଲ ମଧ୍ୟରୁ ୩ ଡିସମିଲ ଲେଖାଏ ଦୁଇଥର ବିକ୍ରି କବଲା କରାଯାଇ ମାତ୍ର ୪ ଡିସମିଲ ଜମି ବଳକା ଥିଲା । ତନ୍ମଧ୍ୟରୁ ମାତ୍ର ୩ ଡିସମିଲ ଜମି ହିଁ ଦାଖଲ ଖାରଜ ହୋଇଥିବା ବେଳେ ୭ ଡିସମିଲ ଜମି ବଳକା ଥିଲା ଅ ଯାହା ଫଳରେ ସେହି ୪ ଡିସମିଲ ଜମି ଉପରେ ହିଁ କଲୋପଲା ପଂଚାୟତ ଅଫିସ ଗୃହ ନିର୍ମାଣ କରିବାକୁ ବିଭାଗ ବାଧ୍ୟ ହେଲା ଏବଂ ପଂଚାୟତ କୁ ହସ୍ତାନ୍ତର ହୋଇଥିବା ୮ ଡିସମିଲ ଜମି ଆସି ପାରି ନ ଥିଲା ।   

    ଏ ସମ୍ପର୍କରେ କଲୋପଲା ସମିତି ସଭ୍ୟ ସତ୍ୟ ନାରାୟଣ ବେହେରା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପଂଚାୟତ ଜମି ପଂଚାୟତ ର ଖାତାକୁ ଆଣିବାକୁ ଆବେଦନ କରିଥିଲେ । ବିଡିଓ ଙ୍କ ଠାରୁ ଆରଡିସି ପର୍ଯ୍ୟନ୍ତ କୁ ଶ୍ରୀ ବେହେରା ଆବେଦନ କରିବା ପରେ ସୁଫଳ ନ ମିଳିବାରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ବାରସ୍ତ ହୋଇଥିଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡବ୍ଲ୍ୟୁ ପି ସି ୧୫୬୭୯/୨୦୧୯ ରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପଂଚାୟତ ଖାତାରେ ଉକ୍ତ ଜମି ଦରଜ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ମିସ କେସ ନମ୍ବର ୦୧/୨୦୨୦ ରେ ଜୁନାଗଡ ତହସିଲଦାର ଙ୍କ ପାଖରେ ମ୍ୟୁଟେସନ କେଶ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ତଦନୁସାରେ ଶ୍ରୀ ବେହେରା ଜୁନାଗଡ ତହସିଲଦାର ଙ୍କ ପାଖରେ ଖାତା ନମ୍ବର ୯୩ ପ୍ଳଟ ନମ୍ବର ୫୦୯ ବାରି ମାମୁଲି ୮ ଡିସମିଲ ଜମି ପାଇଁ ମ୍ୟୁଟେସନ କେଶ ନମ୍ବର ୬୦୨/୨୦୨୧ ଦାଖଲ କରିଥିବା ବେଳେ ଜୁନାଗଡ ତହସିଲଦାର ବେଦବ୍ୟାସ ଭୋଇ ଖାରଜ କରିଦେଇଥିଲେ ଅ ସେଥିପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଦାଲତରେ ଅପିଲ କେଶ ନମ୍ବର ୦୨/୨୦୨୧ ଦାଖଲ କରିବା ପରେ ମାନ୍ୟବର ଉପଜିଲ୍ଲାପାଳ ବେଦ ଭୂଷଣ ସମସ୍ତ ବିଷଯ ବସ୍ତୁ ଉପରେ ବିଚାର କରି ରେଜିଷ୍ଟ୍ରି ଦଲିଲ ଆଧାରରେ ଦାଖଲ ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଜୁନାଗଡ ତହସିଲଦାର ପ୍ଳଟ ନମ୍ବର ୫୦୯ ରେ ଥିବା ୭ ଡିସମିଲ ଜମିକୁ କଲୋପଲା ପଂଚାୟତ ତରଫରୁ ଧର୍ମଗଡ ଉପଖଣ୍ଡ ପଂଚାୟତ ଅଧିକାରୀଙ୍କ ନାମରେ ଖାତା ନମ୍ବର ୯୫/୪୮୭ ଅନୁସାରେ ଗତ ତା ୦୨.୦୫.୨୦୨୩ ଦିନ ଦାଖଲ ଖାରଜ କରିଥିବା ଜଣାପଡିଛି । ଦୀର୍ଘ ୩୦ ବର୍ଷ ନ୍ୟାୟ ମିଳିବ ପାଇଁ ସଂଘର୍ଷ କରିବା ପରେ ୮ ଡିସମିଲ ଜମି ମଧ୍ୟରୁ ୭ ଡିସମିଲ ଜମି ପଂଚାୟତ ଖାତାକୁ ଆସି ଥିବା ବେଳେ ଆଉ ୧ ଡିସମିଲ ଜମି ମିଳିପାରିନ ଥିବା ଜଣାପଡିଛି ।

ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ 

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ରାଇରଙ୍ଗପୁର ର ମନୋଜ ଦାସ

masiha

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ

masiha

Leave a Comment

error: Content is protected !!