ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଧାରଣା ସ୍ଥାନରେ ଇଏସ୍ଆଇସି ଆଞ୍ଚଳିକ କମିଟି ସଦସ୍ୟଙ୍କ ଉଦବୋଧନ

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଧାରଣା ସ୍ଥାନରେ ଇଏସ୍ଆଇସି ଆଞ୍ଚଳିକ କମିଟି ସଦସ୍ୟଙ୍କ ଉଦବୋଧନ

ରାଉରକେଲା ୩୧/୧, ୩୦ ତାରିଖ ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ସମୟରେ ରାଉରକେଲାର ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନା ଦାବିନେଇ ଜାନୁଆରୀ ୫ ତାରିଖ ଠାରୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ସ୍ଥଳରେ ଇଏସ୍ଆଇସି ଆଞ୍ଚଳିକ କମିଟିର ସଦସ୍ୟ ବିରଜା କିଙ୍କର ନାୟକ ପହଂଚି ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ନକରି ଇଏସ୍ଆଇସି ନୂଆଦିଲ୍ଲୀ ସ୍ଥିତ ହେଡ଼କ୍ଵାଟର ଅଧିକାରୀ ରାଉରକେଲା ପ୍ରତି ବୈମାତୃକ ମନୋବୃତ୍ତି ବିରୁଦ୍ଧରେ ହିନ୍ଦ୍ ମଜଦୁର ସଭା ତରଫରୁ ଉଚ୍ଚତମ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯିବ ବୋଲି ଘୋଷଣା କରିଥିଲେ। ଏଠାରେ ସ୍ମରଣଯୋଗ୍ଯ ଯେ ଇଏସ୍ଆଇସିର ୮୨, ୮୩, ୮୪ ଏବଂ ୮୫ତମ ଆଞ୍ଚଳିକ ବୋର୍ଡ ବୈଠକରେ ସର୍ବସମ୍ମତି କ୍ରମେ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ପାଇଁ ସ୍ଥିର କରାଯାଇ ହେଡ଼କ୍ଵାଟରର ସହମତି ପାଇଁ ପଠାଯାଇଥିଲେ ମଧ୍ୟ ହେଡ଼କ୍ଵାଟର ମନମୁଖୀଭାବେ ରାଉରକେଲା ଠାରେ ୨୦୦୩ ମଇ ମାସ ୧ ତାରିଖରେ ଆରମ୍ଭ ହୋଇଥିବା ୫୦ ଶଯ୍ଯା ବିଶିଷ୍ଟ ଇଏସ୍ଆଇସି ମଡେଲ ହସ୍ପିଟାଲର ଶଯ୍ୟା ସଂଖ୍ୟା ନ ବଢ଼ାଇ ବିଭିନ୍ନ ଆଳ ଦେଖାଇ ଅକସ୍ମାତ ୨୦୨୩ରେ ସମଗ୍ର ଦେଶରେ ଯେତେବେଳେ ଇଏସ୍ଆଇସି ୫୦ ଶଯ୍ଯାର ସମସ୍ତ ହସ୍ପିଟାଲ ଶଯ୍ୟା ଅକ୍ଯୁପେନ୍ସି ଠାରୁ ସର୍ବାଗ୍ରେ ଥିଲା ସେତେବେଳେ ହଠାତ୍ ଏହି ହସ୍ପିଟାଲରେ ପ୍ରତି ବିଭାଗର ସିଂଗିଲ ସାକ୍ସନ ସ୍ପେଶାଲିଷ୍ଟ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରି ହସ୍ପିଟାଲକୁ ଡାକ୍ତର ଶୂନ୍ୟ କରି ୮୦ ପ୍ରତିଶତ ଶଯ୍ୟା ଅକ୍ଯୁପାନ୍ସି ବାହାନା କରି, ଏହି ମଡେଲ ହସ୍ପିଟାଲ ସହ ଆରମ୍ଭ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ବର୍ତ୍ତମାନ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟରେ ପରିଣତ ହୋଇଛି। ଯଦି ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ନ ହୋଇପାରିଛି, ଏଥିପାଇଁ ହେଡ଼କ୍ଵାଟର ଦାୟୀ। ଏଣୁ ହିନ୍ଦ ମଜଦୁର ସଭା ସିଧାସଳଖ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ପାଇଁ ଉଚ୍ଚତ୍ତମ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିବ ବୋଲି ଶ୍ରୀ ନାୟକ ଘୋଷଣା କରିଥିଲେ। ଇଏସ୍ଆଇସିର ଏହି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହେଲେ ରାଉରକେଲା ଓ ସୁନ୍ଦରଗଡ଼ ସମେତ ଆଖପାଖର ସମସ୍ତ ଜନସାଧାରଣ ସମେତ ଝାଡଖଣ୍ଡର ଟାଟା, ରାଜସ୍ଥାନର ଅଲୱାର ଓ କର୍ଣ୍ଣାଟକର ଗୁଲଵର୍ଗ ସ୍ଥିତ ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ପାଉଥିବା ସୁବିଧା ମଧ୍ୟ ଏଠାରେ ମିଳିପାରିବ। ରାଉରକେଲାରୁ ୨୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ କରି ଜୀବନ ବଞ୍ଚାଇବାକୁ ଯେଉଁ ୪୦୦କିଲୋମିଟର ଦୂର କଟକ- ଭୁବନେଶ୍ୱର ଯିବାକୁ ପଡୁଥିଲା ବେଳେ, ଯିବା ବାଟରେ ଅନେକ ବାଟରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତାହାର ଅନ୍ତ ଘଟିବ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନ୍ମଦିନରେ ରକ୍ତଦାନ : ଯୁବ ଶିକ୍ଷାବିତ୍ ଜିତେନ୍ଦ୍ର ସାହୁଙ୍କ ନିଆରା ପ୍ରୟାସ

Sunil Chandra Nayak

ରାୟଗଡା କଳିଙ୍ଗ ବୈଶ୍ୟ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସଭାପତି ଅମରନାଥ, ସମ୍ପାଦକ ଜୟରାମ

masiha

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

masiha

Leave a Comment

error: Content is protected !!