ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

କାମାକ୍ଷାନଗର (ମ ନି ସ) ସମଗ୍ର ଭାରତ ବର୍ଷର ପ୍ରତିଟି କୋଣ ଅନୁକୋଣରେ ରାଷ୍ଟ୍ରୀୟ ଉତ୍ସବ ପାଳନ ହେଉଥିବା ଅବସର ବେଳେ ମହା ଭାରତୀୟ ଭାବଧାରା ରେ ସାମିଲ୍ ହୋଇଛି ନୁଆ ଆଳୁତୁମାସ୍ଥିତ ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ l ଦେଶ ପ୍ରେମ ରେ ଉଦବୁଦ୍ଧ ହୋଇ ଥିବା ଅବସର ପ୍ରାପ୍ତ ସେନା ଙ୍କୁ ନିମତ୍ରଣ କରିଥିଲେ l ସେନା ସଂଘ ର ସଭାପତି ଡମ୍ବରୁଧର ରାଉତ୍ ପତାକା ଉତ୍ତୋଳନ କରିଥଲେ ତତ୍ ସହ ସମ୍ପାଦକ ରବି ନାରାୟଣ ସାହୁ ଶିଶିର କାନ୍ତ ନାୟକ, ବରୁଣ କୁମାର ବେହେରା, ମଧୁସୂଦନ ବିଶ୍ଵାଳ, ସରୋଜ ବିଶ୍ଵାଳ, ରିତେଶ ଚନ୍ଦ୍ର ସାହୁ, ବିକାଶ ସେଠୀ ଦୀପ୍ତି କୃଷ୍ଣା ବିଶ୍ଵାଳ ଯୋଗ ଦେଇ ସମସ୍ତ ଙ୍କ ହୃଦୟ ରେ ଦେଶ ପ୍ରୀତି ଜାଗରଣ କରିଥଲେ l ଏଇଭଳି ଦେଶ ପ୍ରେମୀ ସମୂହ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ ହୋଇଥିବାରୁ ଶତ ପ୍ରଶଂସା କରି ନିଜକୁ ଧନ୍ୟ ମଣିଛନ୍ତି ବୋଲି କ୍ଲବ୍ ର ସଭାପତି ଅମୂଲ୍ୟ ମୁଦୁଲି କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ କ୍ଲବ୍ ର ଉପ ସଭାପତି ସୁବାଷ ନାୟକ,ସଂପାଦକ ଶେଷ ଦେବ ନାଥ, ଉପ ସଂପାଦକ ସୁଶାନ୍ତ କାଣ୍ଡି, ଅର୍ଜୁନ ନାଥ, ପ୍ରହ୍ଲାଦ ମୁଦୁଲି, ସୁଦର୍ଶନ ପରିଡା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

Sunil Chandra Nayak

ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଟ୍ଟଯୋଷୀଙ୍କ ପତ୍ନୀ ବିୟୋଗ

masiha

Leave a Comment

error: Content is protected !!