ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

କାମାକ୍ଷାନଗର (ମ ନି ସ) ସମଗ୍ର ଭାରତ ବର୍ଷର ପ୍ରତିଟି କୋଣ ଅନୁକୋଣରେ ରାଷ୍ଟ୍ରୀୟ ଉତ୍ସବ ପାଳନ ହେଉଥିବା ଅବସର ବେଳେ ମହା ଭାରତୀୟ ଭାବଧାରା ରେ ସାମିଲ୍ ହୋଇଛି ନୁଆ ଆଳୁତୁମାସ୍ଥିତ ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ l ଦେଶ ପ୍ରେମ ରେ ଉଦବୁଦ୍ଧ ହୋଇ ଥିବା ଅବସର ପ୍ରାପ୍ତ ସେନା ଙ୍କୁ ନିମତ୍ରଣ କରିଥିଲେ l ସେନା ସଂଘ ର ସଭାପତି ଡମ୍ବରୁଧର ରାଉତ୍ ପତାକା ଉତ୍ତୋଳନ କରିଥଲେ ତତ୍ ସହ ସମ୍ପାଦକ ରବି ନାରାୟଣ ସାହୁ ଶିଶିର କାନ୍ତ ନାୟକ, ବରୁଣ କୁମାର ବେହେରା, ମଧୁସୂଦନ ବିଶ୍ଵାଳ, ସରୋଜ ବିଶ୍ଵାଳ, ରିତେଶ ଚନ୍ଦ୍ର ସାହୁ, ବିକାଶ ସେଠୀ ଦୀପ୍ତି କୃଷ୍ଣା ବିଶ୍ଵାଳ ଯୋଗ ଦେଇ ସମସ୍ତ ଙ୍କ ହୃଦୟ ରେ ଦେଶ ପ୍ରୀତି ଜାଗରଣ କରିଥଲେ l ଏଇଭଳି ଦେଶ ପ୍ରେମୀ ସମୂହ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ ହୋଇଥିବାରୁ ଶତ ପ୍ରଶଂସା କରି ନିଜକୁ ଧନ୍ୟ ମଣିଛନ୍ତି ବୋଲି କ୍ଲବ୍ ର ସଭାପତି ଅମୂଲ୍ୟ ମୁଦୁଲି କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ କ୍ଲବ୍ ର ଉପ ସଭାପତି ସୁବାଷ ନାୟକ,ସଂପାଦକ ଶେଷ ଦେବ ନାଥ, ଉପ ସଂପାଦକ ସୁଶାନ୍ତ କାଣ୍ଡି, ଅର୍ଜୁନ ନାଥ, ପ୍ରହ୍ଲାଦ ମୁଦୁଲି, ସୁଦର୍ଶନ ପରିଡା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଵହଳଦାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

masiha

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ ପ୍ୟାନେଲର କଡ଼ା ଆଭିମୁଖ୍ୟ

Sunil Chandra Nayak

ଗ୍ରାମାଞ୍ଚଳର ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଅସ୍ମିତାର ବାସ୍ତବ ବାର୍ତ୍ତାବହ : ମନ୍ତ୍ରୀ କୃଷ୍ଣ ପାତ୍ର

masiha

Leave a Comment

error: Content is protected !!