ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

ଢେ଼ଙ୍କାନାଳ(ମ ସୀ ହା)୨୬/୦୧_ ୭୪ ତମ ଗଣତନ୍ତ୍ର ଅବସର ରେ କଳା ସାହିତ୍ୟ କ୍ଷେତ୍ର ରେ ଚଳିତ ବର୍ଷ ଓଡ଼ିଶା ର ୪ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ତନ୍ମଧ୍ୟରୁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଅନ୍ୟତମ l ସେ ଢେ଼ଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ମାର୍ଥାପୁର ଶାସନ ରେ ୧୯୫୦ ଜୁଲାଇ ୧ ରେ ଜନ୍ମ ଗ୍ରହଣ କରିଛନ୍ତି l ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା,ବାଗ୍ମୀ, ସ୍ତମ୍ଭକାର, ଭାଷାବିତ୍, ଜ୍ୟୋତିର୍ବିଜ୍ଞାନୀ ଓ ଗବେଷକ l ବିଶେଷତଃ ଓଡ଼ିଆ ଭାଷା କୁ ଅନ୍ୟ ପ୍ରାନ୍ତୀୟ ଭାଷା ସହ ତୁଳନାତ୍ମକ ଚିତ୍ର ଦେଇ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେଇ ୨୦୧୯ ମସିହାରେ ରାଷ୍ଟ୍ରପତି ଙ୍କ ଠାରୁ ସନନ୍ଦ ଓ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ହାସଲ କରିଛନ୍ତି ତତ୍ ସହ ଶ୍ରୀ ଜଗନ୍ନାଥ ଚେତନା କୁ ସହଜ ସରଳ ଓ ବୋଧଗମ୍ୟ ଧାରା ରେ ପରିବେଷଣ ପୂର୍ବକ ସୁଖ୍ୟାତି ଅର୍ଜନ କରିଛନ୍ତି l ତାଙ୍କର ଅଦ୍ୟାବଧି ୧୫୦୦ ରୁ ଉର୍ଦ୍ଧ୍ବ ପ୍ରବନ୍ଧ ଲେଖିବା ସହ ୧୯୬୮ ମସିହା ରୁ ବିଭିନ୍ନ ସମ୍ବାଦ ପତ୍ର, ପତ୍ର ପତ୍ରିକା ରେ ଲେଖନୀ ଚାଳନା ଜାରି ରହିଛି l ୭୩୨ ପୃଷ୍ଠା ର ଓଡ଼ିଆ ମୌଳିକ ବ୍ୟାକରଣ ଲେଖି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତତଫରୁ ସମ୍ମାନ ସୂଚକ ଡି ଲିଟ ଉପାଧି ହାସଲ କରିଛନ୍ତି l ନିକଟ ଅତୀତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ପୁନର୍ଗଠିତ ହୋଇଥିଲା ବେଳେ ୩ ଜଣିଆ ପ୍ରତିନିଧିଙ୍କ ମଧ୍ୟ ରେ ସ୍ଥାନ ପାଇଛନ୍ତି l ସଂପ୍ରତି ସେ ଢେ଼ଙ୍କାନାଳ ପୌରାଞ୍ଚଳ ୧ ଆନନ୍ଦନଗର ରେ ସପରିବାର ରହୁଛନ୍ତି l ଗତ କାଲି ବିଧିବଦ୍ଧ ପଦ୍ମଶ୍ରୀ ପୁରସ୍କାର ଭାବେ ଘୋଷଣା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟି ଚାଲିଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ

Sunil Chandra Nayak

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଧାନସଭାର କମିଟି ସମ୍ପର୍କିତ ବୈଠକ ଜୟପୁରଠାରେ ଅନୁଷ୍ଠିତ

Leave a Comment

error: Content is protected !!