ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ପାଇଁ ଉପଜିଲ୍ଲାପାଳଙ୍କ ଆହ୍ଵାନ
ଧର୍ମଗଡ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉପଜିଲ୍ଲାପାଳ ବେଦ ଭୂଷଣ,ଆଇଏଏସ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି ଅଞ୍ଚଳରେ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନୁଷ୍ଠିତ ମିଳିତ ପ୍ୟାରେଡ୍ ରେ ସହରର ବିଭିନ୍ନ ଶିକ୍ଷାନଷ୍ଠାନର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନଷ୍ଠାନର ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ। ପ୍ୟାରେଡ୍ ରେ ଗୁରୁଗୀତା ପବ୍ଲିକ ସ୍କୁଲ ର ଜୁନିଅର ଗ୍ରୁପ ପ୍ରଥମ ସ୍ଥାନ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପ୍ରଥମ ଏଲନିଶି ମିସନ୍ ସ୍କୁଲ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲମପୁର ବ୍ଲକ ବଙ୍କାପଲା ଗ୍ରାମର ପରମେଶ୍ଵର କୁମାର,ଗୋଲାମୁଣ୍ଡା ବ୍ଲକ ସାନଚେର ଗାଁ ର ଚାଷୀ କୃଷ୍ଣଚନ୍ଦ୍ର ନାଗ ଙ୍କୁ ନେକିରାମ ସ୍ମାରକୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେହିପରି ବନ ବିଭାଗ ରୁ ଶ୍ରୀନିବାସ ବାଣୁଆ, କାହ୍ନୁ ଚରଣ ତ୍ରିପାଠୀ , ଅଗ୍ନିଶମ ବିଭାଗ ର କେଶବ ବେହେରା, ବିଶ୍ୱଜିତ ସାହୁ, ଶିଶୁ ପ୍ରକଳ୍ପ ବିଭାଗର ଏସଏସଜି ଗୋଷ୍ଟି ର ଶ୍ରୀମତୀ ଅଞ୍ଜଳୀ ନିଆଲ୍,ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ସାହୁ, ପୋଲିସ ବିଭାଗର ସନ୍ୟାସୀ ନାଏକ, ଜୁନାଗଡ଼ ଏନଏସି ରୁ ନୀଳକଣ୍ଠ ନାଏକ ଓ ଧର୍ମଗଡ ଏନଏସି ରୁ ବସନ୍ତ ବାଗ ଙ୍କୁ ଉପଜିଲ୍ଲାପାଳ ସମ୍ମାନୀତ କରିଥଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥଲେ।
ମାଧବ ଲହଜଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଚିନ୍ମୟ ନାୟକ, ଅଜିତ କୁମାର ଶବର, ନନ୍ଦ କିଶୋର ତାଣ୍ଡି,ବିଡିଓ ଶରତ କୁମାର ସେଠି, ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚୋପଦାର, ଥାନା ଅଧିକାରୀ ଦିପାଞ୍ଜଳୀ ପ୍ରଧାନ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ପୁର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ସରକାରୀ ଓକିଲ ରାଜେନ୍ଦ୍ର ମୁନି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ଉପଜିଲ୍ଲାପାଳ ସ୍ୱଧାର ଗୃହ, ସବ୍ ଜେଲ, ମିସିନାରିଜ୍ ଅଫ ଚ୍ୟାରିଟି, ଯଶୋଦା ଅନାଥ ଆଶ୍ରମ ର ଅନ୍ତେଃବାସୀ ତଥା ସରକାରୀ ଚିକିତ୍ସାଲୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥଲେ।