ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ ଚେରଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

ସାନ ଚେରଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁ ୫ ଟି କାମରେ ମହା ଦୁର୍ନୀତି ହୋଇଥିବା ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ହୋଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗତ ସରକାର କାର୍ଯ୍ୟକାଳରେ ଏହି କଲେଜର ରୂପାନ୍ତରଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମଟି ଟେଣ୍ଡର ମାଧ୍ୟମରେ ହୋଇଥିଲା । ହେଲେ କାମଟି ୨୦୨୪ ସୁଦ୍ଧା ଶେଷ ହେବାକୁ ଥିବା ବେଳେ କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଗୋଲାମୁଣ୍ଡା ଙ୍କ ଦ୍ୱାରା ହେଉଥିବା ସୂଚନା ଫଳକରେ ଦର୍ଶାଯାଇଛି । କାମ ଆରମ୍ବ ହୋଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ୨୦ ଶତକଡା କାମ ହୋଇ ନ ଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜର ଛାତକୁ ଗ୍ରେଡିଂ କରାଯାଇଥିବା ବେଳେ ଏବେବି ପାଣି ଝରୁଛି, ନୁଆଁ ବେଞ୍ଚ ଡେ଼କ୍ସ ଅଣା ଯାଇଥିବା ବେଳେ ତାହା ମଧ୍ୟ ଭାଙ୍ଗି ଗଲାଣି । ନିମ୍ନମାନ କାମ ନେଇ ପୂର୍ବରୁ କଲେଜ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ପୂର୍ବତନ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଅଭିଯୋଗ କରିଥିବା ବେଳେ ଏହି କାମ ଉପରେ ଆପଣମାନେ କାହିଁକି ମୁଣ୍ଡ ପୁରାଉଛନ୍ତି ଆପଣଙ୍କ ପାଠପଢା କାମ କରନ୍ତୁ ଆମେ ଆମ କାମ କରୁଛୁ ବୋଲି କଲେଜ ଅଧ୍ୟକ୍ଷମାନେ ପ୍ରକାଶ କରିଥିଲେ । ଏ ନେଇ ମାସେ ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ତଥାପି ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳିଲା ନାହିଁ । ଆଜି କଲେଜର ସମସ୍ତ ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ ଘଟଣା ସ୍ଥଳରେ ପହଁଚି କଲେଜର କାମ ଉପରେ ତଦନ୍ତ କରି କଲେଜ କତୃପକ୍ଷଙ୍କ ସହ ଏକ କମିଟି ଗଠନ କରିଥିଲେ । କମିଟି ମାଧ୍ୟମରେ ଉନ୍ନତ ମାନର କାମ ହେବ ଏବଂ ଟଙ୍କା ପୈଠ କରିବେ ବ୍ଲକ ପ୍ରଶାସନ ଏ ନେଇ ବିଡ଼ିଓ ଛାତ୍ରଛାତ୍ରୀଙ୍କୁ ଲିଖିତ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରି ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ

Sunil Chandra Nayak

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

ହୋ ଭାଷାର ଓରାଂଚିତି ଲିପି କୁ ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ନେଇ ତିରିଂ- ରାଇରଙ୍ଗପୁର ରୁ ଭୂବନେଶ୍ବର କୁ ୧୦ ଜଣିଆ ହୋଭାଷା ସଂଗ୍ରାମୀ ଙ୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!