ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଟ ବର୍ଜ୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟଜୀବୀ ପରିବାର

ଭୋଟ ବର୍ଜ୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟଜୀବୀ ପରିବାର

ପାରାଦୀପ- କୌଳିକ ବୃତ୍ତି ଧାରା ତଥା ଓଡ଼ିଶା ଉପକୂଳର ପ୍ରାୟ ୧୪ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାର ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କଇଁଛଙ୍କ ସୁରକ୍ଷା ପାଇଁ ୬ ମାସ ମାଛଧରା ବନ୍ଦ ରହୁଛି।ସେହିପରି ବ୍ରିଡିଙ୍ଗ ସମୟରେ ଦୁଇ ମାସ ମାଛଧରା ରହୁଛି।ଅପରପକ୍ଷରେ ମତ୍ସ୍ୟ ଉତ୍ପାଦନ ସାମଗ୍ରୀ ମୂଲ୍ୟ ଦୃତ ଗତିରେ ବୃଦ୍ଧି ପାଉଛି।ଡିଜେଲ ର ଅହେତୁକ ମୂଲ୍ୟ ବୃଦ୍ଧି ଅନେକ କ୍ଷେତ୍ରରେ ମତ୍ସ୍ୟଜୀବୀ ମାନଙ୍କୁ ସଂକଟରେ ପକାଇ ଦେଇଛି।ଏ ସମ୍ପର୍କରେ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ୬ ଦଫା ସମ୍ବଳିତ ଦାବିପତ୍ର ବାରମ୍ବାର ପ୍ରଦାନ କରାଯାଇଛି।କିନ୍ତୁ କୌଣସି ସରକାରୀ ଓଡ଼ିଶା ଉପକୂଳରେ ୧୪ ଲକ୍ଷ ପରିବାର ତାଙ୍କର କୌଳିକ ବୃତ୍ତି ଛାଡି ବେକାର ହେଲେଣି। କଇଁଛଙ୍କ ସୁରକ୍ଷା ନାଁରେ ଅନେକ ମତ୍ସ୍ୟଜୀବୀ ମିଛ ମାମଲାରେ ଜେଲ ଯାଉଛନ୍ତି।ଫଳରେ ସେମାନଙ୍କ ପରିବାର ଦୁଃଖ ଦରିଦ୍ରତା ମଧ୍ୟରେ ଗତି କରୁଛି। କିନ୍ତୁ ସରକାର ଏହି ୧୪ ଲକ୍ଷ ମତ୍ସ୍ୟଜୀବୀ ପରିବାର ପାଇଁ କୌଣସି ସୁବିଧା ସୁଯୋଗ ଦେଇ ନାହାନ୍ତି।କିମ୍ବା ସେମାନଙ୍କ ଦାବି ପୂରଣ କରିବା ପାଇଁ କୌଣସି ବିହିତ ପଦକ୍ଷେପ ନେଇ ନାହାନ୍ତି।ତେଣୁ ମହାସଂଘ ପକ୍ଷରୁ ଓଡ଼ିଶା ଆସନ୍ତା ନିର୍ବାଚନରେ ସେମାନେ ଭୋଟ ବର୍ଜ୍ଜନ କରିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।

ଏଅଲ ଓଡ଼ିଶା ମତ୍ସ୍ୟଜୀବୀ ମହାସଂଘ ସଭାପତି ଶ୍ରୀ କାମେଶ୍ୱର ନାରାୟଣ ପ୍ରହରାଜ, ଉପ ସଭାପତି ଶ୍ରୀ ନରେନ୍ଦ୍ର ବିହାରୀ ଦାସ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ପରିଡ଼ା, ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମହାନ୍ତି, ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସଭାପତି ଶ୍ରୀ ପ୍ରସନ୍ନ କୁମାର ବେହେରା, ବାଲେଶ୍ଵର ସଙ୍ଘ ପକ୍ଷରୁ ଶ୍ରୀ ଲକ୍ଷ୍ମୀଧର ସ୍ୱାଇଁ, ଧାମରା ସଙ୍ଘ ପ୍ରତିନିଧି ଅଭିମନ୍ୟୁ ରାଉତ ପ୍ରମୁଖ ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।।

ପାରାଦ୍ୱୀପ ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!!

Related posts

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

masiha

୫୭ ନମ୍ବର ରାଜ୍ୟ ରାଜପଥର ତାଳବଣୀଆ ନିକଟରେ ପିକ୍ ଅପ ଭ୍ୟାନ ଓଲଟି ୧ ମୃତ,୭ ଗୁରୁତର ଓ ୧୫ ରୁ ଉର୍ଦ୍ଧ୍ବ ଆହତ 

Sunil Chandra Nayak

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!