ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ର ପ୍ରସ୍ତୁତି 

ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ର ପ୍ରସ୍ତୁତି 

କୋରାପୁଟ ତା.୧୭.୦୩.୨୦୨୪- ଭାରତ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ସ୍ଥିର କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଓଡିଶାରେ ୪ ଗୋଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ । କୋରପୁଟ ଜିଲ୍ଲାରେ ଚୁତର୍ଥ ପର୍ଯ୍ୟାୟରେ ଦୁଇଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ସହିତ ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ତା.୧୩.୦୫.୨୦୨୪ରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଜୟପୁର ବିଧାନସଭା ଆସନ ପାଇଁ ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟାନ୍ତ ମତଦାନ ହେବାକୁ ଥିବା ବେଳେ ଲକ୍ଷ୍ମୀପୁର, କୋରାପୁଟ, ପଟ୍ଟାଙ୍ଗୀ ଓ କୋଟପାଡରେ ସକାଳ ୭ ଘଟିକା ଠାରୁ ଅପରାହ୍ନ ୪ ଘଟିକା ଯାଏଁ ମତଦାନ ଗ୍ରହଣ କରାଯିବ । ଜୟପୁର ବିଧାନସଭା ଆସନରେ ପୋଲିଂ ପାର୍ଟି ଦିନକ ପୂର୍ବରୁ ବୁଥକୁ ଯିବାକୁ ରହିଥିବା ବେଳେ ଅନ୍ୟ ୪ ଗୋଟି ଆସନରେ ୨ ଦିନ ପୂର୍ବରୁ ବୁଥ୍କୁ ଯିବେ ।

ଏଥି ପାଇଁ କୋରାପୁଟ ଜିଲ୍ଲାରେ ସର୍ବମୋଟ ୧୧୫୮ ବୁଥ୍‌ରେ ସମସ୍ତ ଭୋଟର ମାନେ କିପରି ସ୍ବଛ, ମୁକ୍ତ, ନିରପେକ୍ଷ, ଶାନ୍ତିପୁର୍ଣ ଭାବରେ ଓ ନିଜ ଇଛା ଅନୁଯାୟୀ ପ୍ରାର୍ଥୀ ଚୟନ କରିବା ପାଇଁ ଭୋଟ ଦେଇପାରିବେ । ଏଥିନିମନ୍ତେ ଗେଜେଟ ବିଞ୍ଜପ୍ତି ସେଥିପାଇଁ ଜିଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ତା.୧୮.୦୪.୨୦୨୪ରିଖ ଦିନ ପ୍ରକାଶ ପାଇବ. ନାମାଙ୍କନ ଦାଖଲ ଶେଷ ତାରିଖ ୨୫.୦୪.୨୦୨୪, ନାମାଙ୍କନ ଯାଞ୍ଚ ତାରିଖ ୨୬.୦୪.୨୦୨୪, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ୨୯.୦୪.୨୦୨୪, ମତଦାନ ବା ଭୋଟଦାନ ତାରିଖ ୧୩.୦୫.୨୦୨୪ ଏବଂ ଭୋଟ ଗଣତି ତାରିଖ ୦୪.୦୬.୨୦୨୪ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥିର କରାଯାଇଛି ।

ମତଦାତା ମାନେ ନିଜର ଭୋଟର ପରିଚୟ ପତ୍ର ସମେତ ଆଧାର କାର୍ଡ, ପାନ କାର୍ଡ, ଡି ଏଲ୍, ବ୍ୟାଙ୍କ ପାସବୁକ୍ ସହିତ ମୋଟ ୧୨ଗୋଟି ପରିଚୟ ପତ୍ର ମଧ୍ୟରୁ ଯେ କୈାଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରକୁ ଯାଇ ନିଜର ମୁଲ୍ୟବାନ ଭୋଟ ଦେଇପାରିବେ । କୋରାପୁଟ ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା୯୬୯୦୯୧ ସେଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୫୦୦୪୦୫ ନୂତନ ଭୋଟରଙ୍କ ସଂଖ୍ୟା(୧୮ ରୁ ୧୯ ବର୍ଷ) ୨୨୫୦୦, ବରିଷ୍ଠ ନାଗରିକଙ୍କ ଭୋଟର ସଂଖ୍ୟା (୮୫ ବର୍ଷରୁ ଉଦ୍ଦୀ)୧୧୩୫୫ । ଜିଲ୍ଲାରେ ମହିଳା ମାନଙ୍କ ନିମନ୍ତେ ସଖୀ ମତଦାନ କେନ୍ଦ୍ର ଓ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯିବାକୁ ସ୍ଥିର କରାଯାଇଛି । ଜିଲାର ବୁଥ୍ ମାନଙ୍କରେ ୬୦ ପ୍ରତିଶତ ୱେବକାଷ୍ଟି ସହିତ ଭିଡିଓ ଗ୍ରାଫି କରାଯିବ ।

ସର୍ବସାଧାରଣ (SUBIDHA) ପ୍ରାଥୀ ଆପିଡେଫିଟ ପୋର୍ଟାଲ, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଆପ୍, ମାନଙ୍କ ନିମନ୍ତେ ସ- ଭିଜିଲ ଆପ୍(C-VIGIL› APP, ସୁବିଧା ପୋର୍ଟାଲ ସକ୍ଷମ(SAKHYAM) ନିର୍ବାଚନ ପରିଚାଳନାରେ ଉପରୋକ୍ତ ଆଇଟି ଆପ୍ ଗୁଡିକ ବ୍ୟବହୃତ ହୋଇପାରିବ।

କୋରାପୁଟ ରୁ ଗୋରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ 

Sunil Chandra Nayak

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

Sunil Chandra Nayak

କଥା ଦେଇ କଥା ରଖିଲେ ଆସିକା ବିଧାୟକ ବାଘୁଆ ନଦୀ ଉପରେ ହେବ ୧୫୪ ମିଟର ସେତୁ

Sunil Chandra Nayak

Leave a Comment

error: Content is protected !!