ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରାଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ମୂଳ ଲକ୍ଷ୍ୟ:ନଗରପାଳ             

ସହରାଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ମୂଳ ଲକ୍ଷ୍ୟ:ନଗରପାଳ                                                                         

 ଭଞ୍ଜନଗର,୨୪/୬ ସହରରେ ବସବାସ କରୁଥିବା ଲୋକଙ୍କ ସର୍ବ ନିମ୍ନ ସୁବିଧା ଯୋଗଇବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ବାହାରୁ ଆସୁଥିବା ଲୋକଙ୍କୁ ଆକର୍ଷିତ କରିବା ପାଇଁ ସହରର ଆଲୋକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ବୁଧବାର ଭଞ୍ଜନଗର ମୁନସିପାଲିଟିରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ନଗରପାଳ ଗୋପବନ୍ଧୁ ମହାପାତ୍ର ପ୍ରକାଶ କରିଛନ୍ତି। ଏଥିସହ ମୁନସିପାଲିଟି ଅଧିନରେ ରହୁଥିବା ଗରୀବ ଲୋକଙ୍କୁ ଯେଭଳି ସରକାରୀ ଯୋଜନା ଗୁଡିକ ପହଞ୍ଚା ଯାଇ ପାରିବ ସେଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଆବାସ ଯୋଜନାରେ ୧୧ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ୪୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନ କାର୍ଡ ଓ ୧୧ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିଲା। ଏଥିରେ କାଉନସିଲର ଶାନ୍ତିଲତା ଜେନା,ପ୍ରଶାନ୍ତ କୁମାର ରାଓ,ବାଲାଜୀ ସାହୁ,ଶିବରାମ ନାୟକ,ଉତ୍ତମ ଦଳବେହେରା,ଶିବରାମ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ନୂତନ ରାଜସ୍ୱ ଗ୍ରାମ ପାଇଁ ୨ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

masiha

ଗୋରୁମହିଷାଣୀ ଯୁକ୍ତ ଦୁଇ ଆଇରନ କଲେଜରେ ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

ଆସ ଖୋଜିବା – ନେଇ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!